ଛତିଶଗଡ ମୁହାଁ ଲଘୁଚାପ; ଏଣକି ଶୁଖିଲା ପାଗ
Advertisement

ଛତିଶଗଡ ମୁହାଁ ଲଘୁଚାପ; ଏଣକି ଶୁଖିଲା ପାଗ

ସ୍ୱାଭାବିକ ଠାରୁ ରାଜ୍ୟରେ  ଏବେ ପ୍ରାୟ ୩୦ ପ୍ରତିଶତ କମ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

ଛତିଶଗଡ ମୁହାଁ ଲଘୁଚାପ; ଏଣକି ଶୁଖିଲା ପାଗ

ଭୁବନେଶ୍ୱର: ଛତିଶଗଡ ମୁହାଁ ଲଘୁଚାପ। ଏଣକି ଶୁଖିଲା ପାଗ। ବଙ୍ଗୋପ ସାଗର ଠାରେ ସୃଷ୍ଟ ଲଘୁଚାପ ବର୍ତ୍ତମାନ ଛତିଶଗଡ ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣୀବଳୟ ସହ ଜଡିତ ରହିଛି। ଓଡିଶା ଉପରେ ଏହାର ବିଶେଷ ପ୍ରଭାବ ନାହିଁ। ଏହାସହ ମନସୁନ୍ ଟ୍ରଫ୍ ଲାଇନ ଲଘୁଚାପ ସହ ଲମ୍ବିଛି। ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ କୌଣସି ପ୍ରବଳ ବର୍ଷାର ସମ୍ଭାବନା ନେଇ ସତର୍କ ସୂଚନା ଜାରି କରାଯାଇନାହିଁ।

କେବଳ କିଛି ସ୍ଥାନରେ କାଁ ଭାଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହା ପରେ ଆସନ୍ତା ୩ ତାରିଖରୁ ପାଗରେ ପରିବର୍ତ୍ତନ ହୋଇ ଉତ୍ତର-ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ସେପଟେ ଚଳିତ ବର୍ଷ ଜୁନ ପହିଲାରୁ ସେପ୍ବେମ୍ବର ପର୍ଯ୍ୟନ୍ତ ୪ ମାସ ମୌସୁମୀ ଋତୁରେ ୩ ମାସ ଅର୍ଥାତ ଅଗଷ୍ଟ ଶେଷ ହେବାକୁ ବସିଲାଣି ହେଲେ ନିଅଣ୍ଟିଆ ବର୍ଷା ଅଭାବରୁ ଏବେ ରାଜ୍ୟରେ ପ୍ରାୟ ୩୦ ପ୍ରତିଶତ କମ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ନିଅଣ୍ଟିଆ ବର୍ଷା ଭରଣା ପାଇଁ ଏବେ ଏକମାତ୍ର ସେପ୍ଟେମ୍ବର ମାସ ହିଁ ଭରସା।