ଶ୍ରମିକଙ୍କ ପାଇଁ ଖୋଲିବ ଇଏସ୍ଆଇ ହସ୍ପିଟାଲ
Advertisement

ଶ୍ରମିକଙ୍କ ପାଇଁ ଖୋଲିବ ଇଏସ୍ଆଇ ହସ୍ପିଟାଲ

୨୦ ହଜାର ଶ୍ରମିକଙ୍କ ପାଇଁ ଖୋଲାଯିବ ୩୦ ଶଯ୍ୟା ବିଶିଷ୍ଟ ଇଏସ୍ଆଇ ମେଡ଼ିକାଲ 

ଶ୍ରମିକଙ୍କ ପାଇଁ ଖୋଲିବ ୩୦ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍ପିଟାଲ

ଯଯାତି ମହାନ୍ତି, ଭୁବନେଶ୍ୱର: ଯେଉଁ ଅଞ୍ଚଳରେ ଅଧିକ ଶ୍ରମିକ ଅଛନ୍ତି, ସେହି ଅଞ୍ଚଳରେ ଖୋଲିବ ଇଏସ୍ଆଇ ହସ୍ପିଟାଲ । ପ୍ରତି ୨୦ ହଜାର ଶ୍ରମିକଙ୍କ ପାଇଁ ୩୦ ଶଯ୍ୟା ବିଶିଷ୍ଟ ଇଏସ୍ଆଇ ମେଡ଼ିକାଲ ଖୋଲାଯିବ ବୋଲି କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତି । କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ ଓ ଶ୍ରମିକମାନଙ୍କ ପାଇଁ କେନ୍ଦ୍ରୀୟ ଯୋଜନା ବାବଦରେ ଆଲୋଚନା ପାଇଁ ଭୁବନେଶ୍ୱରରେ ବସିଥିଲା ପୂର୍ବାଞ୍ଚଳ ରାଜ୍ୟମାନଙ୍କ ସମ୍ମିଳନୀ । ଏଥିରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଭଳି ରାଜ୍ୟମାନଙ୍କ ଶ୍ରମମନ୍ତ୍ରୀ ଓ ଶ୍ରମ ସଚିବ ଯୋଗ ଦେଇଥିଲେ । କର୍ମ କ୍ଷେତ୍ରରେ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ସହିତ ଶ୍ରମିକଙ୍କ ସୁବିଧା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ବାବଦରେ ବୈଠକରେ ଆଲୋଚନା ହୋଇଛି । 
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟରେ ଶ୍ରମିକଙ୍କମାନଙ୍କ ବିକାଶ କରାଯିବ । ଶ୍ରମିକଙ୍କ ସୁରକ୍ଷା, ନିରାପତ୍ତା ସାଙ୍ଗକୁ କର୍ମ କ୍ଷେତ୍ରରେ ନିର୍ଯ୍ୟାତନା ରୋକିବାକୁ ଭରପୂର ପ୍ରୟାସ କରାଯିବ । ଦାଦନ ଶ୍ରମିକ ରୋକିବାରେ ବିଭିନ୍ନ ପଦକ୍ଷେପ ହାତକୁ ନିଆଯିବ । ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯିବ ବୋଲି ଆଲୋଚନା ହୋଇଛି । ରାଜ୍ୟ ଗୁଡ଼ିକରେ ଇଏସ୍ଆଇ ମେଡ଼ିକାଲ କଲେଜ ପ୍ରତିଷ୍ଠା ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଥିବାରୁ ଅଧିକରୁ ଅଧିକ ଏଏସ୍ଆଇ ହସ୍ପିଟାଲ କିପରି ଖୋଲାଯାଇପାରିବ, ତା’ଉପରେ ଗୁରୁତ୍ୱ ଦିଆଯିବ ବୋଲି କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତି ।

ଏଥିରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଭଳି ରାଜ୍ୟମାନଙ୍କ ଶ୍ରମ ମନ୍ତ୍ରୀ ଓ ଶ୍ରମ ସଚିବ ଯୋଗ ଦେଇଥିଲେ । କେନ୍ଦ୍ର ସରକାରଙ୍କ ପିଏମ୍ ଶ୍ରମ ଯୋଗୀ ମାନ-ଧନ ଯୋଜନା ହେଉ କି ଆମ୍ ଆଦମୀ ବୀମା ଯୋଜନା ପୁଣି ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପ ହେଉ କି ଶ୍ରମିକଙ୍କ ପାଇଁ ଗୃହ ଯୋଜନା, ଏହାସବୁ ବିଭିନ୍ନ ରାଜ୍ୟରେ କିପରି କାର୍ଯ୍ୟକାରୀ ହେଉଛି, ତୃଣମୂଳ ସ୍ତରରେ ଏହି ଯୋଜନା ପହଞ୍ଚାଇବାରେ କ’ଣ ସବୁ ବାଧକ ରହିଛି ସେ ସବୁ ସମ୍ପର୍କରେ ଆଲୋଚନା ହୋଇଛି ଽ ମୁଖ୍ୟତଃ ଶ୍ରମିକମାନଙ୍କ ସ୍ୱାସ୍ଥ୍ୟ ଉପରେ ମନ୍ତ୍ରାଳୟ ଅଧିକ ଗୁରୁତ୍ୱ ଦେଇଛି । ରାଜ୍ୟରେ ଅଧିକ ଇଏସ୍ଆଇ ହସ୍ପିଟାଲ ଖୋଲିବା ପାଇଁ ରାଜ୍ୟ ଶ୍ରମ ମନ୍ତ୍ରୀ ଦାବି ରଖିଛନ୍ତି ।
ଇଏସ୍ଆଇ କଭେରେଜ୍ରେ ଥିବା କୁଶଳୀ, ଅର୍ଦ୍ଧ-କୁଶଳୀ ଓ ଅଣ-କୁଶଳୀ ଶ୍ରମିକମାନେ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବା ସହ ଶ୍ରମିକମାନଙ୍କ ଜୀବନଜୀବିକା ସାଙ୍ଗକୁ ସେମାନଙ୍କ ସୁରକ୍ଷା ଓ ନିରାପତ୍ତା ଉପରେ ମୁଖ୍ୟତଃ ବୈଠକରେ ଆଲୋଚନା ହୋଇଥିଲା ।