Contractual System Abolished: ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି, ବାଦ୍ ପଡ଼ିଲେ ୧୩ ହଜାର କର୍ମଚାରୀ
Advertisement

Contractual System Abolished: ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି, ବାଦ୍ ପଡ଼ିଲେ ୧୩ ହଜାର କର୍ମଚାରୀ

Contractual System Abolished: ଶନିବାର ମୁଖ୍ୟମନ୍ତ୍ରୀ କହିଥିଲେ, ଆଜି ମୁଁ ଖୁସିର ସହ ଘୋଷଣା କରୁଛି ଯେ ଆଜି ରାଜ୍ୟ କ୍ୟାବିନେଟ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବ୍ୟସ୍ଥାକୁ ସବୁଦିନ ପାଇଁ ଉଚ୍ଛେଦ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଏବେ ବି ଅନେକ ରାଜ୍ୟରେ ନିୟମିତ ନିଯୁକ୍ତି ବନ୍ଦ ଅଛି। ଚୁକ୍ତିଭିତ୍ତିକ ନିଯୁକ୍ତି ଚାଲିଛି। ଓଡିଶାରେ ଚୁକ୍ତିଭିତ୍ତିକ ନିଯୁକ୍ତିର ଯୁଗ ଶେଷ ହେଲା। ସବୁ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ହେବ। ବହୁ ଦିନ ଧରି ଏ ସୁଦିନକୁ ମୁଁ ଅପେକ୍ଷା କରିଥିଲି।

Contractual System Abolished: ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି, ବାଦ୍ ପଡ଼ିଲେ ୧୩ ହଜାର କର୍ମଚାରୀ

Contractual System Abolished, ଭୁବନେଶ୍ୱର: ଡାହାଣୀ ହୋଇ ଲାଗିଲେ, ଗୁଣିଆ ହୋଇ ଝାଡିଲେ! ଦୀର୍ଘ ବର୍ଷର ସଙ୍ଘର୍ଷ ପରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟରୁ ସରକାରୀ ଠିକା ନିଯୁକ୍ତି ନୀତି ହଟାଇବାକୁ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର ଦିନକ ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିଜ ଜନ୍ମଦିନର ପୂର୍ବ ରାତିରେ ନବୀନ ଠିକା ନିଯୁକ୍ତି ଉଚ୍ଛେଦ ଘୋଷଣା କରିଛନ୍ତି। 

ଠିକା ନିଯୁକ୍ତି ଉଚ୍ଛେଦ ନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୧୩ ଅଧିନିୟମ ଅନୁଯାୟୀ ନିଯୁକ୍ତ ଗ୍ରୁପ୍‌-ବି, ସି ଓ ଡି କର୍ମଚାରୀ ସ୍ଥାୟୀ ହେବେ। ୫୭ ହଜାରରୁ ଅଧିକ କର୍ମଚାରୀ ଉପକୃତ ହେବେ। ଚୁକ୍ତିଭିତ୍ତିକ ନିଯୁକ୍ତି ଦିନ ଠାରୁ ଇନକ୍ରିମେଣ୍ଟ ଲାଗୁ ହେବ। ଯେଉଁମାନେ ୬ ବର୍ଷ ପୂରଣ କରିସାରିଛନ୍ତି, ତାକୁ ବି ସ୍ଥାୟୀରେ ଗଣନା କରାଯିବ। ଯେଉଁ କର୍ମଚାରୀମାନଙ୍କର ଚାକିରି ସ୍ଥାୟୀ ହୋଇଛି ସେମାନଙ୍କୁ ଅନ୍ୟ କର୍ମଚାରୀଙ୍କ ପଦନ୍ନୋତି ମିଳିବ।

Also Read: ଧର୍ମ ମାସରେ ପୂଣ୍ୟ ଅର୍ଜିଲେ ସରକାର, ଉଚ୍ଛେଦ କଲେ ଚୁକ୍ତି ଭିତ୍ତିକ ପ୍ରଥା

ଶନିବାର କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟରେ ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥା ପ୍ରତ୍ୟାହାର କରାଯାଇଥିବା କହିଥିଲେ। ଏହାକୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଉପହାର ବୋଲି ଲୋକେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ଆର୍ଥିକାବସ୍ଥା ଦୁର୍ବଳ ଥିବାରୁ ୨୦୧୩ରେ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ଆସିଥିଲେ। ଏବେ ସେଥିରେ ସୁଧାର ଆସିଲାଣି, ତେଣୁ ଏହି ନିୟମକୁ ପ୍ରତ୍ୟାହାର କରାଯାଉଛି। ତେବେ ଚୁକ୍ତିଭିତ୍ତିକ ନିଯୁକ୍ତି ନୀତି ହଟିବାରୁ ରାଜ୍ୟ ସରକାରଙ୍କ ରାଜକୋଷରେ ୧୩୦୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ।

ଓଡିଶା ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀ ସଙ୍ଘର କହିବା ଅନୁସାରେ ରାଜ୍ୟର ବିଭିନ୍ନ ବିଭାଗରେ ୭୦୦୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଠିକାରେ ଖଟୁଥିଲେ। କିନ୍ତୁ ଏବେ ସରକାର ୫୭୦୦୦ରୁ ଊର୍ଦ୍ଧ୍ୱ ଠିକା କର୍ମଚାରୀଙ୍କୁ ସ୍ଥାୟୀ କରାଯିବ ବୋଲି ସୂତ୍ରରୁ ପ୍ରକାଶ। ତେବେ ବଳକା ୨୩ ହଜାର କର୍ମଚାରୀଙ୍କର କଣ ହେବ ତାହାକୁ ନେଇ ପ୍ରଶ୍ନ ଉଠିଛି। ସମାନ କାମକୁ ସମାନ ଦରମା ଓ ଠିକା ପ୍ରଥା ଉଚ୍ଛେଦ ଦାବି କରି ସରକାରୀ ଠିକା କର୍ମଚାରୀମାନେଦୀର୍ଘଦିନ ହେଲା ଆନ୍ଦୋଳନ ଚଳାଇ ଆସିଥିଲେ। ସେପ୍ଟେମ୍ବର ୧୧ ତାରିଖରେ ପ୍ରାୟ ୪୦୦୦୦ ଠିକା କର୍ମଚାରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।