ଆଜିଠୁ ରାଜ୍ୟରେ ନାଇଟ୍ କର୍ଫ୍ୟୁ, ବନ୍ଦ ହେଲା କ୍ଲାସରୁମ୍
Advertisement
Article Detail0/zeeodisha/odisha1064579

ଆଜିଠୁ ରାଜ୍ୟରେ ନାଇଟ୍ କର୍ଫ୍ୟୁ, ବନ୍ଦ ହେଲା କ୍ଲାସରୁମ୍

ଲଗାତାର ବଢୁଥିବା କୋରୋନା ପରିସ୍ଥିତିକୁ ଲକ୍ଷ୍ୟକରି ରାଜ୍ୟ ସରକାର ନୂଆ କୋଭିଡ ଗାଇଡଲାଇନ ଜାରି କରିଛନ୍ତି। ମହାମାରୀକୁ ଚେକ ନିମନ୍ତେ ସହରାଞ୍ଚଳରେ ଶୁକ୍ରବାର ଠାରୁ ନାଇଟ କର୍ଫ୍ୟୁ ଲାଗୁ ହୋଇଛି। ରାତି ୯ଟାରେ ଲାଗୁ କରାଯିବ ରାତ୍ରି କାଳୀନ କର୍ଫ୍ୟୁ କାର୍ଯ୍ୟକାରୀ ହେବ। 

ଡିଜାଇନ୍ ଫଟୋ

ଭୁବନେଶ୍ୱର: ରାଜ୍ୟରେ ପୁଣି ଫେରିଲା ନାଇଟ୍  କର୍ଫ୍ୟୁ। ଆଜି (ଶୁକ୍ରବାର) ଠାରୁ ସହରାଞ୍ଚଳରେ ରାତି ୯ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ଏହି କଟକଣା ଫେବୃଆରୀ ୧ ଯାଏଁ ବଳବତ୍ତର ରହିବ। ସେପଟେ ଆଜିଠାରୁ ହିଁ ଦ୍ବାଦଶ ଶ୍ରେଣୀ ଯାଏଁ କ୍ଲାସରୁମ ପାଠ ପଢାକୁ ବନ୍ଦ କରାଯାଇଛି।

ଲଗାତାର ବଢୁଥିବା କୋରୋନା ପରିସ୍ଥିତିକୁ ଲକ୍ଷ୍ୟକରି ରାଜ୍ୟ ସରକାର ନୂଆ କୋଭିଡ ଗାଇଡଲାଇନ ଜାରି କରିଛନ୍ତି। ମହାମାରୀକୁ ଚେକ ନିମନ୍ତେ ସହରାଞ୍ଚଳରେ ଶୁକ୍ରବାର ଠାରୁ ନାଇଟ କର୍ଫ୍ୟୁ ଲାଗୁ ହୋଇଛି। ରାତି ୯ଟାରେ ଲାଗୁ କରାଯିବ ରାତ୍ରି କାଳୀନ କର୍ଫ୍ୟୁ କାର୍ଯ୍ୟକାରୀ ହେବ। ସକାଳ ୫ଟାରୁ ରାତ୍ରି ୯ଟା ପର୍ଯ୍ୟନ୍ତ ଦୋକାନ, ବଜାର, ହାଟ ଆଦି ଖୋଲା ରହିବ। କିନ୍ତୁ ଦୋକାନ-ମଲ ଆଦି ମାଲିକମାନେ କୋରୋନା ଗାଇଡଲାଇନ ପାଳନ କରିବେ।

Also Read: କେତେ ଦିନରେ ଶରୀରରେ ଦେଖାଯାଏ Omicron ଲକ୍ଷଣ? ନଖ ଓ ଚର୍ମରେ ହୋଇଥାଏ ଏହିସବୁ ପରିବର୍ତ୍ତନ

ସେପଟେ ରାଜଧାନୀ ଭୁବନେଶ୍ୱରରେ କୋରୋନା ଗାଇଡଲାଇନକୁ କଡାକଡି ଲାଗୁ ପାଇଁ କମିଶନରେଟ ପୋଲିସ ଅଣ୍ଟା ଭିଡିଛି। ସ୍ମାର୍ଟି ସିଟିରେ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେଉଥିବା ବେଳେ ମୋବାଇଲ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ଯେଉଁସ୍ଥାନରେ ଲୋକଙ୍କ ଗହଳି ହେବାର ଆଶଙ୍କା ରହିଛି, ସେଭଳି ସ୍ଥାନ ଉପରେ ନଜର ରଖାଯିବ। ଯେଉଁମାନେ ନିୟମ ଭାଙ୍ଗିବେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଉମା ଶଙ୍କର ଦାଶ ସୂଚନା ଦେଇଛନ୍ତି। 

କୋରୋନାର ନୂଆ ଗାଇଡଲାଇନ ଅନୁସାରେ ଥିଏଟର ଓ ଫିଲ୍ମ ହଲରେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିଛି। ବାହାଘର ଓ ବ୍ରତଘରରେ ୧୦୦ ଲୋକ ଓ ଅନ୍ତ୍ୟେଷ୍ଟି ପାଇଁ ୫୦ ଲୋକଙ୍କୁ ସାମିଲ ହେବା ପାଇଁ ଅନୁମତି ଦିଆଯାଇଛି। ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ କାର୍ଯ୍ୟାଳୟ ଖୋଲିବ ବୋଲି ନିର୍ଦ୍ଦେଶ ରହିଥିବା ବେଳେ ଧାର୍ମୀକ, ରାଜନୈତିକ ଓ ସାମାଜିକ ସଭାସମିତିରେ ବି କଟକଣା ଲାଗିଛି। ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ କୋରୋନା ପରୀକ୍ଷା କରିବାକୁ ପ୍ରଶାସନ ପକ୍ଷରୁ ପଦକ୍ଷପ ମଧ୍ୟ ନିଆଯାଉଛି।

Also Read: ଚୀନର ଅନେକ ସହରରେ ଲାଗିଲା ଲକଡାଉନ୍, କୋଭିଡ୍ ଆପ୍ କ୍ରାସ୍ ହେବା ଯୋଗୁଁ ଆହୁରି ବିଗିଡ଼ିଲା ସ୍ଥିତି

 

ଅନ୍ୟପଟେ ଶୁକ୍ରବାର ଠାରୁ ରାଜ୍ୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ କ୍ଲାସରୁମ ପାଠପଢା ବନ୍ଦ ହୋଇଛି। କୋରୋନା ସଂକ୍ରମଣ ଓ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଫଲାଇନ ପାଠପଢା ବନ୍ଦ କରିବାକୁ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ତେବେ ଏହି ସମୟରେ ଅନଲାଇନ ଶିକ୍ଷା ଓ ଦଶମ ତଥା ଅନ୍ୟ ଶ୍ରେଣୀର ପରୀକ୍ଷା ଜାରି ରହିବ। ପିଲାମାନେ ଚାହିଁଲେ ଅଭିଭାବକଙ୍କ ଲିଖିତ ଅନୁମତି କ୍ରମେ ଡାଉଟ କ୍ଲିୟର ପାଇଁ ସ୍କୁଲକୁ ଯାଇପାରିବେ, କିନ୍ତୁ ତାଙ୍କୁ କୋରୋନା କଟକଣା ମାନିବାକୁ ପଡିବ ବୋଲି ବିଭାଗ କହିଛି।