ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୮ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।
Trending Photos
ଭୁବନେଶ୍ୱର: ଆସୁଛି ଲଘୁଚାପ। ଆସନ୍ତା ୪ ଦିନରେ ଘନୀଭୂତ ହେବା ସମ୍ଭାବନା। ଆସନ୍ତା ୧୧ ତାରିଖ ଆଡକୁ ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପ ସାଗର ତଥା ଉତ୍ତର ଆନ୍ଧ୍ର ପ୍ରଦେଶ-ଦକ୍ଷିଣ ଓଡିଶା ଉପକୂଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାକୁ ଯାଉଛି। ଏହା ସହ ବର୍ତ୍ତମାନ ଭିନ୍ନ ଭିନ୍ନ ସ୍ଥାନରେ ତିନୋଟି ଟ୍ରଫ୍ ଲାଇନ ସକ୍ରିୟ ରହିଛି।
ଯାହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମୟୂରଭଞ୍ଜ, କେଉଁଝର, ଜଗତସିଂହପୁର, କଟକ, ଦେଓଗଡ, ସମ୍ବଲପୁର, ସୋନପୁର, ବରଗଡ ଆଦି ୮ ଜିଲ୍ଲାରେ ପ୍ରବଳ ବର୍ଷା (Heavy Rain) ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର (Meteorological Centre)। ଏହା ସହ ଅନ୍ୟ ଜିଲ୍ଲାରେ ଘଡଘଡି ସହ ଝଡ ବର୍ଷା ଲାଗି ରହିବ। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ପବନ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।