ଉତ୍କଟ ହେଉଛି ରାଜ୍ୟର ବେକାରୀ ସମସ୍ୟା
Advertisement

ଉତ୍କଟ ହେଉଛି ରାଜ୍ୟର ବେକାରୀ ସମସ୍ୟା

କେନ୍ଦ୍ର ସରକାର ହୁଅନ୍ତୁ ଅବା ରାଜ୍ୟ ସରକାର। ବେକାରୀ ସମସ୍ୟାକୁ ମୁଦ୍ଦା କରି ସମସ୍ତେ କ୍ଷମାତାକୁ ଆସିଛନ୍ତି। ବେକାରୀ ସମସ୍ୟା ଦୂର କରିବା ପାଇଁ ସମସ୍ତେ ସରକାରୀ ଏଜେଣ୍ଡାରେ ରଖିଥିଲେ ମଧ୍ୟ ବାସ୍ତବରେ ଏହି ସମସ୍ୟା ଦୂର କରିବା ପାଇଁ କୌଣସି ସରକାର ଟିକେ ହେଲେ ମଧ୍ୟ ଚେଷ୍ଟା କରୁ ନାହାନ୍ତି।

ପ୍ରତିକାତ୍ମକ ଫଟୋ

ଚନ୍ଦନ ପାଇକରାୟ, ଭୁବନେଶ୍ୱର: କେନ୍ଦ୍ର ସରକାର ହୁଅନ୍ତୁ ଅବା ରାଜ୍ୟ ସରକାର। ବେକାରୀ ସମସ୍ୟାକୁ ମୁଦ୍ଦା କରି ସମସ୍ତେ କ୍ଷମାତାକୁ ଆସିଛନ୍ତି। ବେକାରୀ ସମସ୍ୟା ଦୂର କରିବା ପାଇଁ ସମସ୍ତେ ସରକାରୀ ଏଜେଣ୍ଡାରେ ରଖିଥିଲେ ମଧ୍ୟ ବାସ୍ତବରେ ଏହି ସମସ୍ୟା ଦୂର କରିବା ପାଇଁ କୌଣସି ସରକାର ଟିକେ ହେଲେ ମଧ୍ୟ ଚେଷ୍ଟା କରୁ ନାହାନ୍ତି। ଆଜିର ବେକାରୀ ସଂଖ୍ୟାକୁ ନଜର ପକାଇଲେ ତାହା ଜଳ ଜଳ ହୋଇ ଦିଶୁଛି। ରାଜ୍ୟ ସରକାର ବେକାରୀ ସମସ୍ୟା ଦୂର କରିବା ପରିବର୍ତ୍ତେ ବେକାରୀ ସମସ୍ୟା ବଢାଇବାରେ ଲେଗିଛନ୍ତି। 

ରାଜ୍ୟରେ ବେକାରୀ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାର ପ୍ରତିଶୃତି ବଦ୍ଧ। ଏପରିକି ୨୦୧୯ରେ ନିର୍ବାଚନ ଇସ୍ତାହାରରେ ବର୍ଷକୁ ଲକ୍ଷେ ନିଯୁକ୍ତି ଦେବା ନେଇ ବିଜେଡି ପ୍ରତିଶୃତି ଦେଇଥିଲା। ହେଲେ ପ୍ରତିଶୃତି ପ୍ରତିଶୃତିରେ ହିଁ ରହି ଯାଇଛି। ସରକାରୀ ହିସାବ କହୁଛି, ରାଜ୍ୟରେ ଅକ୍ଟୋବର ୩୧ ତାରିଖ ସୁଦ୍ଧା ପ୍ରାୟ ୯ ଲକ୍ଷ ବେକାର ଯୁବକ ଯୁବତୀ ପଞ୍ଜିକୃତ କରିଛନ୍ତି। ପୁରୀ ଜିଲ୍ଲାରେ ସର୍ବାଧିକ ଶିକ୍ଷିତ ଗ୍ରାଜୁଏଟ ବେକାରୀ ରହିଥିବା ବେଳେ ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ଦଶମ ପାସ୍ କରିଥିବା ବେକାର ଯୁବକ ଯୁବତୀ ଅଛନ୍ତି।

ରାଜ୍ୟ ସରକାର ୨୦ ବର୍ଷ ମଧ୍ୟରେ ବେକାରୀ ସମସ୍ୟା ଦୂର କରିବାରେ ବିଫଳ ହୋଇଛନ୍ତି। ଫଳରେ ଏବେ ବେକାରୀ ସମସ୍ୟା ଉତ୍କଟ ରୂପ ନେବାରେ ବସିଛି। ତେବେ ସରକାରୀ ଭାବେ ପ୍ରାୟ ୯ ଲକ୍ଷ ପଞ୍ଜିକୃତ ବେକାର ଯୁବଯୁବତୀ ରହିଥିବା ବେଳେ ବାସ୍ତବରେ ଏହି ସଂଖ୍ୟା ଆହୁରି ଅଧିକ ହେବ ବୋଲି  ଅନୁମାନ କରାଯାଉଛି। ୨୦୨୦ ଅକ୍ଟୋବର ୩୧ ତାରିଖ ସୁଦ୍ଧା ରାଜ୍ୟରେ ୮ ଲକ୍ଷ ୯୬ ହଜାର ୮୩୮ ଜଣ ପଞ୍ଜିକୃତ ବେକାର ଯୁବକ ଯୁବତୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ଲକ୍ଷେ ୮୨ ହଜାର ୫୩୬ ଜଣ ଗ୍ରାଜୁଏଟ ବେକାରୀ ଭାବେ ନିଜର ନାମ ବିଭିନ୍ନ ଜିଲ୍ଲାସ୍ତରରେ ପଞ୍ଜିକରଣ କରିଥିବା ବେଳେ ଏମାନଙ୍କ ମଧ୍ୟରୁ  ଲକ୍ଷେ ୩ ହଜାର ୯୭୬ ଜଣ କେବଳ କଳାରେ ଗ୍ରାଜୁଏଟ ଅଛନ୍ତି। 

Also read- ଓଡିଶା ପୋଲିସର ଅସଲ ମୁଖା ଖୋଲିଲେ ଗୃହ ରାଷ୍ଟ୍ରମନ୍ତ୍ରୀ !

ସବୁଠୁ ବଡ କଥା ହେଲା ରାଜ୍ୟରେ ଡାକ୍ତର ଅଭାବ କଥା ସବୁବେଳେ ରାଜ୍ୟ ସରକାର କହୁଛନ୍ତି। କିନ୍ତୁ ଡାକ୍ତରୀ ପାଠ ସାରି ବେକାରୀ ଭାବେ ୮୭୯ ଜଣ ବସିଛନ୍ତି। ସେହିପରି ରାଜ୍ୟରେ ୯ ହଜାର ୪୮୭ ଜଣ ଇଞ୍ଜିନିୟର ବେକାର ଭାବେ ନିଜକୁ ପଞ୍ଜିକୃତ କରିଛନ୍ତି। ତାଲିମପ୍ରାପ୍ତ ଲକ୍ଷେ ୨୪ ହଜାର ୬୬୧ ଜଣ ଶିକ୍ଷକ କମଧନ୍ଦା ନପାଇ ବୁଲୁଛନ୍ତି। କେବେ ଚାକିରି ପାଇବେ ତାହାକୁ ନେଇ ସେମାନେ ବାରମ୍ବାର ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି। 

ସେହିପରେ ରାଜ୍ୟରେ ୧୧ ହଜାର ୩୮୫ ଜଣ ସ୍ନାତୋକତର ମଧ୍ୟ ବେକାର ଥିବା ସରକାରଙ୍କ ହିସାବ କହୁଛି। ରାଜ୍ୟରେ ସର୍ବାଧିକ ୩ ଲକ୍ଷ ୨୫ ହାଜର ୧୦୮ ଇଣ୍ଟର ମିଡିଏଟ ବେକାରୀ ରହିଖିବା ସରକାରୀ ହିସାବ କହୁଛି। ରାଜ୍ୟ ସରକାର ବେକାରୀ ସଂଖ୍ୟା ବୃଦ୍ଧି କରିବା ସହ କୁଶଳୀ ଶ୍ରମିକଙ୍କୁ ମଧ୍ୟ ନିଯୁକ୍ତି ଦେଇପାରୁନାହାନ୍ତି, ଅଣକୁଶଳୀଙ୍କୁ ପଚାରେ କିଏ। ପୁରୀ ଜିଲ୍ଲାରେ ସର୍ବାଧିକ ପାଠୁଆ ବେକାରୀ ରହିଥିବା ବେଳେ ବାଲେଶ୍ବରରେ ମାଟ୍ରିକ ପାସ ବେକାରୀଙ୍କ ସଂଖ୍ୟ ଅଧିକ।

Also read- ବେଳ ହୁଁ ସଜାଗ ନ ହେଲେ ଖଣ୍ଡ ଖଣ୍ଡ ହେବ ଓଡିଶା
 
ରାଜ୍ୟରେ ଦିନକୁ ଦିନ ବେକାରୀ ସମସ୍ୟା ଉତ୍କଟ ହେଉଥିବା ବେଳେ ଏହାକୁ ନେଇ ସରକାର କୌଣସି ଯୋଜନା କରିନାହାନ୍ତି। ୨୦୧୫ରୁ ୨୦୨୦ ମଧ୍ୟରେ ୧୩ ଲକ୍ଷ ୬୬  ହଜାର ୧୧୬ ଜଣଙ୍କୁ ତାଲିମ ପ୍ରଦାନ କରାଯାଇ ନିଯୁକ୍ତିକ୍ଷମ କରାଯାଇଛି। ବେକାର ଯୁବଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟରେ ୨୪୬ଟି ନିଯୁକ୍ତି ମେଳା କରିବା ସହ ଲକ୍ଷେ ୩୧ ହଜାର ୬୪୭ ଜଣଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଥିବା ହିସାବ ଦେଇଛନ୍ତି। 

ତେବେ କରୋନା କାଳରେ ଏବେ ଆଗାମୀ ୨ ବର୍ଷ ପାଇଁ କୌଣସି ନୂତନ ନିଯୁକ୍ତି ସୃଷ୍ଚି ନକରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ତେବେ ଏହି ସମୟ ସୀମା ମଧ୍ୟରେ  ରାଜ୍ୟରେ ପଞ୍ଜିକୃତ ବେକାରୀଙ୍କ ସଂଖ୍ୟ ୧୦ ଲକ୍ଷ ଛୁଇଁବା ଆଶଙ୍କା କରାଯାଉଛି। ଶାସକ ବିଜେଡି ଦଳର କହିବା ଅନୁସାରେ, କୋଭିଡ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଏହାର କୌଣସି ନିରାକରଣ ବାହାର କରିବେ। କିନ୍ତୁ ଆମେ ଜାଣିଛୁ, ନିର୍ବାଚନ ବେଳେ ନିଯୁକ୍ତି ନେଇ ପୁଣି ଅନେକ ପ୍ରତିଶୃତି ଦିଆଯିବ। ହେଲେ ଏହିଭଳି ବାସ୍ତବ ଚିତ୍ରର ବେକାରୀ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଥିବ। 

 

 

 

Trending news