କୋରୋନା: ଥଣ୍ଡା ହେଲେ ସ୍କୁଲ ବନ୍ଦ
Advertisement

କୋରୋନା: ଥଣ୍ଡା ହେଲେ ସ୍କୁଲ ବନ୍ଦ

ଗଣଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ସଚେତନତା ପଦକ୍ଷେପ ନିଆଯାଉଛି । ସ୍ୱାସ୍ଥ୍ୟ ବିଭାଗ ଅଯଥା ଏକାଠି ନହେବା, ସଭା ସମିତି ନ କରିବା ପାଇଁ ଗାଇଡ଼୍‌ଲାଇନ୍ ଜାରି ହୋଇଛି । 

କୋରୋନା: ଥଣ୍ଡା ହେଲେ ସ୍କୁଲ  ବନ୍ଦ

ଭୁବନେଶ୍ୱର: ସାରା ଦେଶରେ ଧୀରେ ଧୀରେ କୋରୋନା କାୟା ବିସ୍ତାର କରି ଚାଲିଛି । ଏହାର ପ୍ରଭାବ ଓଡ଼ିଶା ଉପରେ ମଧ୍ୟ ପଡ଼ିବାର ସମ୍ଭାବନା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି । କୋରୋନା ଭାଇରସ୍‌ର ମୁକାବିଲା, ସଚେତନତା, ପ୍ରତିଷେଧକ ବ୍ୟବସ୍ଥା ବାବଦରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିଥିବା ବେଳେ ଅନ୍ୟ ବିଭାଗ ଗୁଡ଼ିକ ମଧ୍ୟ ବିଭିନ ପଦକ୍ଷେପ ନେଇଛନ୍ତି । ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ରାଜ୍ୟରେ କରୋନା ସ୍ଥିତି, ଡ଼ାକ୍ତରଖାନା ଗୁଡ଼ିକର ପ୍ରସ୍ତୁତି ଏବଂ ବିଭିନ୍ନ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଉପରେ ସମୀକ୍ଷା କରିଛନ୍ତି ।

ଏପଟେ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ସଚେତନତା ପଦକ୍ଷେପ ନିଆଯାଉଛି । ସ୍ୱାସ୍ଥ୍ୟ ବିଭାଗ ଅଯଥା ଏକାଠି ନହେବା, ସଭା ସମିତି ନ କରିବା ପାଇଁ ଗାଇଡ଼୍‌ଲାଇନ୍ ଜାରି ହୋଇଛି । ସେହି ଅନୁସାରେ ଗଣଶିକ୍ଷା ବିଭାଗ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ଆଡ଼ଭାଇଜାରୀ ଜାରି କରିଛି । ପିଲାଙ୍କୁ ଥଣ୍ଡା, ଜ୍ୱର, କାଶ ହେଲେ ବିଦ୍ୟାଳୟ ନ ଆସିବାକୁ କୁହାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ସମୀର ଦାଶ କହିଛନ୍ତି ।