୨୦ ହଜାର କ୍ୟାସ ପ୍ରାଇଜ ଲୋଭରେ ଆକାଉଣ୍ଟରୁ ଉଡିଗଲା ଅଢେଇ ଲକ୍ଷ
Advertisement
Article Detail0/zeeodisha/odisha831169

୨୦ ହଜାର କ୍ୟାସ ପ୍ରାଇଜ ଲୋଭରେ ଆକାଉଣ୍ଟରୁ ଉଡିଗଲା ଅଢେଇ ଲକ୍ଷ

ସାଇବର ଠକଙ୍କ ଉତ୍ପାତ ଏବେ ସାଧାରଣ ଲୋକଙ୍କୁ ଖୁବ୍ ଅତିଷ୍ଠ କଲାଣି। ନିଜେ କଷ୍ଟ ପରିଶ୍ରମ କରି ଉପାର୍ଜନ କରିଥିବା ଟଙ୍କାକୁ ଆପଣ କେମିତି ସୁରକ୍ଷିତ ରଖିବେ ତାହା ଆପଣଙ୍କ ଉପରେ ନିର୍ଭର କରେ।

୨୦ ହଜାର କ୍ୟାସ ପ୍ରାଇଜ ଲୋଭରେ ଆକାଉଣ୍ଟରୁ ଉଡିଗଲା ଅଢେଇ ଲକ୍ଷ

ଭୁବନେଶ୍ୱର: ଦିନକୁ ଦିନ ଦୁନିଆରେ ଡିଜିଟାଲାଇଜେସନ ପ୍ରକ୍ରିୟା ଆଗକୁ ଆଗକୁ ବଢିଚାଲିଛି। ଆଉ ଏହାର ଫାଇଦା ଉଠାଇ ସାଇବର ଠକ ବିଭିନ୍ନ ସମୟରେ ମନଲୋଭା କଥା କହି ସାଧାରଣ ଲୋକଙ୍କୁ ଚୂନ ଲଗାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରିବାରେ ସଫଳ ହେଉଛନ୍ତି। ଏଥିପାଇଁ ଟିଭି, ଖବର କାଗଜରେ ବିଜ୍ଞାପନ ମାଧ୍ୟମରେ ଏ ଘଟଣା ବାବଦରେ ଲୋକଙ୍କୁ ସତର୍କ କରାଯାଉଛି। 

ହେଲେ ଯେତେ ସତର୍କତା ଅବଲମ୍ବନ କରିଲେ ମଧ୍ୟ ଅନେକ ଲୋକ ବିଭିନ୍ନ ସମୟରେ ଠକଙ୍କ ହାବୁଡରେ ପଡି ଲୁଟପାଟର ଶିକାର ହେଉଛନ୍ତି। ସାଇବର ଠକଙ୍କ ଜାଲରେ ପଡି ସର୍ବସ୍ୱାନ୍ତ ହେଉଛନ୍ତି ସାଧାରଣ ଲୋକ। ସଦ୍ୟ ଏପରି ଘଟଣା ସାମ୍ନାକୁ ଆସିଛି। ଠକ ହାବୁଡରେ ପଡି ୨ ଲକ୍ଷ ୬୫ ହଜାର ଟଙ୍କା ହରାଇ ସର୍ବସ୍ୱାନ୍ତ ହୋଇଛନ୍ତି କଳାହାଣ୍ଡି ଭବାନୀପାଟଣାର ଜଣେ ଶିକ୍ଷିତ ଦମ୍ପତି। ସେପଟେ ସାଇବର ଏକ୍ସପର୍ଟ କହିଛନ୍ତି ଆପଣ ସାମାନ୍ୟ ସତର୍କ ହେଲେ ଆପଣଙ୍କ କଷ୍ଟ ଲବ୍ଧ ଟଙ୍କାଙ୍କୁ କେହି ଚୋରି କରିପାରିବେ ନାହିଁ।

ଏପରି ସାଇବର ଠକେଇର ଶିକାର ହୋଇଛନ୍ତି ଭବାନୀପାଟଣା ଶର୍ମା କଲୋନୀର ଜଣେ ଅବସରପ୍ରାପ୍ତ ବରିଷ୍ଠ ନାଗରିକ ଗଙ୍ଗାଧର ସୁବୁଦ୍ଧି ଓ ତାଙ୍କ ସ୍ତ୍ରୀ। ଗତ ଶନିବାର ଏକ ଘରୋଇ ଟେଲିକମ କମ୍ପାନୀର କଷ୍ଟମର କେୟାର କର୍ମଚାରୀଙ୍କ ପରିଚୟ ଥିବା କଲ୍ ଟେଲିଫୋନକୁ ଆସିଥିଲା। କଲ୍ ସମ୍ପର୍କିତ ସମସ୍ୟା ଦୂର କରିଦେବ କହି ବୋଲି କହି ତାଙ୍କର ବ୍ୟକ୍ତି ଠିକଣା ମାଗିଥିଲା।

Also Read: ବଢିଚାଲିଛି ଅନଲାଇନ ଠକେଇ, ଆଇଟି ପ୍ରଫେସନାଲଙ୍କୁ ଚୂନ ଲଗାଇଲେ ସାଇବର ଲୁଟେରା

ଆପଣଙ୍କ ପାଇଁ ମାଗଣା ଅଫର ଅଛି। ତାଙ୍କୁ ମୋବାଇଲ ଗିଫ୍ଟ ୨୦ ହଜାର ଟଙ୍କା ମଧ୍ୟ କ୍ୟାସ ପ୍ରାଇଜ ମିଳିବ ବୋଲି ବୋଲି ସେହି ଠକ ଜଣକ କହିଥିଲା। ଠକ ଦେଇଥିବା ନିର୍ଦ୍ଦେଶ ଅନୁସାର କାମ କରିଥିଲେ ଗଙ୍ଗାଧର। ହେଲେ ସେହି ଠକ କିଛି ସମୟ ପରେ OTP ନନେଇ ମଧ୍ୟ ବାରମ୍ବାର ଗଙ୍ଗାଧରଙ୍କ ଆକାଉଣ୍ଟରୁ Google Pay ମାଧ୍ୟମରେ ଥରକେ ୨୦ ହଜାର ଲେଖାଏଁ ଟଙ୍କା ଉଠାଇ ୫ ଥରରେ ମୋଟ  ୧ ଲକ୍ଷ ଟଙ୍କା ଏବଂ ବ୍ୟାଙ୍କ ଆକାଉଣ୍ଟରୁ ୪୫ ହଜାର ଟଙ୍କା ଲୁଟି ନେଇଥିଲା।

ଏପରିକି ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ମଧ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ଠକ ଠକି ନେଇଥିଲା। ଏପରିକି ଗଙ୍ଗାଧର ଓ ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ  ମୋଟ ୨ଲକ୍ଷ ୬୫ ହଜାର ସାଇବର ଠକ ଫୋନ ମାଧ୍ୟମରେ ଲୁଟି ନେଇଥିଲା।   କଳାହାଣ୍ଡି ଏସପିଙ୍କ ସାଇବର ସେଲକୁ ଲୁଟର ଶିକାର ହୋଇଥିବା ଗଙ୍ଗାଧର ସୁବୁଦ୍ଧି ଘଟଣା ବାବଦରେ ଜଣାଇବା ସହ ଭବାନୀ ପାଟଣା ଟାଉନ ଥାନାରେ ଏତଲା ଦେଇଛନ୍ତି। 

Also Read: ସାବଧାନ! ଓଟିପି ନୁହେଁ ଏବେ ଏହି ତରିକାରେ ଚାଲିଛି ସାଇବର ଠକେଇ

 

ଏପରି ଠକେଇ ବାବଦରେ ସାଇବର ଏକ୍ସପର୍ଟ କହିଛନ୍ତି ଏପରି ଟେଲିଫୋନ କଲ୍, ମେସେଜ୍, ଲିଙ୍କ, ଆପ୍ସ ଡାଉନଲୋଡ ପ୍ରତ୍ୟକ ସ୍ମାର୍ଟ ଫୋନ୍ ହୋଲଡରଙ୍କ ପାଖକୁ ଆସିବା ବଢି ଯାଇଛି। ସେ ବୃଦ୍ଧ ହୁଅନ୍ତୁ କିମ୍ବା କିଶୋର ସମସ୍ତେ ଅତି ସତର୍କତାର ସହ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି। କୌଣସି ଅଜଣା କଲ୍, ଫ୍ରେଣ୍ଟ ରିକ୍ବେଷ୍ଟ, ଲିଙ୍କ, ମେସେଜ୍, ପ୍ରାଇଜ୍, ରିୱାର୍ଡ ସମ୍ପର୍କିତ ଲିଙ୍କ ନଖୋଲିବାକୁ କହିଛନ୍ତି । ଏହା ସହ ଫେସ୍ ବୁକ୍, ହ୍ବାଟ୍ସ ଅପ ଆଦି ଆପଲିକେସନର ସିକ୍ୟୁରିଟି ଲକ୍ କରିବାକୁ ସେ ପରାମର୍ଶ ଦେଇଛନ୍ତି।

Also Read: ସିମ କ୍ଲୋନ କରି ବିନା ଓଟିପିରେ ହେଉଛି ଟଙ୍କା ଗାୟବ; କିଭଳି ନିଜ ଆକାଉଣ୍ଟର କରିବେ ସୁରକ୍ଷା

 

ସାଇବର ଠକଙ୍କ ଉତ୍ପାତ ଏବେ ସାଧାରଣ ଲୋକଙ୍କୁ ଖୁବ୍ ଅତିଷ୍ଠ କଲାଣି। ନିଜେ କଷ୍ଟ ପରିଶ୍ରମ କରି ଉପାର୍ଜନ କରିଥିବା ଟଙ୍କାକୁ ଆପଣ କେମିତି ସୁରକ୍ଷିତ ରଖିବେ ତାହା ଆପଣଙ୍କ ଉପରେ ନିର୍ଭର କରେ। ବାସ୍ ଆପଣଙ୍କୁ ଟିକେ ସଚେତନ ସତର୍କ ହେବାକୁ ପଡିବ।