ସାବଧାନ ଜଙ୍ଗଲ ତସ୍କର ! ଚାରିଆଡ଼େ ଅଛି ପୁଷ୍ପାର ନଜର
Advertisement
Article Detail0/zeeodisha/odisha1111248

ସାବଧାନ ଜଙ୍ଗଲ ତସ୍କର ! ଚାରିଆଡ଼େ ଅଛି ପୁଷ୍ପାର ନଜର

ଫିଲ୍ମର ଗୀତ ବହୁତ ହିଟ ହୋଇଥିବା ବେଳେ ଫିଲ୍ମର ମେନ୍ କ୍ୟାରେକ୍ଟର ଅଲ୍ଲୁ ଅର୍ଜୁନଙ୍କ ଆକ୍ସନ ସହ ଡାଇଲଗ 'ପୁଷ୍ପା; ଝୁକେଗା ନହିଁ ସାଲା' ବେଶ ଲୋକପ୍ରିୟ ହୋଇପାରିଛି।

ସାବଧାନ ଜଙ୍ଗଲ ତସ୍କର ! ଚାରିଆଡ଼େ ଅଛି ପୁଷ୍ପାର ନଜର

ଭୁବନେଶ୍ବର: ସାରା ଭାରତରେ ଏବେ ସାଉଥ ଫିଲ୍ମ ‘ପୁଷ୍ପା’ ର କ୍ରେଜ୍ । ବିଶେଷ କରି ଏହି ସୁପରଡୁପର ହିଟ୍ ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଭୂମିକା ବେଶ ପ୍ରଶଂସନୀୟ ହୋଇପାରିଛି। ଜଙ୍ଗଲ ମଧ୍ୟରୁ ରକ୍ତ ଚନ୍ଦନ କାଠ ଚୋରିକୁ ନେଇ କିଭଳି ବିଜିନେସ ଚାଲେ ଓ ଏଥିରେ କେତେ ବିପଦର ସାମ୍ନା କରିବାକୁ ପଡ଼ିଥାଏ ତାହାକୁ ନେଇ ଏହି ବିଗ୍ ବଜେଟ ଫିଲ୍ମଟି ନିର୍ମାଣ କରାଯାଇଛି। ଏଥିରେ ଏପରି ବାସ୍ତବତା ପ୍ରତିଫଳିତ କରାଯାଇଛି ଯେ କେହି ବି ଦେଖି ବିଭୋର ହୋଇପଡୁଛି। 

ପୁଷ୍ପା (Pushpa: The Rise) ଫିଲ୍ମର ଗୀତ ଠାରୁ ଆରମ୍ଭ କରି ଡ୍ୟାନ୍ସ ଓ ଆକ୍ସନକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଏହି ଚଳଚିତ୍ରରେ ଚନ୍ଦନ ତସ୍କରଙ୍କ କାରନାମ ସହିତ ଜଙ୍ଗଲ ଅଧିକାରୀଙ୍କ ସୁରକ୍ଷାର ସଂଘର୍ଷ ବେଶ ପ୍ରଶଂସାଯୋଗ୍ୟ ହୋଇପାରିଛି। ଫଳରେ ଚଳଚ୍ଚିତ୍ରକୁ ବକ୍ସ ଅଫିସରେ ବେଶ ଭଲ ରେସପନ୍ସ ମିଳିଛି । ଫିଲ୍ମର ଗୀତ ବହୁତ ହିଟ ହୋଇଥିବା ବେଳେ ଫିଲ୍ମର ମେନ୍ କ୍ୟାରେକ୍ଟର ଅଲ୍ଲୁ ଅର୍ଜୁନଙ୍କ ଆକ୍ସନ ସହ ଡାଇଲଗ 'ପୁଷ୍ପା; ଝୁକେଗା ନହିଁ ସାଲା' ବେଶ ଲୋକପ୍ରିୟ ହୋଇପାରିଛି।

Also Read: ୟୁକ୍ରେନର ଟପ୍ ମେଡିକାଲ ୟୁନିଭର୍ସିଟି; ପଢିବାକୁ ହେଲେ ମୋଟ୍ କେତେ ହୁଏ ଖର୍ଚ୍ଚ

ଜଙ୍ଗଲରୁ ରକ୍ତଚନ୍ଦନ ଓ କାଠ ଚୋରି ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ବର୍ତ୍ତମାନ ରାଜ୍ୟ ପାଇଁ ମଧ୍ୟ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ପୁଷ୍ପାକୁ ନେଇ ଓଡି଼ଶା ଜଙ୍ଗଲ ବିଭାଗ (Odisha Forest Department) ତରଫରୁ ଏକ ଅଭିନବ ସଚେତନତା ଅବଲମ୍ବନ କରାଯାଇଛି। ତାହା ହେଲା ପୁଷ୍ପା ପରି ଯେତେ ଶକ୍ତିଶାଳୀ ହେଲେ କଣ ହେଲା, ଜଙ୍ଗଲର ଶକ୍ତି ବୁଝିବା ପରେ ସମସ୍ତେ ମୁଣ୍ଡ ତଳକୁ କରିଦେବେ। ଏହିପରି ଏକ ସ୍ଲୋଗାନ ନେଇ ପୁଷ୍ପା ଫଟୋର ବ୍ୟାନର ଲାଗିଛି ଜଙ୍ଗଲ ବିଭାଗ ପକ୍ଷରୁ। ଏମିତି ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି ଉତ୍ତର ଘୁମୁସର ବନଖଣ୍ଡ। ଜଙ୍ଗଲ ସୁରକ୍ଷା ପାଇଁ ଏହି ବନଖଣ୍ଡ ତରଫରୁ ବିଭିନ୍ନ ସ୍ଥାନରେ ପୁଷ୍ପାର ଫଟୋ ସହିତ ବିଭିନ୍ନ ସ୍ଲୋଗାନ ଲେଖି ପ୍ରଦର୍ଶିତ କରାଯାଇଛି। ହିନ୍ଦୀରେ ଥିବା ଏହି ସ୍ଲୋଗାନ ହେଉଛି- ‘ପୁଷ୍ପା ହୋ ୟା ପୁଷ୍ପାରାଜ୍ , ଜଙ୍ଗଲ କି ଆଗ୍ ବୁଝାନେ କେଲିୟେ, ସବକୋ ଝୁକାନା ଚାହିଏ।’ ଅନ୍ୟପଟେ ଆଉ ଏକ ସଚେତନତା ପୋଷ୍ଟରରେ ପୁଷ୍ପାର ଫଟୋ ସହିତ ଭିନ୍ନ ଏକ ସ୍ଲୋଗାନ ଲେଖାଯାଇଛି। ସେଥିରେ ରହିଛି – ‘ଜଙ୍ଗଲ ମେଁ Fire ନହିଁ,  Flower ହୋନା ଚାହିଏ’।