ପୋଲିସ ପଞ୍ଝାରେ ସରଫରାଜ ଗ୍ୟାଙ୍ଗ; ୪ ଗିରଫ, ବିପୁଳ ଚୋରି ସାମଗ୍ରୀ ଜବତ
Advertisement

ପୋଲିସ ପଞ୍ଝାରେ ସରଫରାଜ ଗ୍ୟାଙ୍ଗ; ୪ ଗିରଫ, ବିପୁଳ ଚୋରି ସାମଗ୍ରୀ ଜବତ

ପୂର୍ବରୁ ସରଫରାଜ ଏବଂ ତାଙ୍କ ସହଯୋଗୀମାନଙ୍କୁ ଧରିବା ପାଇଁ ପୋଲିସ ଦୁଇ ଥର ଚେଷ୍ଟା କରିଥିଲା। କିନ୍ତୁ ସେମାନେ ଏତେ ଚତୁର ଥିଲେ ମୋବାଇଲ ନମ୍ବର ବଦଳାଇ ଖସି ଯାଉଥିଲେ। ତେବେ ପୋଲିସ (Jharsuguda Police) ଦୁଇଜଣଙ୍କୁ ବେଳପାହାଡ଼ ଅଞ୍ଚଳରୁ ଗିରଫ କରିଛି ଏବଂ ଚୋରି ସାମଗ୍ରୀ କିଣିଥିବା ଅଭିଯୋଗରେ ଅଏଁଠାପାଲିର ଅଭିଷେକ କୁମାର (୨୫) ଏବଂ ବରଗଡ଼ (Bargarh) ଭଟଲିର ପ୍ରମୋଦ ମିଶ୍ରଙ୍କୁ ମଧ୍ୟ ଗିରଫ କରିଛି। 

ପୋଲିସ ପଞ୍ଝାରେ ସରଫରାଜ ଗ୍ୟାଙ୍ଗ; ୪ ଗିରଫ, ବିପୁଳ ଚୋରି ସାମଗ୍ରୀ ଜବତ

ଝାରସୁଗୁଡ଼ା:  ପୋଲିସକୁ ବଡ଼ ସଫଳତା। ଆନ୍ତ ଜିଲ୍ଲା ଅପରାଧୀ ବାବୁ କାଙ୍ଗ ଓରଫ ସରଫରାଜ ଖାନ ଓ ତା ସାଥୀକୁ ପୋଲିସ ଧରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗ ବିଭିନ୍ନ ଜିଲ୍ଲାରେ ଅପରାଧ ଘଟାଉଥିଲେ। ଏମାନଙ୍କୁ ଧରିବା ପାଇଁ ଏସପି ଝାରସୁଗୁଡ଼ା, ଏସଡିପିଓ ବ୍ରଜରାଜନଗରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା। ଏକାଧିକ ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବିପୁଳ ଚୋରି ସାମଗ୍ରୀ ଜବତ କରାଯାଇଛି।

ପୂର୍ବରୁ ସରଫରାଜ ଏବଂ ତାଙ୍କ ସହଯୋଗୀମାନଙ୍କୁ ଧରିବା ପାଇଁ ପୋଲିସ ଦୁଇ ଥର ଚେଷ୍ଟା କରିଥିଲା। କିନ୍ତୁ ସେମାନେ ଏତେ ଚତୁର ଥିଲେ ମୋବାଇଲ ନମ୍ବର ବଦଳାଇ ଖସି ଯାଉଥିଲେ। ତେବେ ପୋଲିସ (Jharsuguda Police) ଦୁଇଜଣଙ୍କୁ ବେଳପାହାଡ଼ ଅଞ୍ଚଳରୁ ଗିରଫ କରିଛି ଏବଂ ଚୋରି ସାମଗ୍ରୀ କିଣିଥିବା ଅଭିଯୋଗରେ ଅଏଁଠାପାଲିର ଅଭିଷେକ କୁମାର (୨୫) ଏବଂ ବରଗଡ଼ (Bargarh) ଭଟଲିର ପ୍ରମୋଦ ମିଶ୍ରଙ୍କୁ ମଧ୍ୟ ଗିରଫ କରିଛି। ଗିରଫ ହୋଇ ଥିବା ସରଫରାଜ ଖାନର ନାମରେ ପ୍ରାୟ ୩୩ ଗୋଟି ମାମଲା ବିଭିନ୍ନ ଥାନାରେ ରହିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି। 

Also Read: ଯମୁନା ନଦୀରେ ଭାସୁଛି ୧୦ରୁ ଊର୍ଦ୍ଧ୍ୱ ମୃତଦେହ, କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

କୋଲାବିରା ଥାନାରୁ ଚୋରି (Thief) ହୋଇଥିବା ବାଇକ, ଗୋଟିଏ LED ଟିଭି, ଗୋଟିଏ DVR, ଗୋଟିଏ ଇଂଭେର୍ଟର, ୧୦ଟି ଇଂଭେର୍ଟର ବ୍ୟାଟେରୀ, ପାନା ପ୍ଲାସ, ମୋବାଇଲ ବକ୍ସ, ଆଦି ଚୋରି ହୋଇଥିଲା। ସେହିପରି ବେଳପାହାଡ଼ ଥାନା ଅନ୍ତର୍ଗତ ଅଞ୍ଚଳରୁ ୬ଟି ବଡ଼ ଟାୟାର, ୪ଟି ଛୋଟ ଟାୟାର, ବ୍ରଜରାଜନଗର ଥାନା ଅନ୍ତର୍ଗତ ଗୋଟିଏ ଟାଟା ୭୦୯ ଗାଡ଼ି, ଆଦି ଚୋରି ହେବାର ଅଭିଯୋଗ ହୋଇଥିଲା। ଯାହାକୁ ପୋଲିସ ସିଜ କରିଛି। ଏହା ଛଡ଼ା ଏମାନଙ୍କ ଠାରୁ ଅନ୍ୟ ଏକ LED ଟିଭି, ମୋନିଟର, CP PLUS DVR, ୫ଟି ସିସିଟିଭି କ୍ୟାମେରା, ଦୁଇଟି ସ୍କୁଟି, ଗୋଟିଏ ବାଇକ ଆଦି ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ସିଜ କରିଛି ପୋଲିସ। 

ଏହି ଘଟଣାରେ ବାବୁ କାଙ୍ଗ ଓରଫ ସରଫରାଜ ଖାନ, ମହମ୍ମଦ ଇରଫାନ, ଅଭିଷେକ ମୁମାରଙ୍କୁ ଗିରଫ କରାଯାଇଛି। ସେହିପରି ଏହି ସବୁ ଚୋରି ସାମଗ୍ରୀ କିଣିଥିବା ପ୍ରମୋଦ କୁମାର ମିଶ୍ରଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛନ୍ତି। ସେହିପରି ଜିଲ୍ଲା ତଥା ରାଜ୍ୟର ଅନେକ ସ୍ଥାନରୁ ଚୋରି କରି ଚୋରି ସାମଗ୍ରୀ ସବୁ ବରଗଡ଼କୁ ଜଣକୁ ବିକ୍ରି କରୁଥିଲୁ ବୋଲି ଗିରଫ ହୋଇଥିବା ଅଭିଯୁକ୍ତମାନେ କହିଛନ୍ତି। ତେବେ ଅଭିଯୁକ୍ତ କୋର୍ଟ ଚାଲାଣ ପରେ ରିମାଣ୍ଡରେ ଆଣିଲେ ଅଧିକ ତଥ୍ୟ ମିଳି ପାରିବ ବୋଲି ପୋଲିସ ସୂଚନା ଦେଇଛି।