ଆଜିଠୁ ରାଜ୍ୟରେ ନୂଆ କୋଭିଡ୍ ଗାଇଡଲାଇନ୍; ଜାଣନ୍ତୁ, କେଉଁ ସବୁ ନିୟମରେ ହୋଇଛି ପରିବର୍ତ୍ତନ
Advertisement

ଆଜିଠୁ ରାଜ୍ୟରେ ନୂଆ କୋଭିଡ୍ ଗାଇଡଲାଇନ୍; ଜାଣନ୍ତୁ, କେଉଁ ସବୁ ନିୟମରେ ହୋଇଛି ପରିବର୍ତ୍ତନ

ନୂଆ ନିୟମ ମୁତାବକ ସମସ୍ତ ସହରାଞ୍ଚଳକୁ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଫେରିଛି। ଏହି ସମୟରେ ଜରୁରୀ ସେବା ପୋଲିସ, ପୌର ପ୍ରଶାସନ, ଡାକ୍ତର, ହସ୍ପିଟାଲ କର୍ମଚାର, ବିଦ୍ୟୁତ୍‌, ଅଗ୍ନିଶମ, ଟେଲିକମ୍‌, ଜଳ ଯୋଗାଣ, ରେଳ କର୍ମଚାରୀଙ୍କ ସମେତ ଜିଲ୍ଲା ଓ କମିଶନରେଟ ପୋଲିସ ଦ୍ୱାରା ଚିହ୍ନିତ ଗଣମାଧ୍ୟମ କର୍ମଚାରୀ, କୋଭିଡ ଟେଷ୍ଟିଂ ଓ ଟିକାକରଣ କେନ୍ଦ୍ର, ଔଷଧ ଦୋକାନ କର୍ମଚାରୀ କଟକଣା ମୁକ୍ତ ରହିବେ।

ଫାଇଲ ଫଟୋ

ଭୁବନେଶ୍ୱର: ରାଜ୍ୟକୁ ଘାରିଛି ଓମିକ୍ରନ ଚିନ୍ତା। ପୁଣି ନାଇଟ କର୍ଫ୍ୟୁ ସାଙ୍ଗକୁ ଭୋଜି ଭାତ ଓ ସାମାଜିକ ଆୟୋଜନ ଉପରେ କଟକଣା ଫେରିଛି। ନୂଆବର୍ଷ ଉସ୍ତ୍ରବ ପାଳନ ସହ ଜାନୁଆରୀ ମାସରେ କୋଭିଡ ନିୟମ ଭିତରେ ସବୁକିଛି କରିବାକୁ ରାଜ୍ୟ ସରକାର ସଂଶୋଧିତ ଗାଇଡ଼ଲାଇନ ଜାରି କରିଛନ୍ତି। ଟ୍ବିନ୍ ସିଟିରେ କଟକଣା କଡାକଡି କରାଯାଇଛି। ସେପଟେ ଡାକ୍ତରଙ୍କ ପରାମର୍ଶ ନିୟମ ନ ମାନିଲେ ଅବସ୍ଥା ଅସମ୍ଭାଳ ହେବ ବୋଲି ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। 

ନୂଆବର୍ଷ ଆରମ୍ଭକୁ ଲାଗୁ ହୋଇଛି କଡା କଟକଣା। ରାଜ୍ୟରେ ନୂଆବର୍ଷ ପାଳନ ଓ ଜାନୁଆରୀ ମାସରେ କୋଭିଡ ଗାଇଡ଼ଲାଇନକୁ କଡାକଡି ହୋଇଛି। ଜିରୋ ନାଇଟ ସେଲିବ୍ରେସନକୁ ବାରଣ କରିଥିବା ବେଳେ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଧର୍ମାନୁଷ୍ଠାନ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ କଟକଣା ଲାଗିଛି। ଶନିବାର ସକାଳ ୫ଟାରୁ ଫେବୃୟାରୀ ପହିଲା ସକାଳ ୫ଟା ପର୍ଯ୍ୟନ୍ତ ଜାନୁୟାରୀ ଗାଇଡଲାଇନ ଲାଗୁ ହେବ। 

Also Read: ବର୍ଷା ଗଲା, ଖସିବ ପାରା; ଆସୁଛି ଶୀତ ଲହରି, ଥରିବ ଆଭ୍ୟନ୍ତରୀଣ ଓଡ଼ିଶା

ନୂଆ ନିୟମ ମୁତାବକ ସମସ୍ତ ସହରାଞ୍ଚଳକୁ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଫେରିଛି। ଏହି ସମୟରେ ଜରୁରୀ ସେବା ପୋଲିସ, ପୌର ପ୍ରଶାସନ, ଡାକ୍ତର, ହସ୍ପିଟାଲ କର୍ମଚାର, ବିଦ୍ୟୁତ୍‌, ଅଗ୍ନିଶମ, ଟେଲିକମ୍‌, ଜଳ ଯୋଗାଣ, ରେଳ କର୍ମଚାରୀଙ୍କ ସମେତ ଜିଲ୍ଲା ଓ କମିଶନରେଟ ପୋଲିସ ଦ୍ୱାରା ଚିହ୍ନିତ ଗଣମାଧ୍ୟମ କର୍ମଚାରୀ, କୋଭିଡ ଟେଷ୍ଟିଂ ଓ ଟିକାକରଣ କେନ୍ଦ୍ର, ଔଷଧ ଦୋକାନ କର୍ମଚାରୀ କଟକଣା ମୁକ୍ତ ରହିବେ। ସବୁ ଶିଳ୍ପାନୁଷ୍ଠାନ, ନିର୍ମାଣ କାର୍ଯ୍ୟ, ରାଜପଥ ପାର୍ଶ୍ୱ ହୋଟେଲରେ ବି କଟକଣା କାର୍ଯ୍ୟକାରୀ ହେବ ନାହିଁ।

ସେହିପରି ଜାନୁଆରୀ ଗାଇଡଲାଇନରେ ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ ଯୋଗାଣ, ହୋମ୍ ଡେଲିଭରିକୁ ମଧ୍ୟ କଟକଣା ମୁକ୍ତ କରାଯାଇଛି। ବିମାନ, ରେଳ ଓ ସଡ଼କ ଦ୍ୱାରା ଯାତ୍ରୀମାନଙ୍କ ଚଳାଚଳକୁ ସୁଗମ କରିବା ପାଇଁ ବ୍ୟବସ୍ଥା ହେବ। ଆଇଟି କମ୍ପାନୀଗୁଡିକର କର୍ମଚାରୀମାନେ ସେମାନଙ୍କର ଆଇଡି କାର୍ଡ ଦେଖାଇ ଯାତାୟତ କରିପାରିବେ। ଅନ୍ୟପଟେ ବଣଭୋଜି, ମେଳା, ପ୍ରଦର୍ଶନୀ, ମହୋତ୍ସବକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏପରିକି ଜାନୁଆରୀ ମାସରେ କୌଣସି ଶିକ୍ଷାନୁଷ୍ଠାନ ପିକନିକ୍ ଯାଇପାରିବେ ନାହିଁ ବୋଲି କଡା ନିର୍ଦ୍ଦେଶ ଦିଆଯାଇଛି।

Also Read: ନୂଆବର୍ଷରେ ଅଘଟଣ; ମାତା ବୈଷ୍ଣୋଦେବୀ ମନ୍ଦିରରେ ଦଳାଚକଟା, ୧୨ ମୃତ

ଏହା ବ୍ୟତୀତ ରାଜନୈତିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ମିଳିଛି। ପ୍ରଦର୍ଶନୀ, ବାଣିଜ୍ୟ ମେଳା ଆଦି ଆୟୋଜନକୁ ମଧ୍ୟ ବାରଣ କରାଯାଇଛି। ହୋଟେଲ, ପାର୍କ, ମଲରେ ସାଂସ୍କୃତିକ, ନୃତ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ ନାହିଁ। କୌଣସି ବାର୍ଷିକ ଉତ୍ସବ ଓ ଆନିଭର୍ସାରୀ ପାଳନ ଉପରେ ମଧ୍ୟ ରୋକ ଲଗାଯାଇଛି। ସିନେମା ହଲ୍ ଗୁଡ଼ିକ ୫୦ ପ୍ରତିଶତ ଦର୍ଶକ କ୍ଷମତାରେ ଚାଲିବ। ତେବେ ସିନେମା ହଲ୍ ଯିବା ପାଇଁ ଦର୍ଶକଙ୍କୁ ଡବଲ ଡୋଜ୍ ଟିକା ବା ଟେଷ୍ଟ ରିପୋର୍ଟ ଜରୁରୀ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏହାସହ ସର୍ବାଧିକ ୧ ହଜାର ଲୋକଙ୍କୁ ନେଇ ଜାନୁଆରୀରେ ମୁକ୍ତାକାଶ ରଙ୍ଗମଞ୍ଚ, ଯାତ୍ରା ଓ ଅପେରା ଚାଲିପାରିବ। ସେପଟେ ଟ୍ବିନ ସିଟି କଟକ ଓ ଭୁବନେଶ୍ୱରରେ ଏହାକୁ କଡାକଡି କରିବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ଏନ୍ଫୋର୍ସମେଣ୍ଟ ସହ ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ହେବ। ଓମିକ୍ରନ ପାଇଁ ଏବେଠାରୁ ସଜାଗ ହେବାକୁ ପଡିବ, ନଚେତ ଅବସ୍ଥା ଦ୍ଵିତୀୟ ଲହର ଠାରୁ ବଳିଯାଇପାରେ। ଏଣୁ ସଚେତନ ରହିଲେ ହିଁ ସୁରକ୍ଷିତ ରହିପାରିବା।