ସବୁ ସ୍ପଷ୍ଟ, ରାଜ୍ୟରେ ସ୍ବାଭାବିକ ହେବାକୁ ଯାଉଛି ଶିକ୍ଷାନୁଷ୍ଠାନ
Advertisement
Article Detail0/zeeodisha/odisha840743

ସବୁ ସ୍ପଷ୍ଟ, ରାଜ୍ୟରେ ସ୍ବାଭାବିକ ହେବାକୁ ଯାଉଛି ଶିକ୍ଷାନୁଷ୍ଠାନ

ଚଳିତ ଫେବୃୟାରୀ ୮ତାରିଖରୁ ନବମ ଓ ଏକାଦଶ ଶ୍ରେଣୀଗୃହ ପାଠପଢା ହେବା ନେଇ ସୋମବାର ଗଣଶିକ୍ଷା ବିଭାଗ ନିଷ୍ପତ୍ତି କରିଥିବା ବେଳେ ଆସନ୍ତା ୧୦ ତାରିଖରୁ କଲେଜ ଓ ବିଶ୍ବବିଦ୍ୟାଳୟରେ ଯୁକ୍ତ ତିନି ଦ୍ବିତୀୟ ବର୍ଷ ଏବଂ ପିଜି ପ୍ରଥମ ବର୍ଷର କ୍ଲାସରୁମ୍ ପାଠପଢା ଆରମ୍ଭ ହେବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି ।

ସବୁ ସ୍ପଷ୍ଟ, ରାଜ୍ୟରେ ସ୍ବାଭାବିକ ହେବାକୁ ଯାଉଛି ଶିକ୍ଷାନୁଷ୍ଠାନ

ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ଶିକ୍ଷାନୁଷ୍ଠାନ ସ୍ବାଭାବିକ୍ । ପ୍ରଥମେ ବୋର୍ଡ ଛାତ୍ରଛାତ୍ରୀଙ୍କ ପରେ ଏବେ ଆସନ୍ତାବର୍ଷ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଳି । ରାଜ୍ୟରେ ଜାନୁଆରୀ ୮ ତାରିଖରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ବିଦ୍ୟାଳୟ ଏବଂ ୧୧ ତାରିଖରେ ୟୁଜି ଓ ପିଜି ଶେଷ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିଥିବା ବେଳେ ସୁରୁଖୁରୁରେ ପାଠପଢା ଜାରି ରହିଛି । ଏବେ ଚଳିତ ଫେବୃୟାରୀ ୮ତାରିଖରୁ ନବମ ଓ ଏକାଦଶ ଶ୍ରେଣୀଗୃହ ପାଠପଢା ହେବା ନେଇ ସୋମବାର ଗଣଶିକ୍ଷା ବିଭାଗ ନିଷ୍ପତ୍ତି କରିଥିବା ବେଳେ ଆସନ୍ତା ୧୦ ତାରିଖରୁ କଲେଜ ଓ ବିଶ୍ବବିଦ୍ୟାଳୟରେ ଯୁକ୍ତ ତିନି ଦ୍ବିତୀୟ ବର୍ଷ ଏବଂ ପିଜି ପ୍ରଥମ ବର୍ଷର କ୍ଲାସରୁମ୍ ପାଠପଢା ଆରମ୍ଭ ହେବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି । ଏହାସହ ସ୍ବତନ୍ତ୍ର ଏସଓପି ସହ ଏକାଡେମିକ କ୍ୟାଲେଣ୍ଡର ଜାରି କରାଯାଇଛି ।

ଆସନ୍ତା ସପ୍ତାହରୁ ରାଜ୍ୟରେ ସ୍ବାଭାବିକ ହେବାକୁ ଯାଉଛି ଶିକ୍ଷାନୁଷ୍ଠାନ । ପୂର୍ବରୁ ଦଶମ, ଦ୍ବାଦଶ, ୟୁଜି ଓ ପିଜି ଶେଷ ବର୍ଷ ଖୋଲିଥିବା ବେଳେ ଆସନ୍ତା ୧୦ ତାରିଖରୁ ପ୍ରି-ଫାଇନାଲ୍ ଇୟର ୟୁଜି (UG) ବା ଯୁକ୍ତ ୩ ଦ୍ୱିତୀୟ ବର୍ଷ ଓ ପିଜି (PG) ପ୍ରଥମ ବର୍ଷ ପାଇଁ ଶ୍ରେଣୀଗୃହ ପାଠପଢା ଆରମ୍ଭ ହେବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ (Minister Arun Sahoo) ସୂଚନା ଦେଇଛନ୍ତି । ଏଥିପାଇଁ ୮ ତାରିଖରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟର ହଷ୍ଟେଲ (Hostel) । ଶ୍ରେଣୀଗୃହ ଓ ହଷ୍ଟେଲରେ କୋଭିଡ ୧୯ ନିୟମାବଳୀ( COVID-19 ଅନୁଯାୟୀ ଜାରି କରି ମାସ୍କ ବାଧ୍ୟତାମୂଳକ ସହ ଶ୍ରେଣୀଗୃହ, ଲାଇବ୍ରେରୀ ଓ ଲାବ୍ରୋଟାରୀରେ ୬ ଫୁଟର ସାମାଜିକ ଦୂରତା ରଖାଯିବ । 

Also Read: CBSE Exam 2021: ଦଶମ-ଦ୍ୱାଦଶ ପରୀକ୍ଷା ପାଇଁ ତାରିଖ ଘୋଷଣା

ଏକାଡେମିକ କ୍ୟାଲେଣ୍ଡର (Academic Calender) ଜାରି କରି ତିନି ବର୍ଷିଆ ୟୁଜି କୋର୍ସର ତୃତୀୟ ସେମିଷ୍ଟାର (3Rd Semester) ଏବଂ ୪ ବର୍ଷିଆ ୟୁଜି କୋର୍ସ ର ପଞ୍ଚମ ସେମିଷ୍ଟାର ପରୀକ୍ଷା ୧୯ ଏପ୍ରିଲ ରୁ ୩୦ ଏପ୍ରିଲ ମଧ୍ୟରେ ହୋଇ ୩୧ ମେ ରେ ରେଜଲ୍ଟ ଏବଂ ସେହିପରି ପିଜି ପ୍ରଥମ ସେମିଷ୍ଟାର ପରୀକ୍ଷା ୭ଜୁନରୁ ୧୯ ଜୁନ ମଧ୍ୟରେ ହୋଇ ୨୦ ଜୁଲାଇ ସୁଦ୍ଧା ଫଳାଫଳ ପ୍ରକାଶ ପାଇବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାପରେ ବିଭାଗୀୟ ସଚିବ ରାଜ୍ୟର ସମସ୍ତ କୁଳପତି ଓ ଅଧ୍ୟକ୍ଷ ମାନଙ୍କୁ ଚିଠି ଯୋଗେ ଆବଗତ କରାଇଛନ୍ତି ।

Also Read: ଅଦରକାରୀ ଲୁହା ସାମଗ୍ରୀରେ ୩୦ ଫୁଟ ଉଚ୍ଚର ଭାରତ ମାନଚିତ୍ର

ସେପଟେ ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀର ପାଠପଢା । କୋଭିଡ ଭୟାବହତାରେ ଦୀର୍ଘ ୧୦ ମାସ ଧରି ବିଦ୍ୟାଳୟ ବନ୍ଦ ରହିବା ପରେ ଜାନୁଆରୀ ୮ ତାରିଖରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ବିଦ୍ୟାଳୟ ଖୋଲିଥିଲା । ଏବେ ୮ ତାରିଖରୁ ରବିବାର ବ୍ୟତୀତ ଏପ୍ରିଲ ୩୦ ପର୍ଯ୍ୟନ୍ତ ନବମ ଓ ଦ୍ବାଦଶ ଶ୍ରେଣୀ ପାଠପଢା ହେବା ନେଇ ଗଣଶିକ୍ଷା ବିଭାଗ (Mass Education Department) ନିଷ୍ପତ୍ତି ନେଇଛି । ଦିନକୁ ଦୁଇ ଘଣ୍ଟା ସକାଳ ୮ଟା ୩୦ ରୁ ୧୦ଟା ୩୦ ମଧ୍ୟରେ ହେବ । ସେମାନଙ୍କ ପାଇଁ ମାର୍ଚ୍ଚ ମାସ ଦ୍ବିତୀୟ ସପ୍ତାହରେ ୟୁନିଟ ଟେଷ୍ଟ ଏବଂ ଏପ୍ରିଲ ଶେଷ ସପ୍ତାହରେ ବାର୍ଷିକ ପରୀକ୍ଷା ହେବା ନେଇ ନିର୍ଦ୍ଦେଶ ରହିଛି । ଏହାସହ ପୂର୍ବରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ଜାରି ହୋଇଥିବା ମାର୍ଗଦର୍ଶିକା ଅନୁଯାଇ ପାଢପଠା ହେବାକୁ ବିଭାଗ ପକ୍ଷରୁ କୁହାଯାଇଛି ।

Also Read: Nescoର ୫୧ ପ୍ରତିଶତ ଅଂଶଧନ କିଣିଲା ଟାଟା ପାଓ୍ୱାର

ତେବେ ଏହାପରେ ଦୀର୍ଘଦିନର ଅନଲାଇନ ପାଠପଢା (Online Education) ଟେନସନରୁ ଛାତ୍ରଛାତ୍ରୀଙ୍କୁ ତ୍ରାହି ମିଳିବା ସହ ବୋର୍ଡ ପରୀକ୍ଷା (Board Exam) ପାଇଁ ଭଲ ଭାବେ ପ୍ରସ୍ତୁତ ହେବାକୁ ଆଶା ରଖିଛନ୍ତି । ଏବେ ଅପେକ୍ଷା ସଠିକ ଭାବେ ସମସ୍ତ ପ୍ରସ୍ତୁତି ସହ ସୁରକ୍ଷିତ ପରିବେଶରେ ପାଠପଢା ହୋଇ ଫଳାଫଳ ପ୍ରକାଶ ପାଉ ।

Edited: Zee Odisha Desk