ପୂର୍ବତନ ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼, ୫ ଗୁରୁତର
Advertisement
Article Detail0/zeeodisha/odisha686516

ପୂର୍ବତନ ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼, ୫ ଗୁରୁତର

ଗତକାଲି ବିଳମ୍ବିତ ରାତିରେ ଏହି ବୋମାମାଡ଼ ହୋଇଛି । ପୂର୍ବତନ ସରପଞ୍ଚ ସୁକାନ୍ତ ଜୟସିଂଙ୍କ ଘରକୁ ୧୫ରୁ ଉର୍ଦ୍ଧ୍ୱ ବୋମାମାଡ଼ କରିଥିଲେ ଦୁର୍ବୃତ୍ତ । 

ଫଟୋ ସୌଜନ୍ୟ: ଜୀ ମିଡିଆ

ଖୋର୍ଦ୍ଧା: ପୂର୍ବତନ ସରପଞ୍ଚଙ୍କ ଘର ଉପରରକୁ ବୋମା ମାଡ଼ । ବାଘମାରୀ ଥାନା ପଙ୍ଗାରସିଂ ପଞ୍ଚାୟତର ଭୋଗଡା ଗାଁରେ ଏହି ଘଟଣା ଘଟିଛି । ବୋମାମାଡ଼ ଯୋଗୁ ପୂର୍ବତନ ସରପଞ୍ଚ ସୁକାନ୍ତ ଜୟସିଂଙ୍କ ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଏହି ବୋମାମାଡ଼ ହୋଇଛି । ପୂର୍ବତନ ସରପଞ୍ଚ ସୁକାନ୍ତ ଜୟସିଂଙ୍କ ଘରକୁ ୧୫ରୁ ଉର୍ଦ୍ଧ୍ୱ ବୋମାମାଡ଼ କରିଥିଲେ ଦୁର୍ବୃତ୍ତ । ଡକାୟତି ଉଦ୍ଦେଶ୍ୟରେ ୮ରୁ ୧୦ ଜଣ ଦୁର୍ବୃତ୍ତ ଏଭଳି କରିଥିବା କୁହାଯାଉଛି । ଆଉ ଏହି ବୋମାମାଡ଼ରେ ପୂର୍ବତନ ସରପଞ୍ଚ, ତାଙ୍କ ପତ୍ନୀ, ପୁଅ ଏବଂ ଦୁଇ ପଡ଼ୋଶୀ ଗୁରୁତର ଆହତ ହୋଇଛନ୍ତି । 

fallback

ସମସ୍ତ ଆହତଙ୍କୁ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ।