ଆଜିଠୁ ରାଜ୍ୟରେ କୋହଳ ହେଲା କୋରୋନା କଟକଣା, ଉତ୍ସବରେ ବଢ଼ିଲା ଲୋକ ସଂଖ୍ୟା
Advertisement
Article Detail0/zeeodisha/odisha1111983

ଆଜିଠୁ ରାଜ୍ୟରେ କୋହଳ ହେଲା କୋରୋନା କଟକଣା, ଉତ୍ସବରେ ବଢ଼ିଲା ଲୋକ ସଂଖ୍ୟା

ପୂଜା ପର୍ବାଣୀ ଓ ଉତ୍ସବକୁ ଦୃଷ୍ଟିରେ ରଖଇ ମାର୍ଚ୍ଚ ମାସର କୋରୋନା ଗାଇଡଲାଇନରେ ଅନେକ କଟକଣାକୁ କୋହଳ କରାଯାଇଛି। ବିବାହ ବ୍ରତ ଭଳି ଅନୁଷ୍ଠାନରେ ଅତିଥିଙ୍କ ସଂଖ୍ୟାକୁ ବୃଦ୍ଧି କରାଯାଇଛି

ଫାଇଲ ଫଟୋ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଚ୍ଚ ମାସ ପାଇଁ କୋରୋନା ଗାଇଡଲାଇନ୍ ଜାରି ହୋଇଛି। ସୋମବାର ଜାରି ହୋଇଥିବା ଗାଇଡଲାଇନରେ ରାଜ୍ୟବାସୀଙ୍କୁ କୋରୋନା କଟକଣାରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ନାଇଟ୍ କର୍ଫ୍ୟୁକୁ ସମ୍ପୁର୍ଣ୍ଣ ହଟାଯାଇଥିବା ବେଳେ ଉତ୍ସବ, କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇଛି।

ପୂଜା ପର୍ବାଣୀ ଓ ଉତ୍ସବକୁ ଦୃଷ୍ଟିରେ ରଖଇ ମାର୍ଚ୍ଚ ମାସର କୋରୋନା ଗାଇଡଲାଇନରେ ଅନେକ କଟକଣାକୁ କୋହଳ କରାଯାଇଛି। ବିବାହ ବ୍ରତ ଭଳି ଅନୁଷ୍ଠାନରେ ଅତିଥିଙ୍କ ସଂଖ୍ୟାକୁ ବୃଦ୍ଧି କରାଯାଇଛି। କିନ୍ତୁ ପୂର୍ବଭଳି ସମସ୍ତଙ୍କ ପାଇଁ କୋରୋନା ପ୍ରୋଟୋକଲ ବାଧ୍ୟତାମୂଳକ ରହିବ। ଏହି ଆଇନ ଉଲ୍ଲଙ୍ଘନକାରୀଙ୍କୁ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ନୂଆ ଗାଇଡଲାଇନ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।

Also Read: World Dahibara Aloodum Divas: ପ୍ରତ୍ୟେକ ଓଡ଼ିଆଙ୍କ ଗର୍ବ ଓ ଗୌରବ 'ଦହିବରା ଆଳୁଦମ', କଟକ ଦେଲା ପରିଚୟ

କୋହଳ ହେଇଥିବା କଟକଣା-

  • ରାଜ୍ୟରେ ନାଇଟ୍ କର୍ଫ୍ୟୁ ରହିବ ନାହିଁ।
  • ସମସ୍ତ ସାମାଜିକ, ସାଂସ୍କୃତିକ, ରାଜନୈତିକ, କ୍ରୀଡ଼ାକୁ ଅନୁମତି ମିଳିଲା।
  • ବାଣିଜ୍ୟ ମେଳା, ଏକ୍ସପୋ, ମେଳା ଆଦି କୋଭିଡ୍ କଟକଣା ଭିତରେ କରାଯାଇପାରିବ।
  • ମହାଶିବରାତ୍ରୀ ଏବଂ ଦୋଳ ପୂର୍ଣ୍ଣମୀ କୋଭିଡ୍ ଗାଇଡ୍‌ଲାଇନ୍ ଭିତରେ ପାଳନ କରାଯିବ।
  • ଘର ଭିତରେ କେବଳ ପରିବାର ସଦସ୍ୟଙ୍କ ସହ ହୋଲି ପାଳନ ପାଇଁ ଅନୁମତି ମିଳିଛି।
  • ନିର୍ବାଚନ କମିଶନଙ୍କ ଗାଇଡ୍‌ଲାଇନ୍ ଅନୁଯାୟୀ ରାଜନୈତିକ ସମାବେଶ, ବୈଠକ, ରାଲି ହେବ।
  • ବାହାଘର, ବ୍ରତଘର ଭଳି ସାମାଜିକ କାର୍ଯ୍ୟକ୍ରମରେ ୫୦୦ ଲୋକଙ୍କୁ ଅନୁମତି।
  • ବାହାଘର ଶୋଭାଯାତ୍ରାରେ ସର୍ବାଧିକ ଶହେ ଲୋକଙ୍କ ପାଇଁ ପୂର୍ବରୁ ଲିଖିତ ଅନୁମତି ନେବାକୁ ପଡ଼ିବ।
  • ଶେଷକୃତ୍ୟ ବେଳେ ୨୫୦ ଲୋକ ଏକାଠି ହୋଇପାରିବେ। 
  • କାର୍ଯ୍ୟକ୍ରମରେ କେତେ ଲୋକ ଏକାଠି ହେବେ ସେନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ। 
  • ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, ପୋଲିସ କମିଶନର ନିଷ୍ପତ୍ତି ନେବେ।

Also Read: ନୃଶଂସ ପାଲଟିଲାଣି ଋଷ ! ହତ୍ୟା ନେଇ ୨୩ ଲୋକଙ୍କ ହିଟ୍ ଲିଷ୍ଟ...ଜାଣନ୍ତୁ ପ୍ରଥମରେ କିଏ

ସୂଚନାଯୋଗ୍ୟ, ରାଜ୍ୟରେ ଦିନକରେ ଆଉ ୧୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୯୯, ଲୋକାଲ କେସ୍‌ ୬୯ ରହିଛି। ନୂଆ ପଜିଟିଭଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ୨୯ ଜଣ ଅଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୮୫ ହଜାର ୨୦୬କୁ ବୃଦ୍ଧି ପାଇଥିବା ବେଳେ ୨ ହଜାର ୩୪୦ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ଆଜି ୮ ଜଣଙ୍କ ମୃତ୍ୟୁ ପରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୯ ହଜାର ୭୯କୁ ବୃଦ୍ଧି ପାଇଛି।