ଆସନ୍ତାକାଲି ଠାରୁ ଆସନ୍ତା ୨୪ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବିକ୍ଷିପ୍ତ ଭାବେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି।
Trending Photos
ଭୁବନେଶ୍ୱର: ଘୁଞ୍ଚିଲା ଲଘୁଚାପ ସମୟ। ୨୧ ନୁହେଁ ୨୩ ତାରିଖରେ ହେବ ଘନୀଭୂତ। ଆସନ୍ତା ୨୧ ତାରିଖରେ ବଙ୍ଗୋପ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଏକ ଆକଳନ କରାଯାଇଥିବା ବେଳେ ସୋମବାର ପୁଣି ଏଥିରେ ପରିବର୍ତ୍ତନ ଘଟିଛି। ସଦ୍ୟତମ ଆକଳନ ମୁତାବକ ଉତ୍ତର ପଶ୍ଚିମ ସଂଲଗ୍ନ ବଙ୍ଗୋପ ସାଗରରେ ଆସନ୍ତା ୨୩ ତାରିଖ ଆଡକୁ ଏକ ଲଘୁଚାପ ବଳୟ ସୃଷ୍ଟି ହେବ।
ଏହା ସହ ବର୍ତ୍ତମାନ ସାରା ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ (South West Monsoon) ବାୟୁ ଦୁର୍ବଳ ରହିଛି। ସେପଟେ ଏବେ ଏକ ଟ୍ରଫ୍ ଲାଇନ (Trough Line) ସହ ଘୂର୍ଣ୍ଣୀବଳୟ ମଧ୍ୟ ସକ୍ରିୟ ରହିଛି। ଯାହାର ପ୍ରଭାବରେ ଆସନ୍ତାକାଲି ସକାଳ ସାଢେ ୮ଟା ମଧ୍ୟରେ କନ୍ଧମାଳ, ନୟାଗଡ, ଗଞ୍ଜାମ, ଗଜପତି, କେଉଁଝର, ମୟୂରଭଞ୍ଜ ଆଦି ୬ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେଉଁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ଘଡଘଡି ସହ ବଜ୍ରପାତ (Lightning) ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।
Also Read: ମାଡି ଆସୁଛି ଲଘୁଚାପ; ଦୁର୍ବଳ ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ
ସେହିପରି ଆସନ୍ତାକାଲି ଠାରୁ ଆସନ୍ତା ୨୪ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବିକ୍ଷିପ୍ତ ଭାବେ ପ୍ରବଳ ବର୍ଷା (Heavy Rain) ନେଇ ସତର୍କତା ଜାରି କରାଯାଇଛି। ସତର୍କ ସୂଚନା ଜାରି କରାଯାଇଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି।