ନୂଆ ବର୍ଷରେ ବିଏମସିର 'ଗୋ ଗ୍ରୀନ'

ବିଏମସିର ନୂଆ ବର୍ଷ ପ୍ଲାନ । ଆରମ୍ଭ ହେବ ଗୋ ଗ୍ରୀନ ଅଭିଯାନ । ନୂଆ ବର୍ଷରେ ସ୍ମାର୍ଟ ସିଟି ଭୁବନେଶ୍ୱରର ନାଗରିକଙ୍କୁ ସାମିଲ କରି ସେଲିବ୍ରେସନ କରିବାକୁ ଯୋଜନା ହୋଇଛି ।

ନୂଆ ବର୍ଷରେ ବିଏମସିର 'ଗୋ ଗ୍ରୀନ'
ଫାଇଲ ଫଟୋ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ବିଏମସିର ନୂଆ ବର୍ଷ ପ୍ଲାନ । ଆରମ୍ଭ ହେବ ଗୋ ଗ୍ରୀନ ଅଭିଯାନ । ନୂଆ ବର୍ଷରେ ସ୍ମାର୍ଟ ସିଟି ଭୁବନେଶ୍ୱରର ନାଗରିକଙ୍କୁ ସାମିଲ କରି ସେଲିବ୍ରେସନ କରିବାକୁ ଯୋଜନା ହୋଇଛି ।

ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଗତ ୨୪ ତାରିଖରୁ ଗୋ ଗ୍ରୀନ ଅପିଲ୍ ଆରମ୍ଭ କରାଯାଇଥିବା ବେଳେ ନୂଆ ବର୍ଷରେ ଏହି ଅଭିଯାନ ଆହୁରି ତ୍ୱରାନ୍ୱିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଅବସରେ ସହରବାସୀଙ୍କୁ ଗିଫ୍ଟ ଆକାରରେ ପୁସ୍ତକ ଓ ବୃକ୍ଷ ପ୍ରଦାନ କରିବା ସହ ଜିରୋ ୱେଷ୍ଟ ନେଇ ସଚେତନ କରିବାକୁ ଯୋଜନା କରିଛି ବିଏମସି । ଜାନୁଆରୀ ୧ ତାରିଖରେ ହେବାକୁ ଥିବା ଏହି ଅଭିଯାନ ଲାଗି ଭୁବନେଶ୍ୱରରେ ୫ଟି ସ୍ଥାନ ବଛାଯାଇଛି । ସହିଦ ନଗର ସ୍ଥିତ ଭବାନୀ ମଲ୍, ରାଜ୍ୟ ସଂଗ୍ରହାଳୟ ସମ୍ମୁଖ ଏବଂ ମାଷ୍ଟରକ୍ୟାଣ୍ଟିନ ଗୋଲେଇ ଛକ, ଡିଷ୍ଟ୍ରିକ୍ଟ ସେଣ୍ଟର ସ୍ଥିତ ପଣ୍ଡା ମାର୍ଟ ସମ୍ମୁଖ, ଓୟୁଏଟି ନିକଟ ଗଙ୍ଗନଗର ଛକରେ ଏହି ଅଭିଯାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବାହ୍ନ ୧୦ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ କରାଯିବ । ବିଏମସିର ସ୍ୱତନ୍ତ୍ର ଅଧିକାରୀଙ୍କ ଦ୍ୱାରା ଏହା ପରିଚାଳନା କରାଯିବ ।

ଆହୁରି ପଢ଼ନ୍ତୁ; ଅଭିନେତ୍ରୀ ୪୨୦; ବିବାହର ପ୍ରତିଶୃତି ଦେଇ ଠକି ନେଇଛନ୍ତି ଲକ୍ଷାଧିକ ଟଙ୍କା