ଫିକା ପଡିବ ପାର୍ବଣ ଋତୁ; କଟକଣାରେ ପାଳନ ହେବ ଗଣେଶ ପୂଜା
Advertisement
Article Detail0/zeeodisha/odisha978027

ଫିକା ପଡିବ ପାର୍ବଣ ଋତୁ; କଟକଣାରେ ପାଳନ ହେବ ଗଣେଶ ପୂଜା

ଏଥର ସୀମିତ ସଂଖ୍ୟକ ସଦସ୍ୟଙ୍କ ଗହଣରେ ପୂଜା କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଭସାଣୀ ଉତ୍ସବକୁ ମଧ୍ୟ ବାରଣ କରାଯାଇଛି।

ଫିକା ପଡିବ ପାର୍ବଣ ଋତୁ; କଟକଣାରେ ପାଳନ ହେବ ଗଣେଶ ପୂଜା

ଭୁବନେଶ୍ୱର: ଏଥର କଟକଣାରେ ହେବ ଗଣେଶ ପୂଜା। ଗତବର୍ଷ ଭଳି ଏଥର ମଧ୍ୟ ବିନା ଭକ୍ତରେ ପାଳନ ହେବ ଗଣେଷ ଚତୁର୍ଥୀ। ଏନେଇ ବିଏମସି ପକ୍ଷରୁ ଜାରି ହୋଇଛି ସାନି ମାର୍ଗଦର୍ଶିକା। ପୂଜା ପାଇଁ ନେବାକୁ ହେବ କମିଶନରେଟ ପୋଲିସ ଅନୁମତି। ଚଳିତ ଥର ସର୍ବସାଧାରଣ ଦର୍ଶନକୁ ବାରଣ କରାଯାଇଥିବା ବେଳେ ପ୍ରସାଦ ସେବନ କିମ୍ବା ଭୋଜିଭାତ ଆୟୋଜନ ଉପରେ ଜାରି ହୋଇଛି କଟକଣା। ଏପରିକି ପୂଜା ହେବାକୁ ଥିବ ମୂର୍ତ୍ତୀର ଉଚ୍ଚତା ୪ ଫୁଟ ହେବ। 

ସୀମିତ ସଂଖ୍ୟକ ସଦସ୍ୟଙ୍କ ଗହଣରେ ପୂଜା କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଭସାଣୀ ଉତ୍ସବକୁ ମଧ୍ୟ ବାରଣ କରାଯାଇଛି। ଏହି ନିର୍ଦ୍ଦେଶ ଉଲଂଘନ କରାଗଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ଆଗୁଆ ମାର୍ଗଦର୍ଶିକା ଜାରି ହେବା ହେତୁ ଏହାକୁ ସ୍ବାଗତ କରିଛନ୍ତି ମୂର୍ତ୍ତୀ କାରିଗର। ଏଥର ଫିକା ପଡିବ ଗଣେଷ ପୂଜା। କଟକଣାରେ କଟିବ ପାର୍ବଣ ଋତୁ। ରାଜ୍ୟ ସରକାରଙ୍କ ପରେ ରାଜଧାନୀରେ ଗଣେଶ ପୂଜା ପାଳନ ନେଇ ସାନି ମାର୍ଗଦର୍ଶିକା ଜାରି କରିଛି ଭୁବନେଶ୍ବର ମହାନଗର ନିଗମ (Bhubaneswar Municipal Corporation) ବିଏମସି (BMC)।

Also Read: Deal with Corona: ରାଜ୍ୟ ସରକାରଙ୍କ ପକ୍ଷରୁ ସେପ୍ଟମ୍ବର ମାସର ଗାଇଡ୍‌ଲାଇନ୍‌ ଜାରି

ଚଳିତ ଥର ସର୍ବସାଧାରଣଙ୍କ ଦର୍ଶନକୁ ବାରଣ କରାଯାଇଥିବା ବେଳେ ପୂଜା କମିଟି କିମ୍ବା ଆୟୋଜକ ସାମାଜିକ ଦୂରତା ଭଳି ସମସ୍ତ କୋଭିଡ ନିୟମାବଳୀ ପାଳନ କରିବାକୁ ନିର୍ଦ୍ଦେଶ ରହିଛି।ପୂଜା ପାଇଁ ଭୁବନେଶ୍ବର ପୋଲିସ୍ କମିଶନରଙ୍କ ଠାରୁ ଅନୁମତି ନେବାକୁ ପଡିବ। ପୂଜା କେବଳ ରୀତିନୀତି ପାଳନ ପାଇଁ କରାଯିବ। ମଣ୍ଡପକୁ ତିନି ପାର୍ଶ୍ୱରେ ଆବଦ୍ଧ ଏବଂ ଚତୁର୍ଥ ପାର୍ଶ୍ୱକୁ ମଧ୍ୟ ସଠିକ୍ ଭାବରେ ଆଚ୍ଛାଦିତ କରିବାକୁ କୁହାଯାଇଛି। ମୂର୍ତ୍ତିର ଆକାର ୪ ଫୁଟରୁ କମ୍ ଏବଂ ପୂଜା ସମୟରେ ୭ ଜଣରୁ ଅଧିକ ବ୍ୟକ୍ତିଙ୍କୁ ଏକାଠି ହେବାକୁ ଅନୁମତି ମିଳିବ ନାହିଁ। ଆୟୋଜକ ଏହା ନିଶ୍ଚିତ କରିବେ ପୂଜାପାଠ କରିବାପାଇଁ କେବଳ ଟିକା ନେଇଥିବା ଲୋକଙ୍କୁ ଅନୁମତି ପ୍ରଦାନ କରାଯିବ।  

ଶିକ୍ଷାନୁଷ୍ଠାନରେ ହେବାକୁ ଥିବା ଗଣେଶ ପୂଜା ପାଇଁ ମଧ୍ୟ ଏହି ସମାନ ନିୟମ ଜାରି ହୋଇଛି। ହେଲେ ସେଠାରେ ପୂଜାପାଟ ପାଇଁ ସର୍ବାଧିକ ୨୦ ଜଣଙ୍କୁ ଏକାଠି ହେବା ନେଇ ଅନୁମତି ମିଳିଛି। ଏହା ସହ ପୂଜା ବେଳେ କୌଣସି ପ୍ରକାରର  ଭୋଜିଭାତ କିମ୍ବା ପ୍ରସାଦ ସେବନକୁ ଆୟୋଜନକୁ ଅନୁମତି ମିଳିବ ନାହିଁ। ମୂର୍ତ୍ତୀ ବିସର୍ଜନ ପାଇଁ ମଧ୍ୟ ବିଏମସି ଦ୍ୱାରା ନିର୍ମାଣ ହେବାକୁ ଥିବା କୃତ୍ରିମ ପୋଖରୀରେ କରିବାକୁ କୁହାଯାଇଛି। ଏସବୁ ଗାଇଡଲାଇନ ଉଲଂଘନ କରାଗଲେ କିମ୍ବା ବିନା ଅନୁମତିରେ ପୂଜା କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ବିଏମସି ପକ୍ଷରୁ କୁହାଯାଇଛି। ଅପରପକ୍ଷେ ଏଥର ଆଗୁଆ ମାର୍ଗଦର୍ଶିକା ଜାରି ହୋଇଥିବା ହେତୁ ମୂର୍ତ୍ତି କାରିଗର ଆଶ୍ବସ୍ତ ହୋଇଛନ୍ତି। ଗତବର୍ଷ ବିଳମ୍ବ ହେତୁ ଲକ୍ଷାଧିକ ଟଙ୍କା କ୍ଷତି ସହିବାକୁ ପଡିଥିଥିଲା। ହେଲେ ଏଥର ଭଲ ବ୍ୟବସାୟ ନେଇ ମୂର୍ତ୍ତୀ ଗଢା ଜାରି ରଖିଛନ୍ତି କାରିଗର।  

Also Read: କୋରୋନା କଟକଣା ଭିତ୍ତିରେ ଖୋଲିବ ଧର୍ମାନୁଷ୍ଠାନ; ପାର୍ବଣ ସମୟରେ ଦର୍ଶନ ସୁବିଧା ଦେବା ଲାଗି ଦାବି

କୋରୋନା ମହମାରୀର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ ପାଳନ କରାନଗଲେ ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ରହିଥିବା କାରଣରୁ ଏହା କୋଭିଡ୧୯ ସଂକ୍ରମଣକୁ ଘରକୁ ଡାକିଲା ସଦୃଶ ହେବ। ତେଣୁ ବେଳ ହୁଁ ସାବଧାନ ରହିବା ଜରୁରୀ ହୋଇପଡିଛି।