Advertisement
Article Detail0/zeeodisha/odisha857849
Zee OdishaBhubneshwarଲିଙ୍ଗରାଜରେ ହେବ ଜାଗର ଯାତ୍ରା, କେଉଁମାନେ ଯିବେନି ମନ୍ଦିର ଜାଣନ୍ତୁ !

ଲିଙ୍ଗରାଜରେ ହେବ ଜାଗର ଯାତ୍ରା, କେଉଁମାନେ ଯିବେନି ମନ୍ଦିର ଜାଣନ୍ତୁ !

ବିଶେଷ କରି କୋଭିଡ୍ କଟକଣାରେ ଜାଗର ଯାତ୍ରା କିପରି ସଂପନ୍ନ ହେବ ସେନେଇ ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ବିଡିଏ କାର୍ଯ୍ୟାଳୟରେ ଆଲୋଚନା ହୋଇଛି।

ଲିଙ୍ଗରାଜରେ ହେବ ଜାଗର ଯାତ୍ରା, କେଉଁମାନେ ଯିବେନି ମନ୍ଦିର ଜାଣନ୍ତୁ !

ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ବର: ଏଥର କଟକଣାରେ ହେବ ଜାଗର ଯାତ୍ରା। ମନ୍ଦିର ଭିତରେ ଜାଗର ଜାଳିପାରିବେ ଶ୍ରଦ୍ଧାଳୁ। ଚଳିତ ବର୍ଷ ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ନେଇ ପ୍ରସ୍ତୁତି ବୈଠକ ହୋଇଛି। ବିଶେଷ କରି କୋଭିଡ୍ କଟକଣାରେ ଯାତ୍ରା କିପରି ସଂପନ୍ନ ହେବ ସେନେଇ ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ବିଡିଏ କାର୍ଯ୍ୟାଳୟରେ ଆଲୋଚନା ହୋଇଛି। ତିନି ନିଯୋଗର ସଂପାଦକ  ଏବଂ ଶ୍ରୀ ଶ୍ରୀ ଲିଙ୍ଗରାଜ ସେନା ସମେତ ଟ୍ରଷ୍ଟ ବୋର୍ଡ ସଦସ୍ୟଙ୍କ ସହ ବିଚାରବିମର୍ଶ କରି ସମସ୍ତଙ୍କ ସହଯୋଗରେ ଶିବରାତ୍ରୀ ସମାପନ କରିବାକୁ ନିଷ୍ପତ୍ତି ହୋଇଛି । ଏହାସହ ସ୍ବତନ୍ତ୍ର କଟକଣା ଲାଗୁ କରାଯାଇଛି ।

ବୟସ୍କ ଓ ଶିଶୁଙ୍କୁ ଜାଗର ମନା (Maha Shivaratri) । ଏଥର କୋଭିଡ କଟକଣା (Covid Guideline) ରେ ହେବ ପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରୀ (Maha Shivaratri) । ୬୦ ବର୍ଷ ରୁ ଉର୍ଦ୍ଧ୍ବ ଏବଂ ୧୨ ବର୍ଷରୁ କମ ବୟସ୍କ ଙ୍କୁ ମନ୍ଦିର ଦର୍ଶନ ମନା କରାଯାଇଛି।  ଏହାସହ ଗର୍ଭଗୃହକୁ ପ୍ରବେଶ ବାରଣ ଥିବା ବେଳେ କେବଳ ଆଡ଼କାଠ ଦର୍ଶନ କରିବାକୁ ଅନୁମତି ରହିଛି । ସମ୍ପୂର୍ଣ୍ଣ ବ୍ୟାରିକେଡ ଭିତରେ ନିୟମ ଅନୁଯାୟୀ ଦର୍ଶନ ହେବ । ଶ୍ରଦ୍ଧାଳୁଙ୍କ ପାଇଁ ଛାଇ ଓ ପିଇବା ପାଣିର ବ୍ୟବସ୍ଥା କରାଯିବ ବୋଲି କମିଶନର କହିଛନ୍ତି । ଏହାସହ ଶାନ୍ତିଶୃଙ୍ଖଳା ରକ୍ଷା କରି ମହାଶିବରାତ୍ରୀ (Maha Shivaratri) ସଂପାଦନ କରିବା ଲାଗି କମିଶନରଙ୍କ ମାର୍ଫତରେ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି ଏକାମ୍ରକ୍ଷେତ୍ରର ଶ୍ରୀ ଶ୍ରୀ ଲିଙ୍ଗରାଜ ସେନା ।

Also Read: ସାତଜନ୍ମର ସାଥୀ ହେଲେ ଚର୍ଚ୍ଚିତ ଯୋଡ଼ି ସବ୍ୟାର୍ଚ୍ଚିତା

Add Zee News as a Preferred Source

ଏହାସହ ମନ୍ଦିର ପ୍ରବେଶ ସ୍ଥାନରେ ବିଏମସି (BMC) ପକ୍ଷରୁ ସ୍କ୍ରିନିଂ ବ୍ୟବସ୍ଥା ରହିବ । ଯେଉଁମାନଙ୍କର କୌଣସି ଲକ୍ଷଣ ଦେଖାଯାଏ ତେବେ ଟେଷ୍ଟ କରାଯିବ । ତେବେ ପୂର୍ବରୁ ପ୍ରାଥମିକ ସ୍ତରରେ ଦୁଇ ଦୁଇ ଥର ବୈଠକ ଅନୁଷ୍ଠିତ ହୋଇଥିଲେ ସୁଦ୍ଧା ସେବାୟତ ମାନେ ଅସହଯୋଗ କରିଥିଲେ, ହେଲେ ଆଜିର ବୈଠକରେ ତିନି ନିଯୋଗରେ ସଂପାଦକ ଯୋଗ ଦେଇ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ସୌନ୍ଦର୍ଯ୍ୟକରଣ ପରେ ଧୀରେ ଧୀରେ ମନ୍ଦିର ଚତୁଃପାର୍ଶ୍ବର ନବକଳେବର ହେଉଛି । ଏହାସହ ପୂର୍ବ ଅପେକ୍ଷା ଅଧିକ ସ୍ଥାନ ମଧ୍ୟ ରହିଛି, ତେଣୁ କୋଭିଡ କଟକଣାକୁ ଅନୁପାଳନ କରି ଶ୍ରଦ୍ଧାଳୁ ମାନେ ଶିବରାତ୍ରୀ (Maha Shivaratri) କରିବାକୁ ନିବେଦନ କରାଯାଇଛି । 

Edited: Zee Odisha Desk 

About the Author