CBSE Exam 2021: ଦଶମ-ଦ୍ୱାଦଶ ପରୀକ୍ଷା ପାଇଁ ତାରିଖ ଘୋଷଣା
Advertisement
Article Detail0/zeeodisha/odisha840641

CBSE Exam 2021: ଦଶମ-ଦ୍ୱାଦଶ ପରୀକ୍ଷା ପାଇଁ ତାରିଖ ଘୋଷଣା

୨୦୨୧ ମାର୍ଚ୍ଚ ପହିଲାରୁ ସ୍କୁଲରେ ପ୍ରାକ୍ଚିକାଲ ପରୀକ୍ଷା କରାଯିବ। 

CBSE Exam 2021: ଦଶମ-ଦ୍ୱାଦଶ ପରୀକ୍ଷା ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ଲାଗି ତାରିଖ ଘୋଷଣା ହୋଇଛି। ମେ୪ ତାରିଖରକୁ ଆରମ୍ଭ ଜୁନ ୧୦ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀ ସିବିଏସଇ ୱେବସାଇଟ୍ରୁ ପରୀକ୍ଷା ସମୟ ସାରଣୀ ଡାଉନ ଲୋଡ କରିପାରିବେ। 
 
ଅଫ୍ ଲାଇନ୍ ମାଧ୍ୟମରେ ୨୦୨୧ ସିବିଏସଇ ବୋର୍ଡ ପରୀକ୍ଷା (CBSE Board Exams 2021) ଅନୁଷ୍ଠିତ ହେବ। ପରୀକ୍ଷା ଫଳ ଚଳିତ ବର୍ଷ ଜୁଲାଇ ୧୫ ତାରିଖରେ ପ୍ରକାଶ ପାଇବ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ-ସିବିଏସଇ (Central Board of Secondary Education-CBSE) ୨୦୨୧ ବୋର୍ଡ ପରୀକ୍ଷା ସମୟ ସାରଣୀ  ଏହାର ସରକାରୀ ୱେବସାଇଟରେ (www.cbse.gov.in) ଉପଲବ୍ଧ ହେବ।  

ଆସନ୍ତା ଏପ୍ରିଲରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷାର୍ଥୀଙ୍କ ଲାଗି ଆଡମିଟ କାର୍ଡ (Admit Card) ଜାରି କରାଯିବ। ୨୦୨୧ ମାର୍ଚ୍ଚ ପହିଲାରୁ ସ୍କୁଲରେ ପ୍ରାକ୍ଚିକାଲ ପରୀକ୍ଷା (Practical Exam) କରାଯିବ।  ଏଥର ଶ୍ରେଣୀ ଗୃହରେ ପାଠ ପଢା ନହୋଇ ପାରିବା କାରଣରୁ  ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରାଯାଇଛି।    

Also Read:  ବାତିଲ ହେଲା ସିବିଏସଇ ପରୀକ୍ଷା, ହେଲେ ସିଏଚଏସଇ କେବେ ?

ଏଥର ବିଭିନ୍ନ ବିଷୟରେ ହେଉଥିବା ପରୀକ୍ଷାରେ ସମୟ ବ୍ୟବଧାନ କମ ରହିବ। ସାମାଜିକ ଦୂରତା ରକ୍ଷା କରିବା ଲାଗି ଦଶମ ଓ ଦ୍ୱାଦଶ ଶ୍ରେଣୀରେ ହେବାକୁ ଥିବା ବିକଳ୍ପ ପରୀକ୍ଷା ଅଲଗା ଅଲଗା ଦିନରେ ଆୟୋଜିତ ହେବ। ଚଳିତ ବର୍ଷ ହେବାକୁ ଥିବା JEE Main Exam ପୂର୍ବରୁ ଦ୍ୱାଦଶ ଶ୍ରେଣୀର ବିଜ୍ଞାନ ପରୀକ୍ଷା ଶେଷ ହେବ।  

କୋରୋନା ମହାମାରୀ ଲାଗି ଜାରି ହୋଇଥିବା ଗାଇଡ ଲାଇନ୍ସକୁ ନଜରରେ ରଖି ଏଥରର ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରୀଛାତ୍ରୀଙ୍କ ଲାଗି ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି ହୋଇପାରେ।    
ପରୀକ୍ଷା ସମୟରେ Mask ପିନ୍ଧିବା, Sanitizer ବ୍ୟବହାର, ସାମାଜିକ ଦୂରତା ରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। 

Also Read: ସିବିଏସଇ ପକ୍ଷରୁ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ବାତିଲ

 

ସିବିଏସଇ ବୋର୍ଡ ପରୀକ୍ଷା ଲାଗି ଆୟୋଜିତ ହୋଇଥିବା ସମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ (Union Education Minister) ଡ.ରମେଶ ପୋଖରିୟାଲ ( Dr. Ramesh Pokhriyal Nishank) ନିଶଙ୍କ କହିଛନ୍ତି ପରୀକ୍ଷା ଫଳ ଜୁଲାଇ ୧୫ ତାରିଖରେ ପ୍ରକାଶ ପାଇବ। ସିବିଏସଇ ଆକାଉଣ୍ଟେସି (Accountancy), ଭୌତିକ ବିଜ୍ଞାନ, ଗଣିତ, ଜୀବ ବିଜ୍ଞାନ, ମନୋବିଜ୍ଞାନ ସମେତ ବିଭିନ୍ନ ବିଷୟର ପ୍ରଶ୍ନପତ୍ର ସହିତ ମୂଲ୍ୟାୟନ ପ୍ରକ୍ରିୟା ଜାରି କରିଛି। କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ବୋର୍ଡ ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରିଛି।