ହାଜତ ମୃତ୍ୟୁ ପରେ ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ କମ୍ପିଲା ଗୃହ
Advertisement

ହାଜତ ମୃତ୍ୟୁ ପରେ ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ କମ୍ପିଲା ଗୃହ

ଗୃହ ଆରମ୍ଭ ଦିନ ହାଜତ ମୃତ୍ୟୁକୁ ନେଇ ବିଧାନସଭା ଉଠୁଥିବା ପଡୁଥିବା ବେଳେ ଆଜି ହାଜତ ମୃତ୍ୟୁ ପରିବର୍ତ୍ତେ ସ୍କୁଲ ବନ୍ଦ ପ୍ରସଙ୍ଗ ମୁଖ୍ୟ ପ୍ରସଙ୍ଗ ପାଲଟିଗଲା। 

ହାଜତ ମୃତ୍ୟୁ ପରେ ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ କମ୍ପିଲା ଗୃହ

ମଳୟ ରଞ୍ଜନ ମହାନ୍ତି,ଭୁବନେଶ୍ୱର: ଗୃହ ଆରମ୍ଭ ଦିନ ହାଜତ ମୃତ୍ୟୁକୁ (Custodial Death)ନେଇ ବିଧାନସଭା ଉଠୁଥିବା ପଡୁଥିବା ବେଳେ ଏବେ ସେ ପ୍ରସଙ୍ଗ ବିଧାନସଭାରେ ଦେଖିବାକୁ ମିଳିନାହିଁ। ଗତକାଲି ଅର୍ଥାତ ବିଧାନସଭାର (Odisha Assembly)ଚଳିତ ଶୀତକାଳୀନ ଅଧିବେଶନର (Winter Seession)ଦ୍ଵିତୀୟ ଦିନ ଆରମ୍ଭରେ ବିରୋଧି ଆଇନ ଶୃଙ୍ଖଳା (Law & Order)ବ୍ୟବସ୍ଥାକୁ ନେଇ ମୁଲତବୀ ପ୍ରସ୍ତାବ ଆଣିଥଲେ ମଧ୍ୟ ସ୍କୁଲ ବନ୍ଦ ପ୍ରସଙ୍ଗରେ ଗୃହରେ ଅଚଳାବସ୍ଥା ଦେଖାଯାଇଥିଲା। 

ଆଜି ମଧ୍ୟ ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ପ୍ରସ୍ତାବ ମାଧ୍ୟମରେ ସ୍କୁଲ ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି। ଏଭଳି ଅନେକ ପ୍ରଶ୍ନ ଏବେ ଉଠୁଛି ହାଜତ ମୃତ୍ୟୁକୁ ନେଇ ବିରୋଧିଙ୍କ ଆଭିମୁଖ୍ୟରୁ। ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପରେ ପୁରୀ ଏବଂ ସୁନ୍ଦରଗଡ ଜିଲ୍ଲାରେ ହୋଇଥିବା ହାଜତ ମୃତ୍ୟୁକୁ ନେଇ ଗୃହ ଉଠିଥିଲା ପଡିଥିଲା। ଏପରିକି ୨୧ ତାରିଖ ଅର୍ଥାତ ଦ୍ଵିତୀୟ ଦିନ ଗୃହ ଆରମ୍ଭ ହେଉ ହେଉ ହୋହଲ୍ଲା କରିଥିଲେ ବିରୋଧି। ଏନେଇ ମୁଲତବୀ ପ୍ରସ୍ତାବ ମଧ୍ୟ ଅଣାଯାଇଥିଲା କିନ୍ତୁ କଣ ହେଲା କେଜାଣି କିଛି ସମୟ ପରେ ଚିତ୍ର ହଠାତ ବଦଳିଗଲା। 

ହାଜତ ମୃତ୍ୟୁ ପରିବର୍ତ୍ତେ ସ୍କୁଲ ବନ୍ଦ ପ୍ରସଙ୍ଗ ମୁଖ୍ୟ ପ୍ରସଙ୍ଗ ପାଲଟିଗଲା। ଏପରିକି ଆଜି ମଧ୍ୟ ପୂର୍ବ ଦିନର ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ଅନୁଯାୟୀ ସ୍କୁଲ ବନ୍ଦ ପ୍ରସଙ୍ଗରେ ମୋସନ ଜରିଆରେ ଆଲୋଚନା ହୋଇଥିଲା। ହାଜତ ମୃତ୍ୟୁ ପ୍ରସଙ୍ଗ ନଥିଲା। ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପିର (BJP)କହିବା କଥା ହାଜତ ମୃତ୍ୟୁ ଘଟଣାରେ ପୋଲିସ ଘଟଣାକୁ ଚାପିବା ସହ ଭିନ୍ନ ମୋଡ ଦେବାକୁ ଉଦ୍ୟମ କରାଯାଉଛି। ଏ ପ୍ରସଙ୍ଗ ନିଶ୍ଚିତ ଭାବେ ଆଗକୁ ଜୋରଦାର ହେବ। 

ହେଲେ ଏହି ପ୍ରସଙ୍ଗ ଶିଥିଳ ପଡିଯାଇଥିବା ସ୍ୱୀକାର କରିଛି କଂଗ୍ରେସ। ଘଟଣାକୁ ଭିନ୍ନ ମୋଡ ଦେବାକୁ ଉଦ୍ୟମ କରାଯାଉଥିବା ବେଳେ ସରକାର ଏଥିରୁ ଲାଭ ନେବାକୁ ଉଦ୍ୟମ କରୁଛନ୍ତି ବୋଲି କଂଗ୍ରେସ ବିଧାୟକ (Congress MLA)ତାରା ବାହିନୀପତି କହିଛନ୍ତି। ଅନ୍ୟପକ୍ଷେ ସରକାରୀ ଦଳର କହିବା କଥା ହାଜତ ମୃତ୍ୟୁ ଏକ ଅଘଟଣ। ବିଗତ ୨୦ ବର୍ଷର ରେକର୍ଡ କହୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ଦୋଷୀକୁ କେବେ କ୍ଷମା କରିନାହାଁନ୍ତି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଆଇନ ତା ବାଟରେ ଯିବ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି।