ଆଗାମୀ ୨୪ ଘଣ୍ଟାରେ ୭ ଜିଲ୍ଲାରେ ପ୍ରବଳ ବର୍ଷିବ
Advertisement

ଆଗାମୀ ୨୪ ଘଣ୍ଟାରେ ୭ ଜିଲ୍ଲାରେ ପ୍ରବଳ ବର୍ଷିବ

ପାଣିପାଗ ନିୟାମକ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଆଗାମୀ ୨୪ ଘଣ୍ଟାରେ ୭ ଜିଲ୍ଲାରେ ପ୍ରବଳ ବର୍ଷିବ

ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର: ରାଜ୍ୟରେ କିଛି ସ୍ଥାନରେ ଏବେ ଲଗାତାର ବର୍ଷା ଜାରି ରହିଛି । ଉତ୍ତର ପଞ୍ଜାବରୁ ହରିୟାଣା, ଉତ୍ତର-ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଏବଂ ଗାଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ମଧ୍ୟଦେଇ ଉତ୍ତରପୂର୍ବ ବଙ୍ଗୋପସାଗର ଯାଏଁ ସମୁଦ୍ର-ପତ୍ତନରେ ଲମ୍ବିଥିବା ନିମ୍ନ ଚାପରେଖ ବା ଟ୍ରପ-ଲାଇନ ର ପ୍ରଭାବ ଏବଂ ଦକ୍ଷିଣ ବାଂଲାଦେଶ ତଥା ତାର ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସମୁଦ୍ରପତ୍ତନ ଠାରୁ ୨.୧ ରୁ  ୭.୬ କିମି ଯାଏଁ ବ୍ୟାପିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡିକରେ ମୌସୁମୀ ଜନିତ ବର୍ଷା ଲାଗିରହିଛି ।

ଏହି ଦ୍ୱୟ ପାଣିପାଗ ନିୟାମକ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା (Heavy RainFall) ର ସମ୍ଭାବନା ରହିଛି । ୧ ଜୁନରୁ ୨୨ ଜୁନ ୨୦୨୧  ସୁଦ୍ଧା ଓଡ଼ିଶାରେ ୧୩୯.୫  ମିମି ବର୍ଷା ଅନୁଭୂତ ହୋଇଛି ଯାହା ସ୍ୱାଭାବିକ ବର୍ଷା ୧୩୭.୦  ମିମି ଠାରୁ ୨ ପ୍ରତିଶତ ଅଧିକ ରହିଛି ।

Also Read: ପୃଥିବୀ ନିକଟରେ ୪ଟି ଧୂମକେତୁ ଆବିଷ୍କାର କଲେ ଭାରତୀୟ ବୈଜ୍ଞାନିକ

୧ ଜୁନ ରୁ ୨୨ ଜୁନ ମଧ୍ୟରେ ରାୟଗଡା, ଗଞ୍ଜାମ, ଗଜପତି, ନୟାଗଡ, ଯାଜପୁର, ଭଦ୍ରକ, କନ୍ଧମାଳ  ଏବଂ କେନ୍ଦୁଝର, ଏହି ୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଅନୁଭୂତ ହେଇଛି, ଯାହା ସ୍ଵାଭାବିକ ବର୍ଷା ଠାରୁ ୨୦ ରୁ ୫୯% ଯାଏ କମ୍ ରହିଛି । ଏହି ସମୟ ପରିଧି ମଧ୍ୟରେ ୨ ଜିଲ୍ଲା ସୁନ୍ଦରଗଡ଼ ଏବଂ କୋରାପୁଟ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅତ୍ୟଧିକ ଅର୍ଥାତ ୬୦% କିମ୍ବା ତା ଠାରୁ ଅଧିକ ବର୍ଷା ଅନୁଭୂତ ହୋଇଛି ।

Also Read: ବୁଲା କୁକୁର ମାରି ପୂର୍ବତନ BSNL କର୍ମଚାରୀ ଗିରଫ

୬ ଜିଲ୍ଲା ଦେବଗଡ, ସମ୍ବଲପୁର, ବରଗଡ, ସୋନପୁର, ନୂଆପଡା ଏବଂ ମାଲକାନଗିରି ଠାରେ ସ୍ୱାଭାବିକ ଠାରୁ  ୨୦ ରୁ ୫୯ ପ୍ରତିଶତ ଯାଏ ଅଧିକ ବର୍ଷା (Rain)ରେକର୍ଡ ହୋଇଥିବା ବେଳେ ଅବଶିଷ୍ଟ ୧୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଅନୁଭୂତ ହୋଇଛି। ଆଜି ସୁଦ୍ଧା ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୨୪୧.୫  ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୬୫.୭ ମିମି ବର୍ଷା ରେକର୍ଡ ହୋଇଛି ।