close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଏଥରର ଦୀପାବଳୀ କରନ୍ତୁ ପ୍ରଦୂଷଣ ମୁକ୍ତ...ଜାଣନ୍ତୁ ସେ ନେଇ କିଛି ନିୟମ

ବାଣ ଫୁଟାଇବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାଇ ସୁରକ୍ଷିତ ସ୍ଥାନରେ ବାଣ ଫୁଟାନ୍ତୁ

ଏଥରର ଦୀପାବଳୀ କରନ୍ତୁ ପ୍ରଦୂଷଣ ମୁକ୍ତ...ଜାଣନ୍ତୁ ସେ ନେଇ କିଛି ନିୟମ

ମୋନିକା ମହାନ୍ତି, ଭୁବନେଶ୍ୱର: ଭାରତୀୟ ମାନଙ୍କ ଏକ ମୁଖ୍ୟ ପର୍ବ ଦୀପାବଳୀ। ଏହା ସାଧାରଣତଃ ଦୀପ ଓ ଆଲୋକର ପର୍ବ ଭାବରେ ପରିଚିତ । ଏହି ପର୍ବରେ ହିନ୍ଦୁମାନଙ୍କ ଘରେ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରାଯାଏ । ପୌରାଣିକ ମତବାଦ ଅନୁଯାୟୀ ଏହା ମତବାଦ, ସଂଯୋଗ ଏବଂ ଧର୍ମୀୟ ବିଶ୍ୱାସରେ ବାନ୍ଧି ହୋଇ ରହିଥିବା ବେଳେ ବୈଜ୍ଞାନିକ ଅନୁଶୀଳନ କଲେ ଏହା କୃଷିଭିତ୍ତିକ ପର୍ବ ଅଟେ । ଅକ୍ଟୋବର ଅଧାରୁ ନଭେମ୍ବର ମାସରେ ଅମଳ ଋତୁ ଆରମ୍ଭରୁ ଶସ୍ୟକ୍ଷେତ୍ର ସମେତ ଜନବସତିରେ କୀଟ ପତଙ୍ଗଙ୍କ ସଂଖ୍ୟା ବୃଦ୍ଧି ପାଏ । ସେପଟେ କାର୍ତ୍ତିକ ମାସର ଅମାବାସ୍ୟା ଆଡ଼କୁ ଏମାନଙ୍କ ସଂଖ୍ୟା ଏତେ ବୃଦ୍ଧି ପାଏ ଯେ ବିଶେଷ କରି ରାତ୍ରୀ ସମୟରେ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼େ । ତେଣୁ ଅମାବାସ୍ୟା ପୂର୍ବ ଏବଂ ପରକୁ ମିଶାଇ ପାଞ୍ଚ ଦିନ ମଶାଲ, ଦିହୁରୀ, ଦୀପ, ଲଣ୍ଠନ ଆଦି ଜଳାଇ ପୋକଙ୍କୁ ଆକୃଷ୍ଟ କରି ଦମନ କରାଯାଏ । ସେଥିପାଇଁ ଏହାକୁ ଆଲୋକର ପର୍ବ ଭାବରେ ମୁଖ୍ୟତଃ ଅଭିହିତ କରାଯାଇଥାଏ । ମାତ୍ର ବର୍ତ୍ତମାନ ସମୟରେ ଏହାର ପରିଭାଷା ଓ ପରିଚୟ ଧିରେ ଧିରେ ବଦଳିଛି ।

କିମ୍ବଦନ୍ତୀ ଅନୁଯାୟୀ କାର୍ତ୍ତିକ ଅମାବାସ୍ୟାରେ ଦୀପାବଳି ଉତ୍ସବ ପାଳନ କରାଯାଏ । ଏହି ପର୍ବ ପ୍ରାୟ ସମସ୍ତେ ପାଳନ କରନ୍ତି । ଘରେ ଘରେ ସେ ଦିନ ଦୀପ ଜଳେ, ବାଣ ଫୁଟାଯାଏ ଏବଂ ପିଠା ମିଠାରେ ଘର ଉଚ୍ଛୁଳି ପଡ଼େ । ବନ୍ଧୁ ପରିଜନଙ୍କ ଆଗମନ ହୋଇଥାଏ ଘରକୁ । ଏହିଦିନ ଶ୍ରାଦ୍ଧ କରାଯାଏ ପୂର୍ବ ପୁରୁଷଙ୍କୁ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକିବାର ମଧ୍ୟ ପରମ୍ପରା ରହିଛି । ଓଡ଼ିଶାରେ ଏହି ଦିନ ବଡ଼ବଡୁଆ ଉଦ୍ଦେଶ୍ୟରେ ପିଣ୍ଡ ଦେଇ ସାରି କାଉଁରିଆ କାଠି ଜାଳନ୍ତି । କାଉଁରିଆ କାଠି ଜାଳିବାବେଳେ ଉଚ୍ଚାରଣ କରନ୍ତି । ବଡ଼ବଡୁଆ ହୋ, ଅନ୍ଧାରରେ ଆସ ଆଲୁଅରେ ଯା', ପୁରୁଷୋତ୍ତମରେ ମହାପ୍ରସାଦ ଖାଇ ବାଇଶି ପାବଛେ ଗଡ଼ଗଡାଉ ଥା' । 

ବିଶ୍ୱାସ ରହିଛି ପିତୃ ପୁରୁଷଙ୍କୁ ଆଲୋକ ଦେଖାଇ ସ୍ୱର୍ଗ ଲୋକକୁ ଫେରିଯିବା ପାଇଁ ପ୍ରାର୍ଥନା କରନ୍ତି ଏହିଦିନ । ଫଳରେ ତାଙ୍କର ଆତ୍ମା ଶାନ୍ତି ପାଇଥାଏ ଓ ପିତୃଗଣଙ୍କ ଆଶୀର୍ବାଦ କାମନା କରନ୍ତି । ଖାଲି ଏତିକି ନୁହେଁ ଏହି ଦୀପାବଳୀ ଅମାବାସ୍ୟାକୁ ଲୋକାକ୍ତିରେ ପୟା ଅମାବାସ୍ୟା କହନ୍ତି । ଦୀପାବଳୀ ଉତ୍ସବ ପାଳନ ବିଷୟରେ ନାନାପ୍ରକାର ପୁରାଣ ଓ ଲୋକକଥା ଶୁଣାଯାଏ । ରାମାୟଣର କଥାବସ୍ତୁ ଅନୁଯାୟୀ ସତ୍ୟଯୁଗରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ଫେରିଲେ ।
ଅଯୋଧ୍ୟାର ସମସ୍ତ ନରନାରୀ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟ ନିମନ୍ତେ ଆନନ୍ଦରେ ବିଭିନ୍ନ ପ୍ରକାର ଆଲୋକ ଜଳେଇଥିଲେ । ସେହି ଦିନରୁ ଏହି ଉତ୍ସବ ପାଳନ କରାଯାଉଛି । ଉତ୍ତର ଭାରତରେ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଭକ୍ତମାନେ ଏହିଦିନଟିକୁ ବହୁ ଯାକଜମକରେ ପାଳନ କରନ୍ତି । ତେବେ ଏଥରର ଦୀପାବଳୀ ଆପଣ କରନ୍ତୁ ପ୍ରଦୁଷଣ ମୁକ୍ତ । ବାଣ ଫୁଟାଇବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାଇ ସୁରକ୍ଷିତ ସ୍ଥାନରେ ନିର୍ଦ୍ଦାରିତ ସମୟରେ ବାଣ ଫୁଟାନ୍ତୁ । ବାଣ ଫୁଟାଇବା ସମୟରେ ନିମ୍ନଲିଖିତ ନିୟମକୁ ପାଳନ କରନ୍ତୁ ଏବଂ ଆପଣଙ୍କ ଦୀପାବଳୀ ସ୍ୱଚ୍ଛ ଏବଂ ନିରାମୟ କରନ୍ତୁ ।

୧. ମାନ୍ୟବର ଉଚ୍ଚତମ ନ୍ୟାୟଳୟଙ୍କ ନିର୍ଦ୍ଦେଶ ମୁତାବକ ବାଣ ସନ୍ଧ୍ୟା ୮ ଘଟିକାରୁ ୧୦ ଘଟିକା ପର୍ଯ୍ୟନ୍ତ ଫୁଟାନ୍ତୁ
୨. କେବଳ ଲାଇସେନ୍ସ ପ୍ରାପ୍ତ ବାଣ ବିକ୍ରେତାଙ୍କ ନିକଟରୁ ଆତସବାଜୀ କିଣନ୍ତୁ
୩. ପିଲାମାନଙ୍କୁ ଏକୁଟିଆ ବାଣ ଫୁଟାଇବା ପାଇଁ ନ ଦେଇ ନିଜ ତତ୍ତ୍ୱାବଧାନରେ ଫୁଟାନ୍ତୁ.
୪. ୧୨୫ ଡେସିବଲରୁ ଅଧିକ ଶଦ୍ଦ କରୁଥିବା ବାଣ ଫୁଟାନ୍ତୁ ନାହିଁ
୫. ରେଶମ ଓ ପଶମ ବସ୍ତ୍ର ପିନ୍ଧି ବାଣ ଫୁଟାନ୍ତୁ ନାହିଁ
୬. ସାମୁହିକ ବାଣ ଫୁଟାଉଥିଲେ ଜନବସତି ଠାରୂ ଦୂରତାରେ ଖୋଲା ପଡିଆରେ ଫୁଟାନ୍ତୁ
୭. ଚାଇନା ବାଣ ମାଳରେ ଫୁଟାଇବା ସମ୍ପୂର୍ଣ୍ଣ ନିଷେଧ
୮. ବାଣ ଫୁଟାଇବା ସମୟରେ ଆଶୁ ଚିକିତ୍ସା ବାକ୍ସ ପାଖରେ ରଖନ୍ତୁ
୯. ବାଣ ଫୁଟାଇବା ପରେ ଅବଶେଷ ଗୁଡିକ ପାଣିରେ ବୁଡାଇ ଦିଅନ୍ତୁ
୧୦. ବାଣକୁ ହାତରେ ଧରି ଫୁଟାନ୍ତୁ ନାହିଁ । ପ୍ରଥମେ ଏଥିରେ ଅଗ୍ନି ସଂଯୋଗ କରି ନିରାପଦ ଦୂରତାରେ ରୁହନ୍ତୁ.
୧୧. ନିଷେଧ ସ୍ଥାନ, ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋର୍ଟ, ଓ ଧାର୍ମିକ ସ୍ଥାନ ଯଥା କର୍ତ୍ତୁପକ୍ଷଙ୍କ ଦ୍ୱାରା ଘୋଷିତ ନୀରବ ଅଞ୍ଚଳ ସ୍ଥାନ ମାନଙ୍କରେ ବାଣ ଫୁଟାନ୍ତୁ ନାହିଁ
୧୨. ନିରୀହ ପଶୁଙ୍କ ଉପରେ ଆତସବାଜୀ ପ୍ରୟୋଗ କରନ୍ତୁ ନାହିଁ
୧୩. ଜରୁରୀ ପରିସ୍ଥିତିରେ ପୋଲିସ କଣ୍ଟ୍ରୋଲ ରୁମ ୧୦୦ କିମ୍ବା ଦମକଳ କେନ୍ଦ୍ର ୧୦୧କୁ ସହାୟତା ପାଇଁ ଫୋନ୍ କରନ୍ତୁ
ଏହିସବୁ ଗାଇଡଲାଇନ ମାନି ଆପଣ ଏଥରର ଦୀପାବଳୀ ପାଳନ କରନ୍ତୁ