ରାଜ୍ୟରେ ୧୦ ହଜାର ତଳକୁ ଖସୁନି ଦୈନିକ ସଂକ୍ରମଣ, ଲକ୍ଷେ ଟପିଲା ଆକ୍ଟିଭ୍ ସଂଖ୍ୟା
Advertisement

ରାଜ୍ୟରେ ୧୦ ହଜାର ତଳକୁ ଖସୁନି ଦୈନିକ ସଂକ୍ରମଣ, ଲକ୍ଷେ ଟପିଲା ଆକ୍ଟିଭ୍ ସଂଖ୍ୟା

ଗତ କିଛି ଦିନ ହେବ ଦୈନିକ ୧୦ ହଜାର ଉପରେ ପଜିଟିଭ୍ ବାହାରୁଛନ୍ତି। ମୃତ୍ୟୁ ସଂଖ୍ୟା ମଧ୍ୟ ୧୭ରୁ ୨୦ ଭିତରେ ରହୁଛି। ସେପଟେ ଆଜି ଲକ୍ଷେ ପାର ହୋଇଛି ସକ୍ରିୟ ମାମଲା।

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ହୋଇଛି କୋରୋନା ସଂକ୍ରମଣ। ମୃତ୍ୟୁ ସଂଖ୍ୟା ବି ହେଉନାହିଁ ହ୍ରାସ। ଗତ କିଛି ଦିନ ହେବ ଦୈନିକ ୧୦ ହଜାର ଉପରେ ପଜିଟିଭ୍ ବାହାରୁଛନ୍ତି। ମୃତ୍ୟୁ ସଂଖ୍ୟା ମଧ୍ୟ ୧୭ରୁ ୨୦ ଭିତରେ ରହୁଛି। ସେପଟେ ଆଜି ଲକ୍ଷେ ପାର ହୋଇଛି ସକ୍ରିୟ ମାମଲା।

ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୦ ହଜାର ୬୪୯ ନୂଆ ପଜିଟିଭ୍ (Coronavirus) ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୫,୯୬୫ ଓ ସ୍ଥାନୀୟ ଅଞ୍ଚଳରୁ ୪୬୮୪  ପଜିଟିଭ୍ ବାହାରିଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୫୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ ୭୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ଓଡ଼ିଶାରେ କୋରୋନାର ସକ୍ରିୟ ମାମଲା ୧ ଲକ୍ଷ ୩୧୬କୁ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ମଧ୍ୟ ୨୨୫୧କୁ ବଦ୍ଧି ହୋଇଛି।

Also Read: ସୋସିଆଲ ମିଡିଆରେ ହରଭଜନଙ୍କ ଗୁହାରି ଶୁଣିଲେ ସୋନୁ ସୁଦ୍

ସେପଟେ ୨୪ ଘଣ୍ଟାରେ ରାଜ୍ୟରେ ୮୫୪୭ ଜଣ ସୁସ୍ଥ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୭୬ ହଜାର ୨୯୭କୁ ବୃଦ୍ଧି ପାଇଛି। ଏଯାଏ ୪ ଲକ୍ଷ ୭୩ ହଜାର ୬୮୦ ଜଣ କୋରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଅନ୍ୟପଟେ କୋରନାରେ ଦିନକରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ଅନୁଗୋଳରେ ସର୍ବାଧିକ ୩ ଓ ପୁରୀ, ସୁନ୍ଦରଗଡରେ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି।