SOP ପାଳନ କରି ଖୋଲିବ ସ୍କୁଲ; ଆରମ୍ଭ ହେବ ଶ୍ରେଣୀଗୃହ ପାଠପଢା
Advertisement

SOP ପାଳନ କରି ଖୋଲିବ ସ୍କୁଲ; ଆରମ୍ଭ ହେବ ଶ୍ରେଣୀଗୃହ ପାଠପଢା

ସ୍କୁଲ ଖୋଲିବ ହେଲେ ହଷ୍ଟେଲ ଖୋଲିବାକୁ ନେଇ ଏପର୍ଯ୍ୟନ୍ତ ମଧ୍ୟ ବଳବତ୍ତର ରହିଛି ପୂର୍ବରୁ ଜାରି ହୋଇଥିବା କଟକଣା। 

SOP ପାଳନ କରି ଖୋଲିବ ସ୍କୁଲ; ଆରମ୍ଭ ହେବ ଶ୍ରେଣୀଗୃହ ପାଠପଢା

ଭୁବନେଶ୍ୱର: ସ୍କୁଲ ଖୋଲିବ ହେଲେ ଖୋଲିବ ନାହିଁ ହଷ୍ଟେଲ। ରାଜ୍ୟରେ ଦ୍ବିତୀୟ ଲହର ଆଂଶିକ ତାଲାବନ୍ଦ ଅବଧି ଭିତରେ ଆସନ୍ତା ୨୬ ତାରିଖ ସୋମବାର ଠାରୁ ଉଭୟ ଦଶମ-ଦ୍ବାଦଶ ପାଇଁ ଶ୍ରେଣୀଗୃହ ପାଠପଢା ଆରମ୍ଭ ହେବ। ଏନେଇ ଶନିବାର ଗଣଶିକ୍ଷା ବିଭାଗ ଘୋଷଣା କରିବା ପରେ ଏବେ ୨୦୨୧-୨୨ ଶିକ୍ଷା ବର୍ଷକୁ ସଜାଡ଼ିବା ଲାଗି ବିଭାଗ କସରତ ଆରମ୍ଭ କରିବା ସହ ରବିବାର ଅପରାହ୍ନରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ବୈଠକ ଅନୁଷ୍ଠିତ ହୋଇଛି। କଡା ଏସଓପି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ବର୍ତ୍ତମାନ ପରିପ୍ରେକ୍ଷୀରେ ହଷ୍ଟେଲ ଖୋଲିବାକୁ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ସେପଟେ ମୁଣ୍ଡ ଉପରେ ତୃତୀୟ ଲହରର ଡର।  

ସ୍କୁଲ ଖୋଲିବ ହେଲେ ହଷ୍ଟେଲ ଖୋଲିବାକୁ ମନା। ପିଲାଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ବ, ଦେଇ କଠୋର ଭାବେ ଷ୍ଟାଣ୍ଟାର୍ଡ ଅପରେଟିଂ ପ୍ରୋସିଜ୍ୟୋର (Standard Operating Procedure) ଏସଓପି (SOP) ପାଳନ କରିବାକୁ ଦିଆଯାଇଛି ନିର୍ଦ୍ଦେଶ। ରାଜ୍ୟରେ ୨୦୨୧-୨୨ ଶିକ୍ଷାବର୍ଷରେ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଗୃହ ପାଠପଢା (Classroom Teaching) ଲାଗି ଗଣଶିକ୍ଷା ବିଭାଗ (Mass Education Department) ପ୍ରସ୍ତୁତି ଆରମ୍ଭ କରିଛି।

Also Read: ଅପେକ୍ଷାର ଅନ୍ତ: ରାଜ୍ୟରେ ୨୬ ଜୁଲାଇରୁ ଖୋଲିବ School

ରବିବାର ଅପରାହ୍ନରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ (District Education Officer) ଭର୍ଚୁଆଲ ବୈଠକ କରି ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଏସଓପି କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପ୍ରତି ଜିଲ୍ଲା ପାଇଁ ନିଯୁକ୍ତ ନୋଡାଲ ଅଫିସର, ଖୋଦ୍ ବିଭାଗୀୟ ମନ୍ତ୍ରୀ (Odisha Mass Education Minister) ସ୍କୁଲ ଖୋଲିବା ପରେ ବିଭିନ୍ନ ଜିଲ୍ଲା ଗସ୍ତ କରି କୋରୋନା ଗାଇଡ ଲାଇନ (Corona Guidelines) ପାଳନର  ତର୍ଜମା କରିବେ। 

ହଷ୍ଟେଲ (Hostel) ଖୋଲିବା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନଥିବା ବେଳେ ପରବର୍ତ୍ତୀ ସମୟରେ ବିଚାର କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ସେପଟେ ଗ୍ରାମାଞ୍ଚଳ (Rural Area), ଉପାନ୍ତ ଅଞ୍ଚଳରେ (Cut Off Area) ଏସଓପି ପାଳନ କରିବାରେ ଅଭିଭାବକଙ୍କ ଠାରୁ ଡିଇଓ ପର୍ଯ୍ୟନ୍ତ ସମନ୍ବୟ ରକ୍ଷା କରି ବିଦ୍ୟାଳୟ ଖୋଲିବାକୁ ପରାମର୍ଶ ଦେଇଛନ୍ତି ଶିକ୍ଷାବିତ୍। 

Also  Read: ବଢୁଛି ମାଟ୍ରିକ ପାସ ହାର; ବଢିବ ଯୁକ୍ତ ଦୁଇ କଲେଜ ସିଟ୍

ସେପଟେ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ। ଅନ ଲାଇନ୍ ପାଠ ପଢା (On Line Teaching) ଜାରି ରହୁଥିବା ବେଳେ ଏହା ସମ୍ପୂର୍ଣ୍ଣ ରୂପେ ଫଳପ୍ରଦ ହୋଇପାରୁନଥିଲା। ଅଫ ଲାଇନ ଅର୍ଥାତ ଶ୍ରେଣୀ ଗୃହ ପାଠପଢାର (Off Line Teaching) ଗୁରୁତ୍ଵ ରହିଛି। କଡା ଏସଓପି ପାଳନ ହେଲେ ବିଦ୍ୟାଳୟ ଯିବାକୁ ପ୍ରସ୍ତୁତ ଅଛନ୍ତି ଛାତ୍ରଛାତ୍ରୀ। ନିୟମିତ ଭାବେ ମାଗଣା ମାସ୍କ (Mask) ଯୋଗାଇଦେବାକୁ ଦାବି ହୋଇଛି। ସେହିପରି ସବୁ ବିଦ୍ୟାଳୟରେ ଥିବା ଅଭିଭାବକ କମିଟି କୋରୋନ ନିୟମ ପାଳନ କରାଯାଉଛି କି ନାହିଁ ସେ ଦିଗରେ ଗୁରୁତ୍ଵ ଦେବା ଉଚିତ୍ ବୋଲି ଅଭିଭାବକ କହିଛନ୍ତି।  

Also Read: ଜୀବନ ବନାମ ଭବିଷ୍ୟତ; କୋରୋନା ସଂକଟ କାଳରେ ହେବ Offline NEET Exam

ସେପଟେ ସ୍କୁଲ ଖୋଲୁଥିବା ବେଳେ ହଷ୍ଟେଲ ବନ୍ଦ ହେତୁ ଏହା ଉପରେ ନିର୍ଭର କରୁଥିବା ଛାତ୍ରଛାତ୍ରୀ ଅଫଲାଇନ ପାଠପଢାରୁ ବଞ୍ଚିତ ରହିବାର ସମ୍ଭାବନା ଦେଖାଦେଇଛି। ଏହା ସହ ଆଗକୁ କୋରୋନା ମହମାରୀର ତୃତୀୟ ଲହର ଏବଂ ଭିନ୍ନ ଭିନ୍ନ କୋରୋନା ଭାରିଏଣ୍ଟ () ଚିନ୍ତା ବଢାଇଛି। କୌଣସି ପ୍ରତିକୂଳ ପରିସ୍ଥିତି ଉପୁଜିଲେ ଆବଶ୍ୟକତା ଅନୁସାରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।