ଗତ ୩ ମାସ ମଧ୍ୟରେ ୩ ଥର ବସ ଭଡା ବୃଦ୍ଧି କରାଯାଇଛି। ସୋମବାର ପ୍ରଥମ ଥର ପାଇଁ ଆଉ ଏକ ନୂଆ କ୍ୟାଟେଗୋରୀକୁ ବସ ରେଟ୍ ଚାର୍ଟରେ ସାମିଲ କରାଯାଇଛି।
Trending Photos
ଭୁବନେଶ୍ୱର: ଲକଡାଉନ ସମୟରେ ଲକ୍ ଥିବା ତୈଳ ଦର ସଟଡାଉନ୍ ବେଳକୁ ଲଗାମ ଛାଡ ହୋଇଛି। ଯାହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିବାରେ ଲାଗିଛି। ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଲା ଲଗାତାର ବୃଦ୍ଧି ପାଉଥିବା ବସଭଡା। ଗତ ୩ ମାସ ମଧ୍ୟରେ ୩ ଥର ବସ ଭଡା ବୃଦ୍ଧି କରାଯାଇଛି। ସୋମବାର ପ୍ରଥମ ଥର ପାଇଁ ଆଉ ଏକ ନୂଆ କ୍ୟାଟେଗୋରୀକୁ ବସ ରେଟ୍ ଚାର୍ଟରେ ସାମିଲ କରାଯାଇଛି।
କ୍ରମାଗତ ଭାବେ ବଢ଼ିଚାଲିଛି ତୈଳଦର (Fuel Price)। ପ୍ରାୟ ୨ ବର୍ଷ ଭିତରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସେପଟେ ବସ ମାଲିକ ସଙ୍ଘ (Bus Owners Association) ମଧ୍ୟ ଲଗାତାର ଭଡା ବୃଦ୍ଧି (Bus Fare Hike)କରୁଛନ୍ତି। ୨୦୨୦ ଡିସେମ୍ବର ୭ ପରେ ଶେଷ ଥର ପାଇଁ ଜାନୁଆରୀ ୨୦ରେ ବସ ଭଡା ବୃଦ୍ଧି କରାଯାଇଥିଲା। ଆଉ ତାହାର ମାସେ ନପୁରୁଣୁ ପୁଣିଥରେ ଫେବୃଆରୀ ୮ ତାରିଖରେ ପୁଣି ବସ୍ ଭଡାକୁ ବୃଦ୍ଧି କରାଯାଇଛି।
Also Read: Board Exam 2021:ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀ
ନୂଆ ତାଲିକାରେ ସାଧାରଣ ବସ ଭଡା କିଲୋମିଟର ପିଛା ୬ ପଇସା ବୃଦ୍ଧି କରି ୭୪ରୁ ୮୦ ପଇସା କରାଯାଇଛି। ଏକ୍ସପ୍ରେସ ୭୭ରୁ ୮୪, ଡିଲକ୍ସ ଟଙ୍କାଏ ୯ରୁ ଟଙ୍କାଏ ୧୧ ପଇସା ହୋଇଛି। ସେହିପରି ଏସି ଡିଲକ୍ସ ଭଡା ଟଙ୍କାଏ ୩୧ ପଇସାରୁ ଟଙ୍କାଏ ୩୯ ପଇସାକୁ ବଢିଛି। ପ୍ରଥମ ଥର ପାଇଁ ରାଜ୍ୟର ବସ କ୍ୟାଟେଗୋରୀରେ ସୁପର ପ୍ରିମିୟମ ବସ (Super Premier Bus) କୁ ସାମିଲ କରାଯାଇଛି। ଏହାର କିଲୋମିଟର ପିଛା ଦର ୨ ଟଙ୍କା ୧୭ ପଇସା ଧାର୍ଯ୍ୟ କରାଯାଇଛି।
ଯଦି ଗତ ୩ ମାସର ଡାଟାକୁ ନିଆଯାଏ ତେବେ କିଲୋମିଟର ପିଛା ସାଧାରଣ ବସ ଭଡା ୮, ଏକ୍ସପ୍ରେସ ୯, ଡିଲକ୍ସ ୬ ଓ ଏସି ଡିଲକ୍ସ (AC Delux) ୧୨ ପଇସା ବୃଦ୍ଧି ପାଇଛି। ଗତ ଜାନୁଆରୀ ୨୦ରେ ସାଧାରଣ ବସ ଭଡା କିଲୋମିଟର ପିଛା ୭୩ ପଇସାରୁ ୭୪ ପଇସାକୁ ବୃଦ୍ଧି ହୋଥିଲା। ସେହିପରି ଏକ୍ସପ୍ରେସ ୭୬ ପଇସାରୁ ୭୭ ପଇସା, ଡିଲକ୍ସ ବସ ଟଙ୍କାଏ ୭ରୁ ଟଙ୍କାଏ ୯ ପଇସାକୁ ବୃଦ୍ଧି ହୋଇଥିଲା। ଏସି ଡିଲକ୍ସ ବସ ଭଡା ଟଙ୍କାଏ ୨୯ ପଇସାରୁ ଟଙ୍କାଏ ୩୧ ପଇସାକୁ ବଢାଯାଇଥିଲା।
Also Read: ଖଣ୍ଡଗିରି ଯାତ୍ରା ଆୟୋଜନକୁ ନେଇ ପଶିଲେ କେଁ
ସେହିପରି ଡିସେମ୍ବର ୭ରେ ସାଧାରଣ ବସ୍ (Ordinary Bus) ଭଡା ୭୨ରୁ ବଢି ୭୩ ପଇସା, ଏକ୍ସପ୍ରେସ ୭୫ରୁ ୭୬ ପଇସା ଓ ଡିଲକ୍ସ ବସ୍ ଭଡା ଟଙ୍କାଏ ୦୫ରୁ ବଢି ଟଙ୍କାଏ ୭ ପଇସା ହୋଇଥିଲା। ଏସି ଡିଲକ୍ସ କିମି ପିଛା ଟଙ୍କାଏ ୨୭ ପଇସାରୁ ବଢି ଟଙ୍କାଏ ୨୯ ପଇସା ହୋଇଥିଲା। ତେବେ ଲଗାତାର ଭାବେ ତୈଳ ଦର ସହ ବସ ଭଡା ବୃଦ୍ଧି ପାଉଥିବାରୁ ଲୋକେ ନାହିଁ ନଥିବା ଅସୁଥିବା ହେଉଛନ୍ତି।