ବଙ୍ଗୋପସାଗରରେ ଅଦିନିଆ ଲଘୁଚାପ ସୃଷ୍ଟ; ୨୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଘନ କହୁଡି!
Advertisement

ବଙ୍ଗୋପସାଗରରେ ଅଦିନିଆ ଲଘୁଚାପ ସୃଷ୍ଟ; ୨୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଘନ କହୁଡି!

ଆସନ୍ତାକାଲି ବର୍ଷାର ପରିମାଣ ସାମାନ୍ୟ ହ୍ରାସ ପାଇବା ସହ କୁହୁଡି ପରିମାଣ ବୃଦ୍ଧି ପାଇବ।

ବଙ୍ଗୋପସାଗରରେ ଅଦିନିଆ ଲଘୁଚାପ ସୃଷ୍ଟ; ୨୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଘନ କହୁଡି!

ଶାନ୍ତସ୍ୱରୂପ ରାଉତ,ଭୁବନେଶ୍ୱର: ସୃଷ୍ଟି ହୋଇଛି ଅଦିନିଆ ଲଘୁଚାପ (Low Pressure)। ଆହୁରି ଘନୀଭୂତ ହେବା ଆଶଙ୍କା। ଭାରତ ମହାସାଗର (Indian Ocean),ଦକ୍ଷିଣ-ପୂର୍ବ ବଙ୍ଗୋପସାଗର (South-East Bay of Bengal)ଅଞ୍ଚଳରେ ଥିବା ଘୂର୍ଣ୍ଣୀବଳୟ ପ୍ରଭାବରେ ଆଜି ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। 

ଯାହା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅବପାତ (Depression),ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତା ୨୫ ତାରିଖରେ ତାମିଲନାଡୁ ଓ ପୁଡୁଚେରୀ ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ସେପଟେ ଆଭ୍ୟନ୍ତରୀଣ ଓଡିଶାରେ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। 

ଏହାର ପ୍ରଭାବରେ ଆସନ୍ତାକାଲି ସକାଳ ସାଢେ ୮ଟା ସୁଦ୍ଧା କଟକ,କନ୍ଧମାଳ, କଳାହାଣ୍ଡି, ରାୟଗଡା, କୋରାପୁଟ, ଗଞ୍ଜାମ, ନବରଙ୍ଗପୁର, ଯାଜପୁର ଜିଲ୍ଲାରେ ଘଡଘଡି ବଜ୍ରପାତ ନେଇ ସତର୍କ ସୂଚନା ଜାରି କରାଯାଇଛି। ଏହାସହ ଆଭ୍ୟନ୍ତରୀଣ ଓଡିଶା ସହ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ବର୍ଷାର ପରିମାଣ ସାମାନ୍ୟ ହ୍ରାସ ପାଇବା ସହ କୁହୁଡି (Fog) ପରିମାଣ ବୃଦ୍ଧି ପାଇବ। ଏଥିପାଇଁ ୨୩ ତାରିଖ ପର୍ଯ୍ୟନ୍ତ ଘନ କୁହୁଡି (Dense Fog)ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର।