ପ୍ରାୟତଃ ଶତ ପ୍ରତିଶତ ଅର୍ଥାତ ସବୁ ବୋର୍ଡ ପକ୍ଷରୁ ଜାରି ହୋଇଥିବା ପାସ୍ ହାର ୯୫ ପ୍ରତିଶତ ପାର୍ କରିଛି।
Trending Photos
ଭୁବନେଶ୍ୱର: କୋଭିଡ ରେଜଲ୍ଟ ପୋଷ୍ଟମର୍ଟମ। କୋରୋନା ମହାମାରୀ କାଳରେ ପରୀକ୍ଷା ଫଳାଫଳର ପୋଷ୍ଟମର୍ଟମ। କେତେ ଭଲ ଆଉ କେତେ ଭେଲ। ଏକଥା ଏଥିପାଇଁ ଉଠୁଛି କାରଣ ଧିରେ ଧିରେ ଉଭୟ କେନ୍ଦ୍ର ତଥା ରାଜ୍ୟ ଶିକ୍ଷା ବୋର୍ଡ ଦ୍ବାରା ପ୍ରକାଶିତ ମାଟ୍ରିକ ଦ୍ବାଦଶ ପରୀକ୍ଷା ଫଳର ରେକର୍ଡ ସଂଖ୍ୟକ ପାସ୍ ହାର। ବିଗତ ବର୍ଷର ସମସ୍ତ ରେକର୍ଡ଼ କାଟି ଏଥର ପ୍ରାୟତଃ ଶତ ପ୍ରତିଶତ ରେଜଲ୍ଟ ହେଉଛି।
ପ୍ରାୟତଃ ଶତ ପ୍ରତିଶତ ଅର୍ଥାତ ସବୁ ବୋର୍ଡ ପକ୍ଷରୁ ଜାରି ହୋଇଥିବା ପାସ୍ ହାର ୯୫ ପ୍ରତିଶତ ପାର୍ କରିଛି। ହେଲେ ପ୍ରଶ୍ନ ଉଠୁଛି ଇତିହାସରେ ପ୍ରଥମ ଥର ପାଇଁ ବିନା ପରୀକ୍ଷା ଖାତାରେ ବିକଳ୍ପ ଖାତା ମୂଲ୍ୟାୟନ ଆଧାରରେ ପାଇଥିବା ଫଳ ଛାତ୍ରଛାତ୍ରୀଙ୍କ କ୍ୟାରିୟରରେ ପ୍ରଭାବ ପକାଇବ କି?
Also Read: ଆଜି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ
ପ୍ରକାଶ ପାଉଛି ପରୀକ୍ଷା ଫଳ। ଶିକ୍ଷା ବୋର୍ଡ ଖୁସି ଆଉ ପିଲା ମଧ୍ୟ ଖୁସି। ହେଲେ ଫଳ ଭୋଗିବ? କୋଭିଡ ମହାମାରୀ ସମୟରେ ପ୍ରତିକୂଳ ପରିସ୍ଥିତି ହେତୁ ପରୀକ୍ଷା ବାତିଲ ହୋଇ ବିକଳ୍ପ ମୂଲ୍ୟାୟନ ଆଧାରରେ ମାଟ୍ରିକ-ଦ୍ବାଦଶ ଶ୍ରେଣୀ ଫଳାଫଳ ପ୍ରକାଶ ପାଇବା ପରେ ଏପରି ଆଶା ଆଶଙ୍କା ଦେଖାଦେଇଛି। ତଥ୍ୟ ମୁତାବକ ଚଳିତ ବର୍ଷ ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପ୍ରକାଶିତ ମାଟ୍ରିକ ପରୀକ୍ଷା ଫଳ ପାସ୍ ହାର ୯୭.୮୯ ପ୍ରତିଶତ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚଏସଇ ପକ୍ଷରୁ ସଦ୍ୟ ପ୍ରକାଶିତ ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟରେ ଯଥାକ୍ରମେ ୯୫.୧୫, ୯୪.୯୬ ପ୍ରତିଶତ ପାସ୍ ହାର ରହିଛି।
ସେହିପରି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ କେବଳ ଦ୍ବାଦଶ ବୋର୍ଡ ପରୀକ୍ଷାର ପାସ୍ ହାର ୯୯.୩୭ ପ୍ରତିଶତ ଏବଂ ଇଣ୍ଡିଆନ ସାର୍ଟିଫିକେଟ ଅଫ୍ ସେକେଣ୍ଡାରୀ ଏଜୁକେସନ (Indian Certificate of Secondary Education) ଆଇସିଏସଇ ପକ୍ଷରୁ ପ୍ରକାଶିତ ଉଭୟ ଦ୍ବାଦଶ-ମାଟ୍ରିକ ପରୀକ୍ଷା ପାସ୍ ହାର ୯୯.୭୬ ଏବଂ ୯୯.୯୮ ପ୍ରତିଶତ ରହିଛି। ଯାହା ବିଗତ ସମସ୍ତ ବର୍ଷର ରେକର୍ଡ ଭାଙ୍ଗି କରି ନୂଆ ଇତିହାସ ସୃଷ୍ଟି କରିଛି।
Also Read: ଏଣିକି ଦୂରଭାଷ ପାଠ୍ୟକ୍ରମରେ ମଧ୍ୟ ପଢା ହେବ ବିପର୍ଯ୍ୟୟ ପରିଚାଳନା ପାଠ
କୋରୋନା କାଳେ ଏଭଳି ରେକର୍ଡ ବ୍ରେକ୍ ପାସ୍ ହାର ଛାତ୍ରଛାତ୍ରୀଙ୍କ ଉପରେ କୌଣସି ପ୍ରକାର କୁପ୍ରଭାବ ପକାଇବ ନି ତ? କାରଣ ବିନା କୌଣସି ପରୀକ୍ଷାରେ ପୂର୍ବ ବର୍ଷର ପ୍ରଦର୍ଶନ ଅନୁଯାୟୀ ମାର୍କ ଦିଆଯାଇଛି। କଥା ହେଉଛି ମାଟ୍ରିକରେ ଥିବା ମେଧାବୀ ଯୁକ୍ତ ଦୁଇରେ ଭଲ କିମ୍ବା ଖରାପ ପ୍ରଦର୍ଶନ କରିପାରେ। ଏ ବର୍ଷ ବିକଳ୍ପ ମୂଲ୍ୟାୟନ ଦ୍ବାରା ଉପଯୁକ୍ତ ମେଧାବୀ ଛାତ୍ରଛାତ୍ରୀ ବାଦ୍ ପଡି ଯାଇନାହାନ୍ତି ତ? ତରବରିଆ ଭାବେ ଫଳ ଘୋଷଣା ହୋଇଥିବାରୁ ତ୍ରୁଟି ରହିନି ତ। ବଡ କଥା ହେଉଛି ଉଭୟ ମାଟ୍ରିକ ଦ୍ବାଦଶ ପରୀକ୍ଷା ଫଳ ଛାତ୍ରଛାତ୍ରୀଙ୍କ କ୍ୟାରିୟରର ଏକ ମାଇଲ ଖୁଣ୍ଟ ଯାହାକୁ ନେଇ ଆଗାମୀ ଉଚ୍ଚତର ପାଠ୍ୟକ୍ରମ ହେଉ ଅଥବା ନିଯୁକ୍ତ କ୍ଷେତ୍ରରେ ମଧ୍ୟ ସହାୟକ ହୋଇଥାଏ।