ୟୁକ୍ରେନର ଟପ୍ ମେଡିକାଲ ୟୁନିଭର୍ସିଟି; ପଢିବାକୁ ହେଲେ ମୋଟ୍ କେତେ ହୁଏ ଖର୍ଚ୍ଚ
Advertisement
Article Detail0/zeeodisha/odisha1111205

ୟୁକ୍ରେନର ଟପ୍ ମେଡିକାଲ ୟୁନିଭର୍ସିଟି; ପଢିବାକୁ ହେଲେ ମୋଟ୍ କେତେ ହୁଏ ଖର୍ଚ୍ଚ

MBBS ଅଧ୍ୟୟନ ପାଇଁ ପ୍ରତିବର୍ଷ ହଜାର ହଜାର NEET ଯୋଗ୍ୟ ପ୍ରାର୍ଥୀ ୟୁକ୍ରେନକୁ ଯାଆନ୍ତି । ଏଥିପାଇଁ ଦ୍ୱାଦଶ ବିଜ୍ଞାନ ଷ୍ଟ୍ରିମରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଜୀବ ବିଜ୍ଞାନରେ ଅତି କମରେ ୫୦ ପ୍ରତିଶତ ମାର୍କ ରହିବା ଆବଶ୍ୟକ । 

ୟୁକ୍ରେନର ଟପ୍ ମେଡିକାଲ ୟୁନିଭର୍ସିଟି; ପଢିବାକୁ ହେଲେ ମୋଟ୍ କେତେ ହୁଏ ଖର୍ଚ୍ଚ

ନୂଆଦିଲ୍ଲୀ: ଭାରତୀୟ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଡାକ୍ତରୀ ଅଧ୍ୟୟନ ପାଇଁ ୟୁକ୍ରେନ ଏକ ପସନ୍ଦଯୋଗ୍ୟ ବିକଳ୍ପ । ଭାରତର ବେସରକାରୀ ମେଡିକାଲ ବିଶ୍ୱବିଦ୍ୟାଳୟ ଅପେକ୍ଷା ଏଠାରେ ଡାକ୍ତରୀ ଅଧ୍ୟୟନ ଶସ୍ତା ଏବଂ ଏହା ଭାରତ ସମେତ ଅନେକ ଦେଶରେ ମଧ୍ୟ ସ୍ୱୀକୃତିପ୍ରାପ୍ତ । ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ଅନୁଯାୟୀ, ବର୍ତ୍ତମାନ ୟୁକ୍ରେନରେ ୧୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ମେଡିକାଲ କିମ୍ବା ଇଞ୍ଜିନିୟରିଂ ଅଧ୍ୟୟନ କରୁଛନ୍ତି। ୟୁକ୍ରେନ ଶିକ୍ଷା ଏବଂ ବିଜ୍ଞାନ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୨୦୨୦ ସୁଦ୍ଧା ୟୁକ୍ରେନରେ ୧୮ ହଜାର ୦୯୫ ଭାରତୀୟ ବିଦ୍ୟାର୍ଥୀ ଅଛନ୍ତି, ଯାହା ଦେଶରେ ଆନ୍ତର୍ଜାତୀୟ ଛାତ୍ର ଜନସଂଖ୍ୟାର ୨୩.୬୪ ପ୍ରତିଶତ ଅଟେ।

MBBS ଅଧ୍ୟୟନ ପାଇଁ ପ୍ରତିବର୍ଷ ହଜାର ହଜାର NEET ଯୋଗ୍ୟ ପ୍ରାର୍ଥୀ ୟୁକ୍ରେନକୁ ଯାଆନ୍ତି । ଏଥିପାଇଁ ଦ୍ୱାଦଶ ବିଜ୍ଞାନ ଷ୍ଟ୍ରିମରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଜୀବ ବିଜ୍ଞାନରେ ଅତି କମରେ ୫୦ ପ୍ରତିଶତ ମାର୍କ ରହିବା ଆବଶ୍ୟକ । ଯଦି ଆପଣ ଆଗାମୀ NEET ୨୦୨୨ ପରୀକ୍ଷାରେ ମଧ୍ୟ ସାମିଲ ହେବାକୁ ଯାଉଛନ୍ତି, ତେବେ ୟୁକ୍ରେନର ଶୀର୍ଷ ମେଡିକାଲ୍ କଲେଜ ଏବଂ ସେମାନଙ୍କର ବାର୍ଷିକ ଫି କେତେ ତା ଉପରେ ଥରେ ନଜର ପକାନ୍ତୁ।

 Kiev Medical University OF UAFM
UAFM କିଭ୍ ମେଡିକାଲ ୟୁନିଭର୍ସିଟି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟ ଅଟେ। ଯାହାକୁ ୱାର୍ଲଡ ଡାଇରେକ୍ଟ୍ରି ଅଫ୍ ମେଡିକାଲ ସ୍କୁଲ ତାଲିକାରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ୟୁନିଭର୍ସିଟିରେ ଜେନେରାଲ ମେଡିସିନ, ଦନ୍ତ ଚିକିତ୍ସା ଏବଂ ଫାର୍ମାସି ପାଠ୍ୟକ୍ରମ ଉପଲବ୍ଧ । ଏଠାରେ ବିଦ୍ୟାର୍ଥୀମାନଙ୍କୁ ଅଭ୍ୟାସ ପାଇଁ ପୋଲାଣ୍ଡ ଏବଂ ଜର୍ମାନୀକୁ ମଧ୍ୟ ପଠାଯାଇଥାଏ ।

ଟିଚିଂ କ୍ଲାସ ଫି-୨ ଲକ୍ଷ ୪୫ ହଜାର ଟଙ୍କା
ହଷ୍ଟେଲ ଫି-୭୦ ହଜାର ଟଙ୍କା
ମୋଟ ଟଙ୍କା-୩ ଲକ୍ଷ ୧୫ ହଜାର ଟଙ୍କା (ବର୍ଷକୁ)

Bogomolets National Medical University 
ବୋଗୋମୋଲେଟ୍ସ ନ୍ୟାସନାଲ୍ ମେଡିକାଲ୍ ୟୁନିଭର୍ସିଟି ୟୁକ୍ରେନର ରାଜଧାନୀ କିଭ୍ ରେ ଅବସ୍ଥିତ । ବିଦ୍ୟାର୍ଥୀ ମାନେ ଏଠାରେ ଦେଶର ସର୍ବୋତ୍ତମ ସୁବିଧା ଉପଭୋଗ କରିପାରିବେ । ବିଶ୍ୱବିଦ୍ୟାଳୟରେ ୩ ଟି ବିଭାଗ ଅଛି- ମେଡିକାଲ୍ ଫ୍ୟାକଲିଟି, ଷ୍ଟୋମେଟୋଲୋଜି ଏବଂ ଫାର୍ମାସି ଫ୍ୟାକଲ୍ଟି।

ଟିଚିଂ କ୍ଲାସ ଫି- ୩ଲକ୍ଷ ୧୫ ହଜାର ଟଙ୍କା
ହଷ୍ଟେଲ ଫି-୭୦ ହଜାର ଟଙ୍କା
ମୋଟ ଟଙ୍କା- ୩ ଲକ୍ଷ ୮୫ହଜାର ଟଙ୍କା  (ବର୍ଷକୁ)

Kharkiv National Medical University 
ଖାରକିଭ୍ ବିଶ୍ୱବିଦ୍ୟାଳୟ ଏହାର ଗୁଣାତ୍ମକ ଚିକିତ୍ସା ଶିକ୍ଷା ପାଇଁ ଜଣାଶୁଣା । ଏଠାରେ ଶିକ୍ଷା ଅଧିକ ବ୍ୟବହାରିକ ଏବଂ କମ୍ ଶ୍ରେଣୀଗୃହ ଭିତ୍ତିକ । ଏଥିରେ ଥେରାପି ବିଭାଗ, ସର୍ଜରୀ ବିଭାଗ, ଶିଶୁରୋଗ ବିଭାଗ, ଜେନେରାଲ ପ୍ରାକ୍ଟିସ୍ ଏବଂ ମେଡିକାଲ୍ ପ୍ରତିଷେଧକ ବିଭାଗରେ ପାଠ୍ୟକ୍ରମ ରହିଛି। 

ଟିଚିଂ କ୍ଲାସ ଫି-୩ ଲକ୍ଷ ୩୬ ହଜାର ଟଙ୍କା
ହଷ୍ଟେଲ ଫି- ୭୦ ହଜାର ଟଙ୍କା
ମୋଟ ଟଙ୍କା- ୪ ଲକ୍ଷ ୦୬, ୦୦୦ଟଙ୍କା (ବର୍ଷକୁ)

Vinnista National Medical University 
ଭିନିଷ୍ଟା ନ୍ୟାସନାଲ ମେଡିକାଲ ୟୁନିଭର୍ସିଟି ୯ ଟି ଅନ୍ତଃରାଷ୍ଟ୍ରୀୟ, ୧୩ ଟି ରାଜ୍ୟ ଏବଂ ୧୩ ଟି ବିଦେଶୀ ଶିକ୍ଷାନୁଷ୍ଠାନ, ଫାର୍ମାସିର ସହଯୋଗରେ କାର୍ଯ୍ୟ କରେ । ସମୁଦାୟ ୩୮ ଅଧ୍ୟାପକ ବିଭାଗ ମଧ୍ୟରୁ ୨୩ଟି କ୍ଲିନିକାଲ୍ ଏବଂ ୧୫ ଟି ତତ୍ତ୍ୱଗତ ଅଟେ। 

ଟିଚିଂ କ୍ଲାସ ଫି-୩ ଲକ୍ଷ ୫୦ ହଜାର ଟଙ୍କା
ହଷ୍ଟେଲ ଫିସ୍-୭୦ ହଜାର ଟଙ୍କା
ମୋଟ ଟଙ୍କା- ୪ଲକ୍ଷ ୨୦ ହଜାର ଟଙ୍କା(ବର୍ଷକୁ)

Black Sea National University 

ପେଟ୍ରୋ ମୋହିଲା ବ୍ଲାକ୍ ସି ନ୍ୟାସନାଲ ୟୁନିଭର୍ସିଟି 'ମାଇକୋଲାଇଭ୍ ଓବ୍ଲାଷ୍ଟ'ରେ ଅବସ୍ଥିତ ଯାହା ୟୁକ୍ରେନର ଅନ୍ୟତମ ସୁଲଭ କ୍ଷେତ୍ର ଅଟେ । ୟୁନେସ୍କୋ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ୟୁକ୍ରେନର ଶ୍ରେଷ୍ଠ ୨୦୦ ଶିକ୍ଷାନୁଷ୍ଠାନ ତାଲିକାରେ ପେଟ୍ରୋ ୟୁନିଭର୍ସିଟି ୪୪ ତମ ସ୍ଥାନରେ ରହିଛି।
ଟିଚିଂ କ୍ଲାସ ଫି-୨ ଲକ୍ଷ ୫୯ ହଜାର ଟଙ୍କା
ହଷ୍ଟେଲ ଫିସ୍-୭୦ ହଜାର ଟଙ୍କା
ମୋଟ ଟଙ୍କା- ୩ଲକ୍ଷ ୨୯ ହଜାର ଟଙ୍କା(ବର୍ଷକୁ)

Bukovinian State Medical University
ବୁକୋଭିନିଆନ୍ ଷ୍ଟେଟ୍ ମେଡିକାଲ୍ ୟୁନିଭର୍ସିଟି ମେଗ୍ନା କାର୍ଟା ୟୁନିଭର୍ସିଟିମ୍ (ବୋଲଗ୍ନା, ଇଟାଲୀ) WHO ର ଜେନେରାଲ୍ ରେଜିଷ୍ଟରରେ ଅନ୍ତର୍ଭୁକ୍ତ । ଏଠାରେ ଗ୍ରେଡ୍ ସିଷ୍ଟମ୍ ଅଧୀନରେ ଅଧ୍ୟୟନ କରାଯାଏ । ବୁକୋଭିନିଆନ୍ ଷ୍ଟେଟ୍ ମେଡିକାଲ୍ ୟୁନିଭର୍ସିଟିରେ ୭ ଟି ଅଧ୍ୟାପନାରେ ମୋଟ ୪୭ ଟି ବିଭାଗ ଅଛି ଯାହା ସାଧାରଣ ଚିକିତ୍ସା, ଶିଶୁରୋଗ, ଫାର୍ମାସି, ଷ୍ଟୋମାଟୋଲୋଜି, ମେଡିକାଲ୍ ସାଇକୋଲୋଜି, ନର୍ସିଂ ଏବଂ ଫାର୍ମାସ୍ୟୁଟିକାଲ୍ ପାଠ୍ୟକ୍ରମ ଶିକ୍ଷା ଦିଆଯାଇଥାଏ।
ଟିଚିଂ କ୍ଲାସ ଫି-୨ ଲକ୍ଷ ୭୩ ହଜାର ଟଙ୍କା
ହଷ୍ଟେଲ ଫିସ୍-୩୫ ହଜାର ଟଙ୍କା
ମୋଟ ଟଙ୍କା- ୩ଲକ୍ଷ ୦୮ ହଜାର ଟଙ୍କା(ବର୍ଷକୁ)

Also Read: ଋଷକୁ ନେଇ ସତ ହେଲା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ, ଏବେ ବିଶ୍ୱକୁ ଭୋଗିବାକୁ ହେବ ଏସବୁ ସମସ୍ୟା !

Also Read: ଆଲର୍ଟରେ ଋଷର ପରମାଣୁ ଫୋର୍ସ, ଜାଣନ୍ତୁ ଯୁଦ୍ଧ ମଧ୍ୟରେ କେଉଁ ଦେଶ ପାଖରେ ରହିଛି କେତେ ପରମାଣୁ ଅସ୍ତ୍ର

Also Read: କିଡନୀ ରୋଗର ୧୩ଟି ପ୍ରାଥମିକ ଲକ୍ଷଣ, ଅଣଦେଖା କଲେ ବଢ଼ିବ ବିପଦ