ଆଜି ମାଟ୍ରିକ୍ ରେଜଲ୍ଟ; ଏହି ଦୁଇଟି ଉପାୟରେ ଦେଖିପାରିବେ ପରୀକ୍ଷା ଫଳ
Advertisement

ଆଜି ମାଟ୍ରିକ୍ ରେଜଲ୍ଟ; ଏହି ଦୁଇଟି ଉପାୟରେ ଦେଖିପାରିବେ ପରୀକ୍ଷା ଫଳ

ଦିନ ଗୋଟାଏ ବେଳେ ପରୀକ୍ଷା କମିଟି ନିକଟରେ ରେଜଲ୍ଟ ଉପସ୍ଥାପନା କରାଯିବ। କମିଟିର ସ୍ୱୀକୃତି ପରେ ଅପରାହ୍ଣ ୪ଟାରେ ବୋର୍ଡ କାର୍ଯ୍ୟାଳୟ ପରିସରରେ ଓ ସନ୍ଧ୍ୟା ୬ଟାରେ ୱେବସାଇଟରେ ମାଟ୍ରିକ ଫଳ ଉପଲବ୍ଧ ହେବ ।

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ଆଜି ରାଜ୍ୟରେ ପ୍ରକାଶ ପାଇବ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ । ଏନେଇ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ମାଟ୍ରିକ ବାର୍ଷିକ ପରୀକ୍ଷା ସହିତ, ରାଜ୍ଯ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ । ଦିନ ଗୋଟାଏ ବେଳେ ପରୀକ୍ଷା କମିଟି ନିକଟରେ ରେଜଲ୍ଟ ଉପସ୍ଥାପନା କରାଯିବ। କମିଟିର ସ୍ୱୀକୃତି ପରେ ଅପରାହ୍ଣ ୪ଟାରେ ବୋର୍ଡ କାର୍ଯ୍ୟାଳୟ ପରିସରରେ ଓ ସନ୍ଧ୍ୟା ୬ଟାରେ ୱେବସାଇଟରେ ମାଟ୍ରିକ ଫଳ ଉପଲବ୍ଧ ହେବ ।

ରାଜ୍ୟର ପ୍ରାୟ ସାଢ଼େ ୬ ଲକ୍ଷ ମ୍ୟାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ବିନା ପରୀକ୍ଷାରେ ପ୍ରକାଶିତ ହେବାକୁ ଯାଉଛି । ବୋର୍ଡର ଦୁଇଟି ୱବେସାଇଟ ଯଥା- www.bseodisha.ac.in / www.bseodisha.nic.in ରେ ରେଜଲ୍ଟ ଦେଖିପାରିବେ । ସେହିପରି SMS ମାଧ୍ୟମରେ ପରୀକ୍ଷଆ ଫଳ ଦେଖିବାକୁ ଚାହିଁଲେ, ପ୍ରଥମେ  OR01 <roll number> ଲେଖି  5676750 ନମ୍ବରରେ ମେସେଜ କରିପାରିବେ । କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ମାଟ୍ରିକ ପରୀକ୍ଷା ବାତିଲ ହୋଇଥଲା । 

Also Read: Matric Result 2021: ଆସନ୍ତାକାଲି ପ୍ରକାଶ ପାଇବ ପରୀକ୍ଷା ଫଳ

ନବମ ଶ୍ରେଣୀର ବାର୍ଷିକ ପରୀକ୍ଷା ମାର୍କ ସହିତ ସ୍କୁଲରେ ହୋଇଥିବା ପରୀକ୍ଷା ମାର୍କକୁ ଆଧାର କରି ଦଶମ ପରୀକ୍ଷା ଫଳ ମୂଲ୍ୟାୟନ କରାଯାଇଛି । ତେବେ ଏହି ରେଜଲ୍ଟରେ ଯେଉଁ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିବେ, ସେମାନେ ପରବର୍ତ୍ତୀ ସମୟରେ ପରୀକ୍ଷା ଦେଇ ପାରିବେ। କୋରୋନାର ସ୍ଥିତି ସମ୍ପୂର୍ଣ୍ଣ ରୂପେ ସୁଧୁରିଲା ପରେ ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ (Samir Ranjan Dash) କହିଛନ୍ତି। ଅନ୍ୟପଟେ ଜୁଲାଇ ୩୧ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ସବୁ ବୋର୍ଡକୁ ସୁପ୍ରିମକୋର୍ଟ (Supreme Court) ଗତକାଲି ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ଚଳିତବର୍ଷ ମେ ୩ ତାରିଖରୁ ୧୫ ତାରିଖ ଯାଏଁ  ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡ ଦିନ ଧାର୍ଯ୍ୟ କରିଥିଲେ । ମାତ୍ର ରାଜ୍ୟରେ ବଢୁଥିବା କୋରୋନା (Coronavirus) ସଂକ୍ରମଣକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷା (Matric exam) ନ କରାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଚଳିତବର୍ଷ ମାଟ୍ରିକ ପରୀକ୍ଷା ବାତିଲ ନେଇ ଏପ୍ରିଲ ୨୧ ତାରିଖରେ ଘୋଷଣା କରାଯାଇଥିଲା । କେବଳ ମାଟ୍ରିକ ନୁହଁ, ମଦ୍ରାସା ଶିକ୍ଷାବୋର୍ଡ ଦ୍ବାରା ପରିଚାଳିତ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଥିଲା । 

Also Read: ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଯୁକ୍ତ ଦୁଇ ଫଳ, ମାଟ୍ରିକ ମାର୍କ ମାପଦଣ୍ଡ

ରାଜ୍ୟରେ ଫେବୃୟାରୀରେ ମାଟ୍ରିକ ପରୀକ୍ଷା ହେଉଥିବା ବେଳେ ଏହାକୁ ମେ ୩ ତାରିଖକୁ ଘୁଞ୍ଚା ଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ପରୀକ୍ଷା ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଘୋଷଣା କରିଥିଲେ । କୋରୋନା ସ୍ଥିତି ସୁଧୁରିଲେ ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ ବାର୍ତ୍ତାରେ କୁହାଯାଇଥିଲା । ହେଲେ ଶେଷରେ ଜୀବନ ଆଗ ପରୀକ୍ଷା ପଛ ଚିନ୍ତା କରି ଛାତ୍ରଛାତ୍ରୀଙ୍କ ଜୀବନ ମୂଲ୍ୟବାନ ବୋଲି ରାଜ୍ୟରେ ମାଟ୍ରିକ ପରୀକ୍ଷାକୁ ବାତିଲ କରାଯାଇଥିଲା ।