ଗଣଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରିଲେ ଛାତ୍ରଛାତ୍ରୀ
Advertisement
Article Detail0/zeeodisha/odisha938672

ଗଣଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରିଲେ ଛାତ୍ରଛାତ୍ରୀ

ବିଏଡ଼ ନିୟମାବଳୀ, ଓଏସଏସଟିଇଟି, ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତିରେ ସମାନ ନିୟମାବଳୀ ନାହିଁ।

ଗଣଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଶୁକ୍ରବାର ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଛନ୍ତି ଛାତ୍ରଛାତ୍ରୀ। ଓଏସଏସଟିଇଟି, ଚୁକ୍ତି ଭିତ୍ତିକ ଶିକ୍ଷକ ଏବଂ ବିଏଡ଼ ନିୟମାବଳୀରେ ସମନ୍ୱୟ ରହୁନଥିବା ଅଭିଯୋଗରେ ରାଜ୍ୟରେ ବିଏଡ଼ କରୁଥିବା ଶତାଧିକ ଛାତ୍ରଛାତ୍ରୀ ମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ପ୍ରତିବାଦ କରିଛନ୍ତି। ଗତ ୨୦୧୮ ବର୍ଷ ପର ଠାରୁ ଯେଉଁ ଛାତ୍ରଛାତ୍ରୀ ବିଏଡ଼ କରୁଛନ୍ତି ସେମାନେ ହାଇସ୍କୁଲ ଶିକ୍ଷକ ପ୍ରବେଶିକା ପରୀକ୍ଷା ଓଏସଏସଟିଇଟି ଦେବାକୁ ଉପଯୁକ୍ତ ହେଉନାହାଁନ୍ତି।

ବିଏଡ଼ (Bachelor of Education) ନିୟମାବଳୀ, ଓଡିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (Odisha Secondary School Teacher Eligibility Test) ଓଏସଏସଟିଇଟି (OSSTET), ଚୁକ୍ତିଭିତ୍ତିକ ଶିକ୍ଷକ (Contract Teacher) ନିଯୁକ୍ତିରେ ସମାନ ନିୟମାବଳୀ ନାହିଁ। ରାଜ୍ୟ ଶିକ୍ଷା ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (State Council Of Educational Research & Training) ଏସସିଇଆରଟି (SCERT) ଗତ ୨୦୧୯ ବର୍ଷରୁ ମାଧ୍ୟମିକ ଶିକ୍ଷା ପରିଷଦ (Board of Secondary Education) ବିଏସଇ ଓଏସଏସଟିଇଟି (BSE OSSTET) ଏବଂ କଣ୍ଟ୍ରାକଚୁଆଲ ନିୟମାବଳୀରେ ପରିବର୍ତ୍ତନ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ବିଏସଇ ଏପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ କରିନାହିଁ। ଯାହା ଫଳରେ ହଜାର ହଜାର ଆଶାୟୀ ଚାକିରି ପାଇବାରୁ ବଞ୍ଚିତ ହେବେ ବୋଲି କହିଛନ୍ତି।

Also Read: Online Teaching ପରେ ଏବେ ଘର ଘର ବୁଲି ଆରମ୍ଭ ହେବ ଶିକ୍ଷାଦାନ

ଶୁକ୍ରବାର ଏନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କୁ (Odisha Mass Education Minister) ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି। ସେପଟେ ସେମାନଙ୍କ ଦାବି ସମ୍ପର୍କରେ ବିଚାର କରି ସମସ୍ତ ଛାତ୍ରଛାତ୍ରୀ ଯେଭଳି ପରୀକ୍ଷା ଦେଇପାରିବେ ସେ ନେଇ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଛାତ୍ରଛାତ୍ରୀଙ୍କ ଦାବିକୁ ନଜରରେ ରଖି ଓଏସଏସଟିଇଟି ପରୀକ୍ଷାର ଶେଷ ଆବେଦନ ତାରିଖ ୧୩ ତାରିଖରୁ ଦିନେ ଦୁଇ ଦିନ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବ ବୋଲି କହିଛନ୍ତି।