ମାସାଧିକ କାଳ ଧର୍ମାନୁଷ୍ଠାନ ବନ୍ଦ ଫଳରେ ବିଶେଷ କରି ମନ୍ଦିର ପୂଜକ ଏବଂ ସେବାୟତ ଆର୍ଥିକ ଅନଟନ ମଧ୍ୟରେ ଗତି କରୁଛନ୍ତି।
Trending Photos
ଭୁବନେଶ୍ୱର: ରାଜଧାନୀରେ ଧର୍ମାନୁଷ୍ଠାନ ଖୋଲିବା ନେଇ ଜାରି ରହିଛି ଅନିଶ୍ଚିତତା। ରାଜ୍ୟ ସରକାରଙ୍କ ଅଗଷ୍ଟ ମାସ ଅନଲକ୍ ଗାଇଡଲାଇନ ମୁତାବକ ସାରା ରାଜ୍ୟରେ ସ୍ବତନ୍ତ୍ର କଟକଣା ମଧ୍ୟରେ ଧର୍ମାନୁଷ୍ଠାନ ଖୋଲି ପାରିବ। ହେଲେ ମନ୍ଦିର ତଥା ସ୍ଥାନୀୟ ପ୍ରଶାସନର ଅନୁମତିରେ ମଠ ମନ୍ଦିର, ମସଜିଦ୍, ଗୀର୍ଜା, ଗୁରୁଦ୍ବାର ଆଦି ଖୋଲିବାକୁ କୁହାଯାଇଛି। ବୁଧବାର ଠାରୁ ରାଜ୍ୟର କିଛି ଜିଲ୍ଲାରେ ଧିରେ ଧିରେ ଧର୍ମାନୁଷ୍ଠାନ ଅନଲକ୍ ହେଉଥିବା ବେଳେ ରାଜ୍ୟ ରାଜଧାନୀରେ କେବେ ଖୋଲିବ ତାହାର ଉତ୍ତର କାହା ପାଖରେ ନାହିଁ। ଧର୍ମାନୁଷ୍ଠାନ ପକ୍ଷରୁ ବିଏମସି ଅନୁମତିକୁ ଅପେକ୍ଷା କରାଯାଇଥିବା ବେଳେ ଚେଇଁ ଶୋଇଛି ବିଏମସି।
ଧର୍ମାନୁଷ୍ଠାନକୁ କୋରୋନା କଣ୍ଟା, କେବେ ଖୋଲିବ ଆଉ କଣ ରହିବ ଏସଓପି (Corona SOP)? କେବେ ଭାଙ୍ଗିବ ବିଏମସି (BMC) ନିଦ? ଅଗଷ୍ଟ ଅନଲକ୍ ପ୍ରକ୍ରିୟାରେ (Corona Unlock Process) ରାଜ୍ୟର ତାଲା ଖୋଲୁଛି। ଆଉ ଏହା ମଧ୍ୟରେ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ (Bhubaneswar) ଧର୍ମାନୁଷ୍ଠାନ (Religious Institutions) ଖୋଲିବା ନେଇ ଅନିଶ୍ଚିତତା ଦେଖାଦେଇଛି। କାରଣ ମାର୍ଗଦର୍ଶିକା ମୁତାବକ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ମନ୍ଦିର ଅଥବା ସ୍ଥାନୀୟ ପ୍ରଶାସନ (Temple Administration) ହାତରେ ରହିଛି।
Also Read: ଆସନ୍ତାକାଲି ଠାରୁ ରାଜଧାନୀ ରାଜରାସ୍ତାରେ ଗଡି଼ବ ମୋ ବସ୍
ହେଲେ ରାଜ୍ୟର ଅନ୍ୟ ଜିଲ୍ଲାରେ ମନ୍ଦିର ଖୋଲୁଥିବା ବେଳେ ରାଜଧାନୀରେ କେବେ ଖୋଲିବ ତାହାକୁ ନେଇ ଦେଖାଦେଇଛି ଆଶା ଆଶଙ୍କା। ସରକାର ଯଦିଓ ଲିଙ୍ଗରାଜ ମନ୍ଦିର (Lingaraj Temple) ପାଇଁ ସ୍ବତନ୍ତ୍ର ଏବଂ ଅନ୍ୟ ମନ୍ଦିର ଲାଗି ଭୁବନେଶ୍ୱର ମହାନଗର ନିଗମକୁ (Bhubaneswar Municipal Corporation) ଦାୟିତ୍ବ ନ୍ୟସ୍ତ କରିଛନ୍ତି ହେଲେ ଏପର୍ଯ୍ୟନ୍ତ କୌଣସି ମନ୍ଦିର ଖୋଲିବା ନେଇ କାଣିଚାଏ ପଦକ୍ଷେପ ନିଆଯାଇନାହିଁ।
ମାସାଧିକ କାଳ ଧର୍ମାନୁଷ୍ଠାନ ବନ୍ଦ ଫଳରେ ବିଶେଷ କରି ମନ୍ଦିର ପୂଜକ (Temple Worshipper) ଏବଂ ସେବାୟତ ଆର୍ଥିକ ଅନଟନ ମଧ୍ୟରେ ଗତି କରୁଛନ୍ତି। ଏହାର ଚତୁଃପାର୍ଶ୍ବରେ ନିର୍ଭରଶୀଳ ଛୋଟ ବଡ ବ୍ୟବସାୟୀ ମଧ୍ୟ ସମାନ ଡଙ୍ଗାର ନାଉରୀ। ଅର୍ଥାତ ସେମାନଙ୍କ ସ୍ଥିତି ମଧ୍ୟ ଖରାପ ହୋଇପଡି଼ଛି। ସହରର ବିଭିନ୍ନ କୋଣ ଅନୁକୋଣରେ ଥିବା ଛୋଟ ମୋଟ ମନ୍ଦିର ସମେତ ଚର୍ଚ୍ଚ (Church), ମସଜିଦ୍ (Mosque), ଗୁରୁଦ୍ବାର (Gurudwar) ଭଳି ସ୍ଥାନରେ ତାଲା ଝୁଲୁଛି। ହେଲେ କେବେ କଟକଣା କୋହଳ ହେବ ସେଥିପ୍ରତି ସତେ ଯେପରି ନିଘା ରଖିନାହିଁ ବିଏମସି। ଧର୍ମାନୁଷ୍ଠାନ ପକ୍ଷରୁ ଏନେଇ ତୁରନ୍ତ ପଦକ୍ଷେପ ନେବା ଲାଗି ଅନୁରୋଧ କରାଯାଇଥିବା ବେଳେ ଏସଓପି ଘୋଷଣା କରି ଅନୁମତି ଦେବାକୁ କୁହାଯାଇଛି।
Also Read: SOP ପାଳନ କରି ଖୋଲିବ ସ୍କୁଲ; ଆରମ୍ଭ ହେବ ଶ୍ରେଣୀଗୃହ ପାଠପଢା
ବଡ କଥା ହେଉଛି ରାଜ୍ୟ ସରକାରଙ୍କ ପକ୍ଷରୁ ଫିଲ୍ମ ହଲ୍ (Film Hall), ସପିଂ ମଲ୍ (Shopping Mall) ଖୋଲିବା ଲାଗି ଅନୁମତି ଦେବା ପରେ ଦୁଇଟି କୋଭିଡ ଟିକା ପ୍ରମାଣ ପତ୍ର ସହ ପ୍ରବେଶ କରିବାକୁ ନିର୍ଦ୍ଦେଶ ରହିଛି। ସେହିପରି ଧର୍ମାନୁଷ୍ଠାନ ଖୋଲିଲେ ପ୍ରଶାସନର ସହାୟତାରେ ଡବଲ୍ ଡୋଜ୍ କୋରୋନା ସାର୍ଟିଫିକେଟ (Double Dose Corona Certificate) ବିନା ଧର୍ମାନୁଷ୍ଠାନ ପ୍ରବେଶ ଉପରେ ରୋକ ଲଗାଇବାକୁ ଦାବି ଉଠିଛି।