ଝିଅର ମୃତଦେହକୁ କାନ୍ଧେଇ ମେଡିକାଲରୁ ଫେରାର ବାପା
Advertisement
Article Detail0/zeeodisha/odisha876684

ଝିଅର ମୃତଦେହକୁ କାନ୍ଧେଇ ମେଡିକାଲରୁ ଫେରାର ବାପା

ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଭିମସାରକୁ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ହେଲେ ଆଜି ଅପରାହ୍ଣ ୨ ଟା ସମୟରେ ନାବାଳିକାର ମୃତ୍ୟୁ ହୋଇଥିଲା। ଏହାପରେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ ।

ଝିଅର ମୃତଦେହକୁ କାନ୍ଧେଇ ମେଡିକାଲରୁ ଫେରାର ବାପା

ଅଜୟ ନାଥ, ସମ୍ବଲପୁର: ଆଜି ଭିମସାରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଡୁମେର ବାହଲ ଗ୍ରାମର ଟିକିରାମ ଖର୍ସେଲଙ୍କ ୭ ବର୍ଷର ଝିଅ ନିଆଁ ସଂସ୍ପର୍ଶରେ ଆସି ପୋଡିହୋଇ ଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଭିମସାରକୁ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ହେଲେ ଆଜି ଅପରାହ୍ଣ ୨ ଟା ସମୟରେ ନାବାଳିକାର ମୃତ୍ୟୁ ହୋଇଥିଲା। ଏହାପରେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ । 

ମୃତ୍ୟୁପରେ ନାବାଳିକା (Minor Girl Died) ର ବାପା ଅନ୍ୟକିଛି ଉପାୟ ନପାଇ ନାବାଳିକାକୁ କାନ୍ଧେଇ ମେଡିକାଲରୁ ଚମ୍ପଟ ମାରିଥିଲା । ମେଡିକାଲରେ କୌଣସି ଡାକ୍ତରଙ୍କୁ, ନର୍ସ ବା କୌଣସି କର୍ମଚାରୀଙ୍କୁ ନକହି ନାବାଳିକାଙ୍କୁ କାନ୍ଧେଇ ମେଡିକାଲରୁ ଚମ୍ପଟ ମାରିଥିବା ନେଇ ଅଭିଯୋଗ ହୋଇଛି । ବ୍ୟକ୍ତି ଜଣଙ୍କ ନାବାଳିକାକୁ କାନ୍ଧେଇ ବୁର୍ଲା ପେଟ୍ରୋଲ ପମ୍ପ (Burla Petrol Pump) ଛକ ପର୍ଯ୍ୟନ୍ତ ପ୍ରାୟ ଅଧ କିଲୋମିଟର ରାସ୍ତା ଚାଲିଯାଇଥିଲେ। 

Also Read:  West Bengal Assembly Election 2021: ହ୍ୱିଲ ଚେୟାରରେ ବସି ମତଦାନ କେନ୍ଦ୍ରରେ ପହଞ୍ଚିଲେ ଦିଦି

ଏହି ଦୃଶ୍ୟକୁ ସେଠାରେ କିଛି ସ୍ଥାନୀୟ ବ୍ୟକ୍ତି ଦେଖି ବୁର୍ଲା ଭୀମସାର (Burla Vimsar) ଫାଣ୍ଡିରେ ଖବର ଦେଇଥିଲେ। କିଛି ସ୍ଥାନୀୟ ଲୋକ ମୃତକର ବାପା ମାଆକୁ ବହୁତ ବୁଝେଇବା ସହିତ ମେଡିକାଲକୁ ଫେରିଯିବା ପାଇଁ ବୁଝେଇଥିଲେ ହେଲେ କୌଣସି ଫଳ ମିଳିନଥିଲା। ଦୀର୍ଘସମୟ ଧରି ବୁଝାଇବା ସହିତ ସମ୍ପୃକ୍ତ ବ୍ୟକ୍ତିଙ୍କୁ କୌଣସି ସମସ୍ୟା ହେବନାହିଁ ଓ ତାଙ୍କର ସମସ୍ତ ସୁବ୍ୟବସ୍ଥା କରିବାର ପ୍ରତିଶ୍ରୁତି ପରେ ସଂପୃକ୍ତ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀ ଭିମସାରକୁ ଫେରିଥିଲେ।

Also Read: ଇଷ୍ଟର ପର୍ବରେ ମିଳିବନି ମଦ, ନିର୍ଦ୍ଦେଶନାମା ଜାରି କଲେ ସରକାର

ହେଲେ ବ୍ୟକ୍ତି ଜଣଙ୍କ ମୃତ ନାବାଳିକାକୁ କାନ୍ଧେଇ କିଭଳି ଭାବରେ ମେଡିକାଲ (Vimsar Medical)ରୁ ଚମ୍ପଟ ମାରିଲା ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ସମୟରେ ମେଡିକାଲ ଷ୍ଟାଫ, ଫାଣ୍ଡି କର୍ମଚାରୀ,  କିଭଳି ଜାଣିପାରିଲେ ନାହିଁ ଓ ଭିମସାରରେ ନିୟୋଜିତ ସୁରକ୍ଷା କର୍ମୀ ଏହି ସମୟରେ କଣ କରୁଥିଲେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Edited: Zee Odisha Desk