ଓଡ଼ିଶାରେ ୨ କୋରୋନା ଆକ୍ରାନ୍ତ !
Advertisement

ଓଡ଼ିଶାରେ ୨ କୋରୋନା ଆକ୍ରାନ୍ତ !

କୋରୋନା ଭାଇରସ(Coronavirus)କୁ ନେଇ ଦେଶରେ ଆତଙ୍କ ଦେଖାଦେଇଛି । ନୋଏଡା ପରେ ଆଗ୍ରାରେ କୋରୋନା ଭାଇରସର ୧୩ ଜଣ ସନ୍ଦିଗ୍ଧ ବ୍ୟକ୍ତି ଚିହ୍ନଟ ହୋଇଛି ।

ଓଡ଼ିଶାରେ ୨ କୋରୋନା ଆକ୍ରାନ୍ତ !

ଭୁବନେଶ୍ୱର: ଓଡ଼ିଶା ପହଞ୍ଚିଲା କୋରୋନା ଭାଇରସ । ଆଜି ଅର୍ଥାତ ମଙ୍ଗଳବାର ପାରାଦ୍ୱୀପ ବନ୍ଦରରେ ୨ ସନ୍ଦିଗ୍ଧ କୋରୋନା ରୋଗୀକୁ ଚିହ୍ନଟ କରାଯାଇଛି । ଉଭୟ ସ୍ୱାମୀ ଓ ସ୍ତ୍ରୀ ଭାରତୀୟ ହୋଇଥିବା ସୂଚନା ମିଳିଛି । ଏହି ଦମ୍ପତ୍ତିଙ୍କୁ ପାରାଦ୍ୱୀପରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଯାଞ୍ଚ କରୁଛି । ଏହି ସ୍ୱାମୀ ଓ ସ୍ତ୍ରୀଙ୍କୁ  କଟକ ଏସିବି ସ୍ଥାନାନ୍ତର କରାଯାଇଥିବାର ସୂଚନା ମିଳିଛି ।

ଅନ୍ୟପଟେ କୋରୋନା ଭାଇରସ(Coronavirus)କୁ ନେଇ ଦେଶରେ ଆତଙ୍କ ଦେଖାଦେଇଛି । ନୋଏଡା ପରେ ଆଗ୍ରାରେ କୋରୋନା ଭାଇରସର ୧୩ ଜଣ ସନ୍ଦିଗ୍ଧ ବ୍ୟକ୍ତି ଚିହ୍ନଟ ହୋଇଛି । ଏହି ସମସ୍ତ ବ୍ୟକ୍ତି, ଯିଏ ଇଟାଲୀରୁ ଆସିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ । ଏହି ବ୍ୟକ୍ତି କୋରୋନା ଭାଇରସ ସଂକ୍ରମିତ ହୋଇଥିଲେ । ବର୍ତ୍ତମାନ ଏହି ସମସ୍ତ ବ୍ୟକ୍ତିଙ୍କୁ ଆଇସୋଲେଶନ ୱାର୍ଡରେ ରଖାଯାଇଛି ଏବଂ ସେମାନଙ୍କ ନମୁନାକୁ ପୁଣେର ମେଡିକାଲ ଲ୍ୟାବକୁ ପଠାଯାଇଛି ।

ସରକାର କହିଛି ଯେ ଆଗ୍ରାରେ ଅପରି ୧୩ ଜଣ ମିଳିଛି, ଯେଉଁମାନଙ୍କ ମଧ୍ୟରେ କୋରୋନା ଭାଇରସ (COVID-19)ର ଲକ୍ଷଣ ଦେଖିବାକୁ ମିଳିଛି । ଏହି ୧୩ ଜଣଙ୍କୁ ଅଲଗା ୱାର୍ଡରେ ରଖାଯାଇଛି । ଏକାସାଙ୍ଗରେ ସେମାନଙ୍କର ନମୁନାକୁ ପୁଣେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି(NIV)କୁ ପଠାଯାଇଛି । ଏହା ସହିତ ଏହି ୧୩ ଜଣଙ୍କ  ସ୍ପର୍ଶରେ ଆସିଥିବା ଲୋକଙ୍କ ଯାଞ୍ଚ ମଧ୍ୟ ଆରମ୍ଭ ହୋଇଛି ।