Cyclone Asani Updates: ପଡୋଶୀ ଘରେ ପିଟିହେଲା 'ଅସାନି', ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
Advertisement

Cyclone Asani Updates: ପଡୋଶୀ ଘରେ ପିଟିହେଲା 'ଅସାନି', ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଶୁକ୍ରବାର ସନ୍ଧ୍ୟା ସୁଦ୍ଧା "ଗଭୀର ଅବପାତ"ରେ ପରିଣତ ହୋଇଥିବା ଅସାନି, ଲଘୁଚାପର (Low Pressure) ରୂପ ନେବ। ଏହାର ପ୍ରଭାବରେ ଓଡିଶାରେ ବଡ ବର୍ଷା କି ପବନର ଆଶଙ୍କା ନାହିଁ। କିନ୍ତୁ ୧୨ ତାରିଖରେ ଦକ୍ଷିଣ ଓଡିଶା ସମେତ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି। 

ସୌ- ସୋସିଆଲ ମିଡିଆ

ଭୁବନେଶ୍ୱର: ଗଡବଡ ହୋଇଗଲା ପାଣିପାଗ ବିଭାଗର ପୂର୍ବାନୁମାନ। ଓଡିଶା ଦେଇ ଗଲାନି ବାତ୍ୟା ଅସାନି। ବୁଧବାର ସନ୍ଧ୍ୟାରେ ପ୍ରାୟ ପାଞ୍ଚଟା ବେଳେ ଅସାନି ଦୁର୍ବଳ ହୋଇ ଆନ୍ଧ୍ର ପ୍ରଦେଶର ମଚ୍ଛଲିପାଟନମ ଓ ନାରୋସପୁର ନିକଟରେ ସ୍ଥଳଭାଗ ଛୁଇଁଛି। ଗୁରୁବାର ଏହା ଆହୁରି ଦୁର୍ବଳ ହୋଇ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଲଘୁଚାପରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ଗୁରୁବାର ରାଜ୍ୟର ଦକ୍ଷିଣ ଓ ଉପକୂଳ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ସମ୍ଭାବନା ଅଛି। ସେଥିପାଇଁ ସମ୍ପୃକ୍ତ ଜିଲ୍ଲା ଗୁଡିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନାନୁସାରେ, "ଅସାନି" ଦୁର୍ବଳ ହେଉଛି। ସ୍ଥଳ ଭାଗ ସଂସ୍ପର୍ଶରେ ଆସିବା ଦ୍ୱାରା ଆନ୍ଧ୍ର ଉପକୂଳର ଭୌଗଳିକ ସ୍ଥିତି ବାତ୍ୟା (Cyclone Asani) ସହ ପାରସ୍ପରିକ କ୍ରିୟା ପ୍ରଭାବରେ ଧୀରେ ଧୀରେ ମେଘ ଖଣ୍ଡ ଗୁଡିକ ଭାଙ୍ଗିବା ସହ ବାତ୍ୟା ଦୁର୍ବଳ ହେବା ପ୍ରକ୍ରିୟା ଆହୁରି ସକ୍ରିୟ ହେଇଛି। ବର୍ତ୍ତମାନ ବାତ୍ୟା ଅସାନି ଦୁର୍ବଳ ହୋଇ "ଗଭୀର ଅବପାତ"ରେ ପରିଣତ ହୋଇଛି। ମଚ୍ଛଲିପାଟନମ ଠାରୁ ୨୦ କିମି ଦୂରରେ ଆନ୍ଧ୍ର ଉପକୂଳରେ ଅସାନି ଦୁର୍ବଳ ହୋଇ "ଗଭୀର ଅବପାତ" ରେ ପରିଣତ ହେଲା। ପର୍ଯ୍ୟବେକ୍ଷଣ ଅନୁଯାୟୀ ଆନ୍ଧ୍ରପ୍ରଦେଶ ଉପକୂଳକୁ ଗଭୀର ଅବପାତ ରୂପରେ ମଚ୍ଛଲିପାଟନମ ଏବଂ ନରସପୁର ମଧ୍ୟ ଦେଇ ଅତିକ୍ରମ ପ୍ରକ୍ରିୟା ଚାଲିଛି।

Also Read: Cyclone Asani Live Updates: ଓଡ଼ିଶା ଉପରୁ ଟଳିଲା ବାତ୍ୟା ବିପଦ, ବଢି଼ଲା ବର୍ଷା ସମ୍ଭାବନା

ଶୁକ୍ରବାର ସନ୍ଧ୍ୟା ସୁଦ୍ଧା "ଗଭୀର ଅବପାତ"ରେ ପରିଣତ ହୋଇଥିବା ଅସାନି, ଲଘୁଚାପର (Low Pressure) ରୂପ ନେବ। ଏହାର ପ୍ରଭାବରେ ଓଡିଶାରେ ବଡ ବର୍ଷା କି ପବନର ଆଶଙ୍କା ନାହିଁ। କିନ୍ତୁ ୧୨ ତାରିଖରେ ଦକ୍ଷିଣ ଓଡିଶା ସମେତ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି। ପାଣିପାଗ କେନ୍ଦ୍ର ଅନୁସାରେ, ଗୁରୁବାର ସକାଳ ସୁଦ୍ଧା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହୋଇ ପାରେ। ସେଥିପାଇଁ ଏହି ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଏବେ ବି ସମୁଦ୍ର ଅଶାନ୍ତ ରହିଛି, ତେଣୁ ମାଛମରାକୁ ନେଇ ମତ୍ସ୍ୟଜୀବୀଙ୍କ ଉପରେ କଟକଣା ବଳବତ୍ତର ରହିଛି। ତେବେ ଓଡିଶା ଉପରେ ବତ୍ୟା ଅସାନିର କୌଣସି ବିଶେଷ ପ୍ରଭାବ ପଡିନାହିଁ କି ବିପଦ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। ବାତ୍ୟା ପ୍ରଭାବରୁ ଗତ ତିନି ଚାରି ଦିନ ରାଜ୍ୟର କିଛି ଜିଲ୍ଲାର ତାପମାତ୍ରା ହ୍ରାସ ପାଇଥିଲା। କିନ୍ତୁ ୧୩ ତାରିଖଠାରୁ ପୁଣିଥିରେ ଉତ୍ତାପ ବୃଦ୍ଧି ପାଇପାରେ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି।