ସରକାରୀ ଆକଳନ ମୁତାବକ ଗଞ୍ଜାମ ଜିଲ୍ଲାର ୨୨ ବ୍ଲକରେ ପାଖାପାଖି ୫ ଶହରୁ ଉର୍ଦ୍ଧ୍ୱ ଭିକ୍ଷୁକ ରହିଥିବା ବେଳେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ତଥ୍ୟ ଏଥିରେ ମିଶାଇଲେ ଏହାର ସଂଖ୍ୟା ଢେର ଗୁଣା ଅଧିକ ହେବ।
Trending Photos
ବ୍ରହ୍ମପୁର: ଭିକ୍ଷୁକଙ୍କ ଦୁଃଖ ଦୁର କରିବା ଲାଗି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ପକ୍ଷରୁ ଏନେଇ ଜିଲ୍ଲା ସ୍ତରରେ ଭିକ୍ଷୁକଙ୍କୁ ଚିହ୍ନଟ କରି ସରକାରୀ ଯୋଜନାରେ ଅନ୍ତର୍ଭୂକ୍ତ କରିବା ସହ ସେମାନଙ୍କୁ ଆନୁଷଙ୍ଗୀକ ସୁବିଧା ଯୋଗାଇ ଥଇଥାନ କରିବା ଲାଗି ରୁପରେଖ ପ୍ରସ୍ତୁତ ହୋଇଥିଲା। ଜିଲ୍ଲା ସ୍ତରରେ ସାମାଜିକ ସୁରକ୍ଷା ଓ ଜିଲ୍ଲା ସଶକ୍ତି କରଣ ବିଭାଗକୁ ଏହାର ଦାୟିତ୍ୱ ଦିଆଯିବା ସହ ପାଖାପାଖି ୪୩ ଲକ୍ଷ ଟଙ୍କାର ଅନୁଦାନ ମଧ୍ୟ ପ୍ରଦାନ କରାଯାଇଥିଲା।
ହେଲେ ଏହି ପରିକଳ୍ପନା ଯେମିତି ବର୍ଷ ବର୍ଷ ଧରି ନାଲି ଫିତା ତଳେ ଲୁଚି ରହିଥିବା ବେଳେ ଆସିଥିବା ଅନୁଦାନ ଏବେ ଫେରିଯିବାକୁ ବସିଛି। ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ହେଉ ଅଥବା ରାଜ୍ୟ ସରକରାଙ୍କ ସମ୍ପୃକ୍ତ ବିଭାଗର ଅବହେଳା କାରଣରୁ ଭିକ୍ଷୁକଙ୍କ ଦୁଃଖ ଦୂର ହେବା ଯେମିତି ଅନିଶ୍ଚିତତା ଘେରକୁ ଏବେ ଠେଲି ହୋଇଯାଇଛି।
Also Read: କୋରୋନା ଛଡାଇ ନେଇଛି ରୋଜଗାର; ପରିବାର ଚଳାଇବା ହୋଇପଡି଼ଛି କଷ୍ଟକର
ନାଲି ଫିତା ତଳେ ସରକାରଙ୍କ ଭିକ୍ଷୁକ ମୁକ୍ତ ଅଭିଯାନ। କୋକୋନା କାଳରେ ବାର ଦୁଆର ଶୁଣ୍ଢି ପିଣ୍ଡା ହେଉଛନ୍ତି ମାଳ ମାଳ ଭିକ୍ଷୁକ। ଟେଣ୍ଡର ଅନୁମତି ବିନା ହୋଇ ପାରିଲାନି ସର୍ଭେ। ଫେରିଗଲା ଭିକ୍ଷୁକଙ୍କ ଭାଗ୍ୟ ପରିବର୍ତ୍ତନ ଲାଗି ଆସିଥିବା ସରକାରୀ ଅନୁଦାନ। ଗଞ୍ଜାମ ଜିଲ୍ଲାକୁ ଭିକ୍ଷୁକ ମୁକ୍ତ କରିବା ସହ ସରକାରି ଯୋଜନାରେ ସାମିଲ କରି ଥଇଥାନ କରିବା ଲାଗି ପ୍ରଥମେ ରୂପରେଖ ପ୍ରସ୍ତୁତ ହୋଇଥିଲା। ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଭିକ୍ଷୁକଙ୍କ ଉଦ୍ଦେଶ୍ୟରେ ୨୦୧୭ ମସିହାରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗକୁ ୪୨ ଲକ୍ଷ ୩୩ ହଜାର ଟଙ୍କାର ଅନୁଦାନ ଆସିଲା।
ଜିଲ୍ଲାରେ ଭିକ୍ଷୁକଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିବା ସହ ସେମାନଙ୍କ ସ୍ଥାୟୀ ଓ ଅସ୍ଥାୟୀ ଠିକଣା, ବୟସ, ବର୍ଗ, କିନ୍ନର ନା ଭିନ୍ନକ୍ଷମ, ପରିଚୟ ପତ୍ର ସମେତ ତାଙ୍କର କାର୍ଯ୍ୟ ଦକ୍ଷତା, ରୋଗ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାର ଲକ୍ଷ ଧାର୍ଯ୍ୟ କରାଯାଇଥିଲା। ସେମାନଙ୍କୁ ଦଳଗତ ବା ବ୍ୟକ୍ତିଗତ ଭାବେ ପରାମର୍ଶଦାତାଙ୍କ ଜରିଆରେ କାଉନସେଲିଂ କରି ବିଭିନ୍ନ ପ୍ରକାର କଲ୍ୟାଣକାରୀ ଯୋଜନାରେ ସାମିଲ କରିବା ସହ ପିଲାଙ୍କ ପାଠପଢା, ଦକ୍ଷତା ବୃଦ୍ଧି ସହ ଆନୁଷଙ୍ଗୀକ ସୁବିଧା ଯୋଗାଇ ଦେବାର ଲକ୍ଷ ରହିଥିଲା। ହେଲେ ଟେଣ୍ଡର ଲାଗି ଅନୁମତି ନମିଳିବା ହେତୁ ଯୋଜନା ସବୁ ଯେମିତି ଶୀତଳଭଣ୍ଡାରରେ ପଡି ରହିଥିବା ବେଳେ ଅନୁଦାନ ଫେରିଯିବାକୁ ବସିଛି। ଯାହାକୁ ନେଇ ଦେଖାଦେଇଛି ତୀବ୍ର ପ୍ରତିକ୍ରିୟା।
Also Read: ଗରିବ ଶ୍ରମିକଙ୍କୁ ପ୍ରଥମେ କୋରୋନା ଆଉ ଏବେ ଦଲାଲ କରୁଛନ୍ତି ନିର୍ଯାତନା
ସରକାରୀ ଆକଳନ ମୁତାବକ ଗଞ୍ଜାମ ଜିଲ୍ଲାର ୨୨ ବ୍ଲକରେ ପାଖାପାଖି ୫ ଶହରୁ ଉର୍ଦ୍ଧ୍ୱ ଭିକ୍ଷୁକ ରହିଥିବା ବେଳେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ତଥ୍ୟ ଏଥିରେ ମିଶାଇଲେ ଏହାର ସଂଖ୍ୟା ଢେର ଗୁଣା ଅଧିକ ହେବ। ଏଣୁ ସଠିକ ସର୍ଭେ କରିବା ଲାଗି ଏକ ଘରୋଇ ଅନୁଷ୍ଠାନକୁ ଦାୟିତ୍ୱ ପ୍ରଦାନ କରାଯିବାକୁ ଲକ୍ଷ ରଖାଯାଇଛି। ପ୍ରତ୍ୟେକ ଭିକ୍ଷୁକଙ୍କ ପିଛା କେଉଁ ବାବଦରେ କେତେ ଖର୍ଚ୍ଚ ହେବ, ସର୍ଭେ ପକ୍ରିୟାରେ କେତେ ଖର୍ଚ୍ଚ କରାଯିବ ଏନେଇ ଏକ ଗାଇଡ ଲାଇନ ଜାରି କରିବା ସହ ଟେଣ୍ଡର କରିବା ଲାଗି ଅନୁମତି ଲୋଡିଛି ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ। ଅନୁମତି ମିଳିବା ପରେ କାର୍ଯ୍ୟପନ୍ଥା ଆଗକୁ ବଢିବ ବୋଲି କହିଛନ୍ତି ଦାୟିତ୍ୱରେ ଥିବା ଅଧିକାରୀ। ସରକାରୀ ସ୍ତରରେ ପ୍ରସ୍ତୁତ ହେଉଥିବା ଯୋଜନା ଯୋଜନା ଭିତରେ ସୀମିତ ରହିଯାଉଥିବା ବେଳେ ଅସହାୟଙ୍କ ସହାୟତା ଦିଗର ଖୋଦ ମୁଖ୍ୟମନ୍ତ୍ରୀ ଦୃଷ୍ଟିଦେବା ଜରୁରୀ ହୋଇପଡିଛି।