ରାଜ୍ୟରେ ପୁଣି ଉପରମୁହାଁ କୋରୋନା ଗ୍ରାଫ୍: ଖୋର୍ଦ୍ଧାରେ ୧୫ଟି ହଟସ୍ପଟ୍ ଚିହ୍ନଟ
Advertisement
Article Detail0/zeeodisha/odisha876694

ରାଜ୍ୟରେ ପୁଣି ଉପରମୁହାଁ କୋରୋନା ଗ୍ରାଫ୍: ଖୋର୍ଦ୍ଧାରେ ୧୫ଟି ହଟସ୍ପଟ୍ ଚିହ୍ନଟ

ଚଳିତ ଟିକାକରଣ ବ୍ୟାପକ ହୋଇଥିବାରୁ ଟିକାଦାନ କେନ୍ଦ୍ରରେ ଆୟୋଜନ ମଧ୍ୟ ବଡ଼ ଆକାରରେ ହୋଇଛି । ରାଜ୍ୟରେ ଦୈନିକ ୨ ଲକ୍ଷ ଟିକାକରଣ ଟାର୍ଗେଟ୍ ରଖାଯାଇଛି। ଏହି ପରିସ୍ଥିତିରେ ଆଜି ରାଜ୍ୟର ଦୈନିକ କୋରୋନା ସଂକ୍ରମଣ ମଧ୍ୟ ଆକାଶଛୁଆଁ ହୋଇଛି। 

ରାଜ୍ୟରେ ପୁଣି ଉପରମୁହାଁ କୋରୋନା ଗ୍ରାଫ୍: ଖୋର୍ଦ୍ଧାରେ ୧୫ଟି ହଟସ୍ପଟ୍ ଚିହ୍ନଟ

ଭୁବନେଶ୍ୱର:  ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଗଣ ଟିକାକରଣ । ୪୫ ବର୍ଷରୁ ଊର୍ଦ୍ଧ୍ୱ ୬ଟି ବର୍ଗର ଯେ କୌଣସି ବ୍ୟକ୍ତି ଏହି ଟିକା ନେଇ ପାରିବେ।  ଗୁରୁବାର ଓ ଶୁକ୍ରବାର ଦୁଇଦିନ ସରକାରୀ ଛୁଟି ସତ୍ବେ କୋଭିଡ ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟରେ ଟିକାକରଣ ଚାଲିଛି। ଚଳିତ ଟିକାକରଣ ବ୍ୟାପକ ହୋଇଥିବାରୁ ଟିକାଦାନ କେନ୍ଦ୍ରରେ ଆୟୋଜନ ମଧ୍ୟ ବଡ଼ ଆକାରରେ ହୋଇଛି । ରାଜ୍ୟରେ ଦୈନିକ ୨ ଲକ୍ଷ ଟିକାକରଣ ଟାର୍ଗେଟ୍ ରଖାଯାଇଛି। ଏହି ପରିସ୍ଥିତିରେ ଆଜି ରାଜ୍ୟର ଦୈନିକ କୋରୋନା ସଂକ୍ରମଣ ମଧ୍ୟ ଆକାଶଛୁଆଁ ହୋଇଛି। ଚଳିତ ବର୍ଷର ସର୍ବାଧିକ ସଂକ୍ରମଣ ହୋଇଛି ଆଜି । ସଂଖ୍ୟା ପ୍ରାୟ ୪ ଶହ ଛୁଇଁଛି । ଖୋର୍ଦ୍ଧା ଜିଲ୍ଲାରେ ୧୫ଟି ହଟସ୍ପଟ୍ ଚିହ୍ନଟ ହୋଇଛି ।

ଦିନକୁ ଦିନ ସ୍ଥିତି ଉତ୍କଟ ହେବାରେ ଲାଗିଛି । ରାଜ୍ୟରେ ଦିନକରେ ୩୯୪ ଜଣ କୋରୋନା (Corona) ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଦିନ କେଇଟା ତଳେ ସଂକ୍ରମିତଙ୍କ ସଂଖ୍ୟା ଦ୍ୱିଶତକ ମାରିଲାଣି ବୋଲି କୁହାଯାଉଥିବା ବେଳେ ବର୍ତ୍ତମାନ ଏହା ଚାରି ଶତକ ମାରିଲାଣି ବୋଲି କହିବାକୁ ପଡ଼ିବ । ଖୋଦ୍ଧା (Khordha) ଜିଲ୍ଲାରୁ ସର୍ବାଧିକ ୭୦ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଳାହାଣ୍ଡିରୁ ୪୩, ନୂଆପଡ଼ାରୁ ୪୦, ବରଗଡ଼ରୁ ୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 

Also Read: ଝିଅର ମୃତଦେହକୁ କାନ୍ଧେଇ ମେଡିକାଲରୁ ଫେରାର ବାପା

ସେହିପରି ସୁନ୍ଦରଗଡ଼ରୁ ୩୦, କଟକରୁ ୨୭, ଅନୁଗୋଳରୁ ୨୪  ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୧୯, ସମ୍ୱଲପୁରରୁ୧୪, ପୁରୀରୁ୧୨ ଓ ବଲାଙ୍ଗିରରୁ ୧୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ (Health & Family Welfare Department) ବିଭାଗ ପକ୍ଷରୁ ସୂଚନା ମିଳିଛି । କେବଳ ଖୋର୍ଦ୍ଧା ଜିଲ୍ଲାରେ ୧୫ଟି ହଟସ୍ପଟ୍ ଚିହ୍ନଟ ହୋଇଛି। ସେପଟେ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୭୦ ହଜାର ପାର । ପୁଣି ୫ ମାସ ପୂର୍ବରେ ଯେଉଁ ସ୍ଥିତି ଥିଲା, ସେହି ସ୍ଥିତିକୁ ଫେରିବାକୁ ଲାଗିଛି ଦୈନିକ ସଂକ୍ରମଣ ସଂଖ୍ୟା। 

Also Read: କୁକୁଡ଼ା ଲାତରେ କୁକୁର ଛାନିଆ, ଦେଖନ୍ତୁ ଭିଡିଓ

ଅନ୍ୟପଟେ ଆଜିଠାରୁ ମାସିଭ ଭ୍ୟାକସିନେସନ( Massive Vaccination) ଆରମ୍ଭ ହୋଇଥିବା ବେଳେ ଛୁଟିଦିନ ବି ବାଦ୍ ପଡୁନି। ୬ଟି ସମ୍ବେଦନଶୀଳ ଵର୍ଗର ବ୍ୟକ୍ତିଙ୍କୁ ଟିକାକରଣରେ ଦିଆଯାଉଛି ପ୍ରାଧାନ୍ୟ । ସକାଳ ୮ଟାରୁ ସନ୍ଧ୍ୟା ୭ଟା ଯାଏ ଚାଲିବ ଟିକାକରଣ ।ରାଜ୍ୟରେ ଏବେଠୁ ଏତେ ସଂଖ୍ୟକ ପଜିଟିଭ୍ ଷ୍ଟାଟସ (Corona Positive Status) ଆସିବା ପରେ ରାଜ୍ୟ ସରକାର ଆହୁରି ସତର୍କ ହୋଇ ଉଠିଛନ୍ତି।