ତାଙ୍କୁ ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡୁଛି । କିଏ ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିପାରିବେନି ଏତେ ସବୁ ଜିନିଷ ଅଛି ତାଙ୍କ ସଂଗ୍ରହାଳୟରେ।
Trending Photos
ପ୍ରଦ୍ୟୁମ୍ନ ମାଝୀ, ନୂଆଦିଲ୍ଲୀ: ଆପଣ ସଂଗ୍ରହାଳୟ ବୁଲି ଦେଖିଥିବେ । ରାଜ୍ୟ ତଥା ରାଜ୍ୟ ସ୍ତରରେ ଅନେକ ସରକାରୀ ସଂଗ୍ରାହାଳୟ ରହିଛି । ହେଲେ କେବେ ଘରେ ସଂଗ୍ରହାଳୟ କଥା ଶୁଣିଛନ୍ତି କି ? କେବେ ବୁଲି ଦେଖିଛନ୍ତି କି ? ଆଜ୍ଞା ହଁ ଏମିତି ଏକ ସଂଗ୍ରହାଳୟ ରହିଛି ଆମ ରାଜ୍ୟର ନୂଆପଡ଼ା ଜିଲ୍ଲାରେ । ଏହା କୌଣସି ସରକାରୀ ସଂଗ୍ରହାଳୟ ନୁହେଁ ଏହା ହେଉଛି ନୂଆପଡା ଜିଲ୍ଲା ଖରିଆର ରୋଡ୍ ସ୍ଥିତ ରିତେଶ ଜୈନଙ୍କ ଘରେ ତିଆରି କରିଥିବା ଐତିହାସିକ ସାମଗ୍ରୀ ସଂଗ୍ରହାଳୟ।
ପେଶାରେ ରିତେଶ ଜୈନ ଜଣେ ବ୍ୟବସାୟୀ, ହେଲେ ନିଶା ତାଙ୍କର ବିଭିନ୍ନ ଐତିହାସିକ ଜିନିଷ ସହ ପୁରୁଣା ତଥା ଲୋପ ପାଇ ଯାଇଥିବା ଜିନିଷ ସଂଗ୍ରହ କରିବା । ଆଉ ନିଜ ଘରର ଏକ କୋଠରୀରେ କରିଥିବା ସଂଗ୍ରହାଳୟରେ ଏହାକୁ ସବୁ ସାଇତି ରଖିବା । ତାଙ୍କୁ ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡୁଛି । କିଏ ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିପାରିବେନି ଏତେ ସବୁ ଜିନିଷ ଅଛି ତାଙ୍କ ସଂଗ୍ରହାଳୟରେ (Museum)।
Also Read: ତୃତୀୟ ବିଶ୍ୱ ଯୁଦ୍ଧର ପଦଧ୍ୱନି! ପୁଣି ଦୁଇ ଗୋଷ୍ଠୀରେ ଭାଗ ହେଲା ଦୁନିଆ, ପଢ଼ନ୍ତୁ ପୂରା ରିପୋର୍ଟ
ଛୋଟ ବୟସରୁ ବିଭିନ୍ନ ମେଳାରେ ପ୍ରଦର୍ଶନ ହେଉଥିବା ସାମଗ୍ରୀ ଦେଖି ତାଙ୍କୁ ମଧ୍ୟ ଇଛା ହେଲା ଏକ ପୁରୁଣା ତଥା ଲୋପ ପାଇଯାଉଥିବା ସାମଗ୍ରୀ ସଂଗ୍ରହ କରିବେ । ସେ ଆକବର ସମୟରୁ ଆଜି ପର୍ଯ୍ୟନ୍ତ ପ୍ରଚଳନ ହୋଇଥିବା ମୁଦ୍ରା (Coin) ତାଙ୍କ ସଂଗ୍ରହାଳୟରେ ଦେଖିବାକୁ ମିଳେ । କେବଳ ସେତିକି ନୁହେଁ ୧୮୨୫ ମସିହାରୁ ୧୯୪୩ ମସିହା ପର୍ଯ୍ୟନ୍ତ ବ୍ରିଟିଶ ଶାସନ ସମୟର ପ୍ରଚଳିତ ଡାକ ଟିକଟ୍ ତାଙ୍କ ସଂଗ୍ରହାଳୟରେ ରଖିଛନ୍ତି ।
Also Read: ରାଜଧାନୀରେ ଖୋଲିବ ସ୍କୁଲ, କଲେଜ ଏବଂ ଜିମ୍; ନାଇଟ କର୍ଫ୍ୟୁରେ ମଧ୍ୟ ମିଳିଲା ଆରାମ
ଏହା ସହିତ କ୍ୟାମେରା (Camera) , ଗ୍ରାମଫୋନ୍, ପୁରୁଣା ତରାଜୁ, ରେଡ଼ିଓ, ତଥା ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଓ ଦେଶ ସ୍ୱାଧିନତା ସମୟ ୧୯୪୭ ମସିହା ଅଗଷ୍ଟ ୧୫ର ପତ୍ରିକା ସହ ମହାତ୍ମା ଗାନ୍ଧୀଙ୍କ ହରିଜନ ପତ୍ରିକା ମଧ୍ୟ ସଂଗ୍ରହ କରିଛନ୍ତି । ତାଙ୍କ ଗୋଟେ କୋଠରୀରେ ସେ ବହୁ ସାମଗ୍ରୀ ସଂଗ୍ରହ କରି ରଖିଛନ୍ତି, ଏଥି ପାଇଁ ସେ ବହୁତ ଖର୍ଚ୍ଚ ବି ସେ କରିଛନ୍ତି । ଅସୁବିଧାରେ ମଧ୍ୟ ପଡ଼ିଥିବା ବେଳେ ତାଙ୍କ ନିଶା କିନ୍ତୁ ଦିନକୁ ଦିନ ବଢୁଛି । ଏହି କାର୍ଯ୍ୟରେ ତାଙ୍କ ପୁରା ପରିବାର ତାଙ୍କୁ ସହଯୋଗ କରୁଥିବା ସେ କହିଛନ୍ତି।
Also Read: NEET PG Exam କୁ ନେଇ ସରକାର ନେଲେ ଏହି ବଡ଼ ନିଷ୍ପତ୍ତି
ଏହି ନିଶା ରିତେଶଙ୍କୁ ସାରା ଦେଶରେ ପରିଚିତ କରାଇଛି । ରିତେଶ ଜୈନ ଗୋଲଡେନ ବୁକ୍ ଅଫ ବିଶ୍ୱ ରେକର୍ଡରେ ସମ୍ମାନୀତ ହୋଇଛନ୍ତି । ଏହା ସହିତ ତାଙ୍କୁ ଦେଶ ବିଦେଶ ତଥା ବିଭିନ୍ନ ରାଜ୍ୟରୁ ବହୁ ପୁରସ୍କାର ସହ ବହୁ ମେଡାଲ୍ ମଧ୍ୟ ମିଳିଛି । ଲିମକା ବୁକ୍ ଅଫ୍ ରେକର୍ଡ ପାଇଁ ସେ ଇଣ୍ଟରଭିୟୁ ଦେଇଛନ୍ତି । ଆଶାଅଛି ଆଗାମୀ ଦିନରେ ସେ ଏହି ଲିମକା ବୁକ୍ ଅଫ୍ ରେକର୍ଡ (Limca Book of Records)ରେ ସେ ସ୍ଥାନ ପାଇବେ।