ଆଉ ଯିବାକୁ ପଡିବନି ଆପଣଙ୍କୁ ବରଂ ଆପେ ଆପେ ପହଞ୍ଚିବ ଡଷ୍ଟବିନ୍
Advertisement
Article Detail0/zeeodisha/odisha608702

ଆଉ ଯିବାକୁ ପଡିବନି ଆପଣଙ୍କୁ ବରଂ ଆପେ ଆପେ ପହଞ୍ଚିବ ଡଷ୍ଟବିନ୍

ଅଟୋମେଟିକ୍ ସ୍ମାର୍ଟ ଡଷ୍ଟବିନ୍ ଉଦ୍ଭାବନ କରି ଚର୍ଚ୍ଚାରେ ଦୁଇ ଇଞ୍ଜିନିୟରିଂ ଛାତ୍ର

ଆଉ ଯିବାକୁ ପଡିବନି ଆପଣଙ୍କୁ ବରଂ ଆପେ ଆପେ ପହଞ୍ଚିବ ଡଷ୍ଟବିନ୍

ଭୁବନେଶ୍ୱର: ସ୍ମାର୍ଟ ଛାତ୍ରଙ୍କ ସ୍ମାର୍ଟ ଉଦ୍ଭାବନ । ଅଟୋମେଟିକ୍ ସ୍ମାର୍ଟ ଡଷ୍ଟବିନ୍ ଉଦ୍ଭାବନ କରି ଚର୍ଚ୍ଚାରେ ଦୁଇ ଇଞ୍ଜିନିୟରିଂ ଛାତ୍ର । ଭୁବନେଶ୍ୱର ସିଇଟି କଲେଜରେ ଅଧ୍ୟୟନ କରୁଥିବା ଦୁଇ ଇଞ୍ଜିନିୟରିଂ ଛାତ୍ର ଅଭିଷେକ କୁମାର ଓ ତ୍ରିଦୀପ୍ ବାରିକ ଏପରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ।  କଲେଜ ଓ ସ୍ୱତନ୍ତ୍ର କ୍ଲବ ସହାୟତାରେ ପ୍ରସ୍ତୁତ କରିଛନ୍ତି ଅଡୁ ବା ଅଟୋମେଟିକ ଡଷ୍ଟବିନ, ଯାହାକୁ ବ୍ୟବହାର କରିବା ଅତି ସହଜ ଏବଂ ମୋବାଇଲରେ ୟୁଜର ଅପରେଟ୍ କରି ସୁବିଧା ପାଇପାରିବେ ।

fallback
ଏଣିକି ଅଳିଆ ପକାଇବା ହେବ ସହଜ । ଡଷ୍ଟବିନ୍ ପାଖକୁ ଆଉ ଯିବାକୁ ପଡିବନି ବରଂ ଡଷ୍ଟବିନ୍ ଆପଣଙ୍କ ପାଖକୁ ଆସିବ । ଆଜ୍ଞା ହଁ, ଏଭଳି ଏକ ପ୍ରକଳ୍ପ ଉଦ୍ଭାବନ କରାଯାଇଛି, ଯାହାର ନାଁ ରହିଛି ଅଟୋମେଟିକ ଡଷ୍ଟବନ୍ ବା ଅଡୁ । ଏହି ସ୍ମାର୍ଟ ଡଷ୍ଟବିନ୍ ସାଧାରଣ ଡଷ୍ଟବିନ୍ ଠାରୁ ଯଥେଷ୍ଟ ଭିନ୍ନ । ଯାହା ସଂପୂର୍ଣ୍ଣ ମୋବାଇଲ ଚାଳିତ । ଏହାକୁ ଆଣ୍ଡ୍ରୋଏଡ ଆପ୍ ମାଧ୍ୟମରେ ଆକ୍ସେସ କରିହେବ । ଡଷ୍ଟବିନକୁ ମୋବାଇଲ ସହ ସଂଯୋଗ କଲେ ବ୍ଲୁଟୁଥ ସେନସର ସାହାଯ୍ୟରେ ଏଥିରେ ବ୍ୟବହୃତ ଚକ ନିୟନ୍ତ୍ରଣ ହେବ । ମୋବାଇଲ ଆପ୍ ଖୋଲିବା ପରେ ଆପଣ ନିର୍ଦ୍ଦେଶ ଦେଉଥିବା ଦିଗରେ ଗତି କରି ଆପଣଙ୍କ ପାଖରେ ପହଞ୍ଚିବ ଅଡୁ ।

fallback

ତେବେ ଅଡୁ ପହଞ୍ଚିବା ପରେ ଆପଣଙ୍କୁ ଡଷ୍ଟବିନ ଖୋଲିବାକୁ ମଧ୍ୟ ପଡ଼ିବ ନାହିଁ । ଅଳିଆ ଦେଖିବା ମାତ୍ରେ ଅଲଟ୍ରାସୋନିକ ସେନସର ଦ୍ୱାରା ଏହା ଡିଟେକ୍ଟ କରି ଅଟୋମେଟିକ ଖୋଲିବ ଆଉ ଅଳିଆ ପକାଇବା ପରେ ଆପେ ଆପେ ବନ୍ଦ ହୋଇଯିବ ।  ମାତ୍ର ୫୦୦ ଟଙ୍କା ବ୍ୟୟରେ ଘରେ ବ୍ୟବହୃତ ଯେ କୌଣସି ଡଷ୍ଟବିନରେ ଖଞ୍ଜି ଏହାକୁ ସହଜରେ ବ୍ୟବହାର କରିହେବ ବୋଲି ସେମାନେ କହିଛନ୍ତି ।

fallback

ଅଳିଆ ପକାଇବାକୁ ହେଲେ ଅନେକ ସମୟରେ କେହି କେହି ଏଣେତେଣେ ପକାଉଥିବା ବେଳେ ଡଷ୍ଟବିନରେ ଅଳିଆ ପକାଇବାକୁ ମନ ବଳାଉ ନ ଥାନ୍ତି । ହେଲେ ଅଭିଷେକ୍ ଓ ତ୍ରିଦୀପ୍ ଙ୍କ ଏହି ଉଦ୍ଭାବନ ଆପଣଙ୍କ ଅଭ୍ୟାସକୁ ନିଶ୍ଚୟ ପରିବର୍ତ୍ତନ କରିଦେବ । ଆଗକୁ ଏନେଇ ଅଧିକ ଗବେଷଣା କରିବା ସହ ଏହାର ମୂଲ୍ୟ ଓ ବ୍ୟବହୃତ ସରଞ୍ଜାମ ଆହୁରି କମାଇବାକୁ ସେମାନେ ଲକ୍ଷ୍ୟ ରଖିଛନ୍ତି ।