Dengue@172: ମୁକାବିଲା ପାଇଁ ଅଣ୍ଟା ଭିଡି଼ଲା Khordha Dist Admin-BMC
Advertisement
Article Detail0/zeeodisha/odisha947400

Dengue@172: ମୁକାବିଲା ପାଇଁ ଅଣ୍ଟା ଭିଡି଼ଲା Khordha Dist Admin-BMC

ଜିଲ୍ଲା ସମେତ ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ପାଇଁ ପ୍ରତିକାର ଏବଂ ଏହାର ପ୍ରତିଷେଧକ ବ୍ୟବସ୍ଥା ନେଇ ବିଏମସି ଅଧିକାରୀ, ସ୍ବାସ୍ଥ୍ୟ ଅଧିକାରୀ ପ୍ରମୁଖଙ୍କ ସହ ଆଲୋଚନା ହୋଇଛି। 

Dengue@172: ମୁକାବିଲା ପାଇଁ ଅଣ୍ଟା ଭିଡି଼ଲା Khordha Dist Admin-BMC

ଭୁବନେଶ୍ୱର: କୋରୋନା ପରେ ଏବେ ଡେଙ୍ଗୁକୁ ନେଇ ଘାରିଛି ଚିନ୍ତା। ଦିନକୁ ଦିନ ମହାମାରୀ ଭଳି ଡେଙ୍ଗୁ ରୋଗ ବ୍ୟାପକ ହେବାରେ ଲାଗିଛି। ବିଶେଷ କରି କ୍ୟାପିଟାଲ ସିଟି ଭୁବନେଶ୍ୱରରେ ଏହାର ସଂଖ୍ୟା ଦେଢ ଶହ ପାର କରିଗଲାଣି। ଯାହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୁଧବାର ଭୁବନେଶ୍ବର ସର୍କିଟ ହାଉସରେ ସ୍ବତନ୍ତ୍ର ସମୀକ୍ଷା ବୈଠକ ହୋଇଛି। କେବଳ ଭୁବନେଶ୍ବରରେ ଏକାଧିକ ଚିହ୍ନିତ ରୋଗୀ ସଂଖ୍ୟା ଚିନ୍ତା ବଢାଇବା ପରେ ଏବେ ପ୍ରଶାସନର  ଚେତା ପଶିଛି। ଆଗକୁ ପ୍ରଚାର ପ୍ରସାର ସମେତ ସଚେତନତା ଦିଗ ପ୍ରତି ସ୍ବତନ୍ତ୍ର ଟିମ୍ ଦ୍ବାରା କଡାକଡି କରାଯିବାକୁ ନିଷ୍ପତ୍ତି ହୋଇଛି।  

ବଢୁଛନ୍ତି ରୋଗୀ, ବଢୁଛି ଚିନ୍ତା। ପାଞ୍ଚ କି ପଚାଶ ନୁହେଁ ରାଜ୍ୟ ରାଜଧାନୀରେ ଏବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୭୨ ରହିଛି। ଯାହା ଫଳରେ କୋରୋନା ମହାମାରୀ (Corona Pandemic) କାଳରେ ଡେଙ୍ଗୁକୁ (Dengue) ନେଇ ଚିନ୍ତା ଦ୍ବିଗୁଣିତ ହୋଇଯାଇଛି। ଯାହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୁଧବାର ଭୁବନେଶ୍ବର ସର୍କିଟ ହାଉସ (Bhubaneswar Circuit House) ଠାରେ ଏକ ସମୀକ୍ଷା ବୈଠକ ହୋଇଛି। 

ଜିଲ୍ଲା ସମେତ ଭୁବନେଶ୍ବର ସହରରେ ଡେଙ୍ଗୁ ରୋଗୀଙ୍କ ପାଇଁ ପ୍ରତିକାର ଏବଂ ଏହାର ପ୍ରତିଷେଧକ ବ୍ୟବସ୍ଥା ନେଇ ଭୁବନେଶ୍ୱର ମହାନଗର ନିଗମ (Bhubaneswar Municipal Corporation) ବିଏମସି ଅଧିକାରୀ (BMC Official), ସ୍ବାସ୍ଥ୍ୟ ଅଧିକାରୀ ପ୍ରମୁଖଙ୍କ ସହ ଆଲୋଚନା ହୋଇଛି। କ୍ରମାଗତ ରୋଗୀଙ୍କ ସଂଖ୍ୟା ବଢିବା ପରେ ଏଣିକି ସଚେତନତା ସହ ମୁକାବିଲାକୁ ଜୋରଦାର କରିବା ସହ ବର୍ଷା ଦିନ ଜାରି ରହିଥିବାରୁ ପ୍ରତି ୱାର୍ଡକୁ ଗୁରୁତ୍ବ ଦେଇ ପରିମଳ ବ୍ୟବସ୍ଥାରେ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।   

Also Read: ରାଜଧାନୀରେ ଡେଙ୍ଗୁ ଆତଙ୍କ! ମୁକାବିଲା ପାଇଁ ଅଣ୍ଟାଭିଡି଼ଲା ସ୍ୱାସ୍ଥ୍ୟ ବିଭାଗ

ସହରରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ୧୭୨ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ଅନେକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ କିଛି ରୋଗୀ ବିଭିନ୍ନ ସରକାରୀ ଅଥବା ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଅତ୍ୟଧିକ ଗୁରୁତର ରୋଗୀ ମଧ୍ୟ ଚିହ୍ନଟ ହୋଇନାହାଁନ୍ତି। ରାଜଧାନୀର ନୀଳାଦ୍ରୀବିହାର, ଶୈଳଶ୍ରୀ ବିହାର, କଳ୍ପନା ଆଦି ଅଞ୍ଚଳର ୭ ,୧୪, ୫୫,୫୭ ନମ୍ବର ମୋଟ ୪ଟି ଓ୍ବାର୍ଡରୁ ରୋଗୀ ଚିହ୍ନଟ ହୋଇଛନ୍ତି। ସମସ୍ତ ୬୭ ଓ୍ବାର୍ଡରେ ସ୍ବତନ୍ତ୍ର ଟିମ୍ ଗଠନ କରି ସଚେତନତା, ସଫେଇ ସହ ଯାଞ୍ଚ କରିବା ପ୍ରତି ଗୁରୁତ୍ବ ଦେବାକୁ ବିଏମସି ନିଷ୍ପତ୍ତି ନେଇଛି।  

ଡେଙ୍ଗୁ ଜନିତ ସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ବେଳ ହୁଁ ସାବଧାନ ହେବା ଆବଶ୍ୟକ। ନଚେତ କୋରୋନା ଠାରୁ ଡେଙ୍ଗୁ କଷଣ ଅଧିକ ବଳିଯିବ। ଏଥିରେ ଦ୍ବିମତ ନାହିଁ।