କାଳବୈଶାଖୀ ଜନିତ ଘଡଘଡି ବିଜୁଳି ଓ ବଜ୍ରପାତ (Lightning) ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
Trending Photos
ଭୁବନେଶ୍ବର: ତାତିରୁ ତ୍ରାହି! ଅଧା ଓଡିଶାକୁ ଜାରି ହେଲା କାଳବୈଶାଖୀ ଜନିତ ୟେଲୋ ୱାର୍ଣ୍ଣିଂ। ଦକ୍ଷିଣ-ପୂର୍ବ ମଧ୍ୟ ପ୍ରଦେଶ ଓ ଏହାର ଆଖପାଖରେ ଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ଦୂର୍ବଳ ହେଉଛି। ତେବେ ଉତ୍ତର ମଧ୍ୟପ୍ରଦେଶ ଦେଇ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।
ମଧ୍ୟପ୍ରଦେଶ ଘୁର୍ଣ୍ଣିବଳୟ (Hurricane) ପ୍ରଭାବରେ ଆସନ୍ତା ଦୁଇ ଦିନ ଧରି ରାଜ୍ୟର ଅଧା ଜିଲ୍ଲାରେ କାଳବୈଶାଖୀ ହେବା ସମ୍ଭାବନା ରହିଛି। ଏଥିପାଇଁ ସମ୍ପୃକ୍ତ ଜିଲ୍ଲା ଗୁଡିକୁ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି। ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ୧୫ ଜିଲ୍ଲା ଯଥା- ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର (Sambalpur) , ଦେଓଗଡ, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଂଜ, ନୂଆପଡା, ବଲାଙ୍ଗିର, ସୋନପୁର, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ କାଳବୈଶାଖୀ ଜନିତ ଘଡଘଡି ବିଜୁଳି ଓ ବଜ୍ରପାତ (Lightning) ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
Also Read: ତାତିରୁ ମିଳିବ ଆଶ୍ୱସ୍ତି, ଘୂର୍ଣ୍ଣିବଳୟ ପ୍ରଭାବରେ ହାଲୁକା ବର୍ଷା ସମ୍ଭାବନା
ଏହାସହ ଉତ୍ତର ଆଭ୍ୟନ୍ତରୀଣ ଓଡିଶା (Internal Odisha) ସମେତ ନୂଆପଡା, ବଲାଙ୍ଗିର, ସୋନପୁର, ବୌଦ୍ଧ, କନ୍ଧମାଳ, ଗଂଜାମ, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡା ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ମଧ୍ୟ ଉତ୍ତର ଉପକୂଳ ଆଭ୍ୟନ୍ତରୀଣ ଓଡିଶାର ୧୧ ଜିଲ୍ଲାରେ କାଳବୈଶାଖୀ (Rain) ଜନିତ ୟେଲୋ ୱାର୍ଣ୍ଣିଂ ପାଣିପାଗ କେନ୍ଦ୍ର ଜାରି କରିଛି। ସେପଟେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦିନ ଓ ରାତିର ତାପମାତ୍ରା (Temprature) ୨ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଏହାପରେ ପୁଣି ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ନେଇ କେନ୍ଦ୍ର ଆକଳନ କରିଛି।