ରାଜ୍ୟରେ ଲଗାତାର କମୁଛି କୋରୋନା ଟେଷ୍ଟିଂ; ବଢୁଛି ସଂକ୍ରମଣ, ପ୍ରଭାବିତ ଟିକାକରଣ
Advertisement

ରାଜ୍ୟରେ ଲଗାତାର କମୁଛି କୋରୋନା ଟେଷ୍ଟିଂ; ବଢୁଛି ସଂକ୍ରମଣ, ପ୍ରଭାବିତ ଟିକାକରଣ

ପୂର୍ବ ଭଳି ଖୋର୍ଦ୍ଧାରୁ ସର୍ବାଧିକ ୧୨୭୧, ସୁନ୍ଦରଗଡ ୬୩୬, କଟକରୁ ୪୪୭, ଅନୁଗୋଳରୁ ୩୯୪ଟି ନୂଆ ମାମଲା ଚିହ୍ନଟ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁସାରେ ଦିନକରେ ୬୪୮୮ ଜଣ ଆରୋଗ୍ୟ ମଧ୍ୟ ହୋଇଛନ୍ତି।

 

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ଗତ ୫ ଦିନ ହେଲା ରାଜ୍ୟରେ ଦୈନିକ ୮ ହଜାର ଉପରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ୮୨୧୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ ୨ ଦିନ ହେଲା କୋରୋନା ଟେଷ୍ଟିଂକୁ ହ୍ରାସ କରାଯାଛି। ଆସନ୍ତାକାଲିଠୁ ରାଜ୍ୟରେ ୧୪ ଦିନିଆ ଲକଡାଉନ ହେବାକୁ ଥିବା ବେଳେ ଆଗାମୀ ଦିନରେ ସଂକ୍ରମଣ ଉପରେ ଲଗାମ ଲାଗିବ ବୋଲି ଆଶା କରାଯାଉଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୨୧୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରରୁ ୪୬୮୪ ଓ ସ୍ଥାନୀୟ ଅଞ୍ଚଳରୁ ୩୫୩୨ ଜଣ ପଜିଟିଭ୍ ବାହାରିଛନ୍ତି। ପୂର୍ବ ଭଳି ଖୋର୍ଦ୍ଧାରୁ ସର୍ବାଧିକ ୧୨୭୧, ସୁନ୍ଦରଗଡ ୬୩୬, କଟକରୁ ୪୪୭, ଅନୁଗୋଳରୁ ୩୯୪ଟି ନୂଆ ମାମଲା ଚିହ୍ନଟ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁସାରେ ଦିନକରେ ୬୪୮୮ ଜଣ ଆରୋଗ୍ୟ ମଧ୍ୟ ହୋଇଛନ୍ତି।

Also Read: ଫେରିଲା Lockdown; ଜାଣନ୍ତୁ, କଣ ରହିବ ଖୋଲା ଓ କଣ ରହିବ ବନ୍ଦ?

ସେପଟେ ଗୋଟିଏ ଦିନରେ ୧୫ ମୁଣ୍ଡ ଗଡାଇଛି ମହାମାରୀ କୋରୋନା (Coronavirus) । ଖୋର୍ଦ୍ଧା (Khurda) ରୁ ସର୍ବାଧିକ ୫, ରାୟଗଡା ୩, ସୁନ୍ଦରଗଡ ଓ କଳାହାଣ୍ଡିରେ ୨-୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ପୁରୀ, ସୁବର୍ଣ୍ଣପୁର, କଟକରେ ଜଣ ଜଣକର ଜୀବନ ଯାଇଛି। ଏହା ସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୦୮୮କୁ ପହଞ୍ଚିଛି।

ଗତ ୨ ଦିନ ହେଲା ରାଜ୍ୟରେ ଲଗାତାର କୋରୋନା ଟେଷ୍ଟିଂ ହ୍ରାସ କରାଯାଇଛି। ଶେଷ ଖପ ପାଇଁ ମେ ପହିଲାରେ ସର୍ବାଧିକର ୪୬୫୬୦ ଜଣଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା। ସେଥିରୁ ୮୦୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ତା'ପରଠୁ ଟେଷ୍ଟିଂ କମାଯଆଇଛି। ସ୍ୱାସ୍ଥ୍ୟ ବିଭାଗର ତଥ୍ୟାନୁସାରେ ଗତ ୨୪ ଘଣ୍ଚାରେ ୪୩୬୮୨ ଜଣଙ୍କର ଟେଷ୍ଟିଂ ହୋଇଛି। 

Also Read: ଦାରିଙ୍ଗିବାଡିରେ BCA ରାକେଟ୍; ବନ୍ଧକ ପଡିଛି ଭବିଷ୍ୟତ, ଷ୍ଟାଇପେଣ୍ଡ ଟଙ୍କା ଲୁଟୁଛି ମହାବିଦ୍ୟାଳୟ

ଅପରପକ୍ଷରେ କୋରୋନା ଟିକା ଅଭାବରୁ ରାଜ୍ୟରେ ଟିକାକରଣ ଅଭିଯାନ ବାଧାପ୍ରାପ୍ତ ହୋଇଛି। କେବଳ ୧୨୩ଟି କେନ୍ଦ୍ରରେ ଟିକାକରଣ ଚାଲିଛି। ସେପଟେ ଟିକା ଅଭାବରୁ ଆଜି ରାଜ୍ୟର ୧୧ ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି। ବାଲେଶ୍ୱର, ବରଗଡ, ବୌଦ୍ଧ, କଟକ, ଗଜପତି, ଜଗତସିଂହପୁର, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ସମ୍ବଲପୁର ଓ ସୋନପୁର ଜିଲ୍ଲାରେ ଟିକାକରଣ ହେଉନାହିଁ ।