ନୃଶଂସ ପାଲଟିଲାଣି ଋଷ ! ହତ୍ୟା ନେଇ ୨୩ ଲୋକଙ୍କ ହିଟ୍ ଲିଷ୍ଟ...ଜାଣନ୍ତୁ ପ୍ରଥମରେ କିଏ
Advertisement
Article Detail0/zeeodisha/odisha1111959

ନୃଶଂସ ପାଲଟିଲାଣି ଋଷ ! ହତ୍ୟା ନେଇ ୨୩ ଲୋକଙ୍କ ହିଟ୍ ଲିଷ୍ଟ...ଜାଣନ୍ତୁ ପ୍ରଥମରେ କିଏ

ବ୍ରିଟିଶ ଖବରକାଗଜ ଡେଲି ମେଲ ଅନୁଯାୟୀ, ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ଏହି ଭୟଭୀତ ୱାଗନର୍ ଗୋଷ୍ଠି ଆଫ୍ରିକାରୁ ୟୁକ୍ରେନକୁ ଉଡ଼ାଣ ଭରିଛି।

ନୃଶଂସ ପାଲଟିଲାଣି ଋଷ ! ହତ୍ୟା ନେଇ ୨୩ ଲୋକଙ୍କ ହିଟ୍ ଲିଷ୍ଟ...ଜାଣନ୍ତୁ ପ୍ରଥମରେ କିଏ

ନୂଆଦିଲ୍ଲୀ: ଧିରେ ଧିରେ ଉଗ୍ରହେବାରେ ଲାଗିଛି ଋଷ-ୟୁକ୍ରେନ ଯୁଦ୍ଧ। ଆଜି ହେଉଛି ଋଷ ଓ ୟୁକ୍ରେନ ଯୁଦ୍ଧର ଷଷ୍ଠ ଦିନ । ଫେବୃଆରୀ ୨୪ରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଛଅ ଦିନ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ବେଲାଋଷ ସୀମାରେ ଋଷ ଓ ୟୁକ୍ରେନ ମଧ୍ୟରେ ବୈଠକ ହୋଇସାରିଛି । ତେବେ ଏହାରି ମଧ୍ୟରେ ଯୁଦ୍ଧରେ ବିରାମ ନେଇ କୌଣସି ନିଷ୍କର୍ଷ ବାହାରିନଥିବା ବେଳେ ପରମାଣୁ ଆକ୍ରମଣକୁ ନେଇ ଆକଳନ କଲେଣି ବିଶେଷଜ୍ଞ।

ସେପଟେ ବ୍ରିଟେନର ଏକ ଖବର କାଗଜ ଡେଲିମେଲ୍ ଏହି ଦାବି କରିଛି ଯେ, ଋଷ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି (Volodymyr Zelenskyy) ଙ୍କୁ ହତ୍ୟା କରିବା ପାଇଁ ଭୟଙ୍କର ପ୍ରାଇଭେଟ ଗ୍ରୁପ ୱାଗନର ଗ୍ରୁପର ୪୦୦ ସଦସ୍ୟଙ୍କୁ ୟୁକ୍ରେନରେ ଆଲର୍ଟ କରିଛନ୍ତି। ପ୍ରାୟ ୨୩ ଲୋକଙ୍କ ହିଟ ଲିଷ୍ଟରେ କିଭ୍ ର ମେୟରଙ୍କ ନାଁ ଥିବା ବି ଏହି ଖବର କାଗଜ ପରିପ୍ରକାଶ କରିଛି।

Also Read: 'କିଛି ବି କର ଆଜି ହିଁ ୟୁକ୍ରେନର କିଭ୍ ଅଞ୍ଚଳ ଛାଡ'

ବ୍ରିଟିଶ ଖବରକାଗଜ ଡେଲି ମେଲ ଅନୁଯାୟୀ, ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ଏହି ଭୟଭୀତ ୱାଗନର୍ ଗୋଷ୍ଠି (Wagner Group) ଆଫ୍ରିକାରୁ ୟୁକ୍ରେନକୁ ଉଡ଼ାଣ ଭରିଛି ଏବଂ ୱାଗନର୍ ଗ୍ରୁପ୍ ତାଲିକାରେ ରାଷ୍ଟ୍ରପତି ଜେଲେନସ୍କି, ୟୁକ୍ରେନର ରାଜଧାନୀ କିଭ୍ ର ମେୟର ଭିଟାଲୀ କ୍ଲିଚ୍‌କୋ ମେୟରଙ୍କ ଭାଇ Vladimir Ladklitskoଙ୍କ ସମେତ ପ୍ରାୟ ୨୩ ଜଣଙ୍କ ନାଁ ସାମିଲ ରହିଛି। 

Also Read: Microsoft ସିଇଓ ସତ୍ୟ ନାଡେଲାଙ୍କ ୨୬ ବର୍ଷୀୟ ପୁଅର ମୃତ୍ୟୁ, ଜାଣନ୍ତୁ ହୃଦୟବିଦାରକ କାରଣ

ଏହି ୱାଗନର ଗ୍ରୁପ ପୂର୍ବରୁ ବି ଋଷ ର ସୈନ୍ୟକୁ ସାହାଯ୍ୟ କରିବାକୁ ଯାଇ ଋଷ ପାଇଁ ଅନେକ ଭୟାନକ କାମ କରିଛନ୍ତି। ଦାବି କରାଯାଉଛି ଯେ, କ୍ରିମିୟା ଓ ସିରିଆରେ ମଧ୍ୟ ଋଷର ଇସାରାରେ ଏହି ପ୍ରାଇଭେଟ ମିଲିଟ୍ରୀ ଗ୍ରୁପ୍ ର ସିପାହୀ ମାନେ ଋଷ ପାଇଁ ଲଢେଇ କରିଛନ୍ତି। ୱାଗନର ଗ୍ରୁପ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Vladimir Putin) ଙ୍କ ଅତି ନିକଟତର ବୋଲି ମଧ୍ୟ କୁହାଯାଏ।