ଓୱେସୀଙ୍କ ବେକରେ ଟିଆରଏସ ଫାଶ; ଜନତା ମାଗିଲେ ହିସାବ
Advertisement
Article Detail0/zeeodisha/odisha791903

ଓୱେସୀଙ୍କ ବେକରେ ଟିଆରଏସ ଫାଶ; ଜନତା ମାଗିଲେ ହିସାବ

ଯଦିଓ ଉଭୟ ଏଆଇଏମଆଇଏମ-ଟିଆରଏସ ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଉଛି ହେଲେ ଏହାକୁ ମତାଦାତା ମାନିବାକୁ ପ୍ରସ୍ତୁତ ନୁହଁନ୍ତି।

ଓୱେସୀଙ୍କ ବେକରେ ଟିଆରଏସ ଫାଶ; ଜନତା ମାଗିଲେ ହିସାବ

ହାଇଦ୍ରାବାଦ: ଚଳିତ ବର୍ଷ ଡିସେମ୍ବରରେ ହେବାକୁ ଯାଉଛି ଗ୍ରେଟର ହାଇଦ୍ରାବାଦ ନିଗର ନିଗମ-ଜିଏଚଏମସି (GHMC-Greater Hyderabad Municipal Corporation) ନିର୍ବାଚନ। ଏଥିଲାଗି ସ୍ଥାନୀୟ ରାଜନୀତି ହୋଇଉଠିଲାଣି ସରଗରମ। ନିର୍ବାଚନରେ ହେବାକୁ ସାମ୍ଭବ୍ୟ ମେଣ୍ଟକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି।  

ଜିଏଚଏମସି ନିର୍ବାଚନରେ ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି-ଟିଆରଏସ (TRS-Telengana Rastra Samiti) , ରାଜ୍ୟର ଅନ୍ୟତମ ମୁଖ୍ୟ ବିରୋଧି ଦଳ ତଥା ହାଇଦ୍ରାବାଦ ଲୋକସଭା ସାଂସଦ (Hyderabad Lok Sabha MP) ଅସାଦୁଦ୍ଦିନ ଓୱେସୀ  (Asaduddin Owaisi) ନେତୃତ୍ୱାଧିନ ଅଲ ଇଣ୍ଡିଆ ମଜଲିସ ଇ ଇତ୍ତେହାଦୁଲ ମୁସଲିମିନ-ଏଆଇଏମଆଇଏମ (AIMIM-All India Majlis-e-Ittehadul Muslimeen) ମଧ୍ୟରେ ମେଣ୍ଟ ହେବା ନେଇ ଆଲୋଚନା ହେଉଛି।  

ଯଦିଓ ଉଭୟ ଏଆଇଏମଆଇଏମ-ଟିଆରଏସ ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଉଛି ହେଲେ ଏହାକୁ ମତାଦାତା ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ସାମ୍ଭାବ୍ୟ ମେଣ୍ଟ ଚର୍ଚ୍ଚା ଆରମ୍ଭ ହୋଇଯିବା ପରେ ଜିଏଚଏମସି ନିର୍ବାଚନ ଲାଗି ଦଳୀୟ ପ୍ରଚାର କରିବା ସମୟରେ ଏଆଇଏମଆଇଏମ ମୁଖ୍ୟଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡୁଛି। ଏପରିକି ଶାସକ ଟିଆରଏସ ପକ୍ଷରୁ ଘୋଷଣା କରାଯାଇଥିବା ଆର୍ଥିକ ସହାୟତା ରାଶି ଯୋଗାଇଦେବାକୁ ସ୍ଥାନୀୟ ସାଂସଦଙ୍କ ନିକଟରେ ଦାବି ରଖୁଛନ୍ତି ହାଇଦ୍ରବାଦ ଜନସାଧାରଣ। 

Also Read: 'ହିନ୍ଦୁସ୍ତାନ' ଶବ୍ଦ କହିବାକୁ ନେଇ ନାରାଜ ଓୱେସୀଙ୍କ ବିଧାୟକ; ବିଧାନସଭାରେ ଜୋରଦାର ହଙ୍ଗାମା

ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ହୋଇଥିବା ଭାରୀ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ଲାଗି ଟିଆରଏସ ସରକାରଙ୍କ ପକ୍ଷରୁ ୧୦ ହଜାର ସହୟତା ରାଶି ଘୋଷଣା କରାଯାଇଛି। ହେଲେ ଆଦର୍ଶ ଆଚାର ସଂହିତା ଉଂଲଘନ ହେବାର ସମ୍ଭାବନା ରହିଥିବାରୁ ରାଜ୍ୟ ନିର୍ବାଚନ ଆୟୋଗ ଏହା ଉପରେ କଟକଣା ଜାରି କରିଛନ୍ତି। ହେଲେ ଏବେ ଏହି ସହାୟତା ରାଶି ପ୍ରଦାନ ଜିଏଚଏମସି ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଏନେଇ ସ୍ଥାନୀୟ ଲୋକଙ୍କ ପକ୍ଷରୁ ପଚରା ଯାଉଥିବା ପ୍ରଶ୍ନର ଉତ୍ତର ରଖି ହାଇଦ୍ରାବାଦ ସାଂସଦ ଓୱେସୀ କହିଛନ୍ତି ଆସନ୍ତା ଡିସେମ୍ବର ୪ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସରକାରଙ୍କ ପକ୍ଷରୁ ପ୍ରଭାବିତ ଲୋକଙ୍କୁ ସହାୟତା ରାଶି ଜନିତ ଚେକ୍ ମିଳିବ।   

Also Read: 'ଲଭ ଜେହାଦ' ମାଧ୍ୟମରେ ଦେଶକୁ ବାଣ୍ଟିବାକୁ ଚାହୁଁଛନ୍ତି ଓୱେସି ଭଳି ଲୋକ: କେନ୍ଦ୍ରମନ୍ତ୍ରୀ ଗିରିରାଜ

 

ଜିଏଚଏମସି ନିର୍ବାଚନରେ ଦଳ ଏଆଇଏମଆଇଏମ  ଠାରୁ ଅଲଗା ହୋଇ ସମସ୍ତ ୧୫୦ଟି ୱାର୍ଡରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନେଇ ଘୋଷଣା କରିଛନ୍ତି ଟିଆରଏସ ସୁପ୍ରିମୋ (TRS Supremo) ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ-କେସିଆର (KCR-Kalvakuntla Chandrashekar Rao) । ଏନେଇ ଜଣାଇଥିଲେ କେସିଆରଙ୍କ ପୁଅ ତଥା ମନ୍ତ୍ରୀ କେଟିଆର (KTR) । 
ହେଲେ ଏହି ନିର୍ବାଚନରେ ହେବାକୁ ଥିବା ଟିଆରଏସ-ଏଆଇଏମଆଇଏମ ମେଣ୍ଟକୁ ନେଇ ଆକମଣାତ୍ମକ ମୁଦ୍ରାରେ ରହିଛି ବିଜେପି (BJP) । ଏନେଇ ଦଳ ପକ୍ଷରୁ ଉଭୟଙ୍କ ମଧ୍ୟରେ ଗୁପ୍ତ ବୁଝାମଣା ହୋଇଛି। ଯାହାର ବାର୍ତ୍ତା ଲୋକଙ୍କ ନିକଟକୁ ଯାଉଛି। ଏହି କାରଣରୁ ସାଧାରଣ ଲୋକେ ଟିଆରଏସ ସରକାରଙ୍କ ପକ୍ଷରୁ ମିଳିବାକୁ  ସହାୟତାକୁ ଦେବା ଲାଗି ହାଇଦ୍ରବାଦ ସାଂସଦଙ୍କୁ ମାଗୁଛନ୍ତି।