ମହାରାଷ୍ଟ୍ର ଢାଞ୍ଚାରେ ସାମ୍ବାଦିକ ସୁରକ୍ଷା ଅଧିନିୟମ ଜରୁରୀ : ବିଜେପି
Advertisement

ମହାରାଷ୍ଟ୍ର ଢାଞ୍ଚାରେ ସାମ୍ବାଦିକ ସୁରକ୍ଷା ଅଧିନିୟମ ଜରୁରୀ : ବିଜେପି

ବିଭିନ୍ନ ସମୟରେ କାର୍ଯ୍ୟରତ ସାମ୍ବାଦିକମାନେ ନିଜ କର୍ତବ୍ଯ ପାଳନ ବେଳେ ଆକ୍ରମଣର ଶିକାର ହେଉଥିବାରୁ ସରକାର ତୁରନ୍ତ ଏଭଳି ଆଇନ  ଆଣିବାକୁ ବିଜେପି ଦାବି କରିଛି

ମହାରାଷ୍ଟ୍ର ଢାଞ୍ଚାରେ ସାମ୍ବାଦିକ ସୁରକ୍ଷା ଅଧିନିୟମ ଜରୁରୀ : ବିଜେପି

ଭୁବନେଶ୍ୱର: ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ସରକାର ତୁରନ୍ତ ମହାରାଷ୍ଟ୍ର ଢାଞ୍ଚାରେ ସାମ୍ବାଦିକ ସୁରକ୍ଷା ଅଧିନିୟମ ଆଣନ୍ତୁ । ଅଧ୍ଯାଦେଶ ଜରିଆରେ ଏହି ନିୟମ ଆଣିବା ସହ ପରେ ଆଇନରେ ପରିଣତ କରନ୍ତୁ ବୋଲି ବିଜେପି ଦାବି କରିଛି । ବିଭିନ୍ନ ସମୟରେ କାର୍ଯ୍ୟରତ ସାମ୍ବାଦିକମାନେ ନିଜ କର୍ତବ୍ଯ ପାଳନ ବେଳେ ଆକ୍ରମଣର ଶିକାର ହେଉଥିବାରୁ ସରକାର ତୁରନ୍ତ ଏଭଳି ଆଇନ  ଆଣିବାକୁ ବିଜେପି ଦାବି କରିଛି ।

ଏପରିକି ଓଡିଏ ଆଇନ ଅନୁଯାୟୀ  ବିଭିନ୍ନ ସପିଂ ମଲଗୁଡିକୁ ଅଫରୋଡ ପାର୍କିଂ ବାଧ୍ଯତାମୂଳକ କରିବାକୁ ଦାବି କରିଛି ବିଜେପି । ନଚେତ ମଲଗୁଡିକୁ ବିଡିଏ ବନ୍ଦ କରିବାକୁ ଦାବି କରାଯାଇଛି । ଏସପ୍ଲାନେଡ ମଲର ଦାଦାଗିରିକୁ ବିଜେପି ବିରୋଧ କରିବା ସହ ଏହି ମଲ ସହ ସରକାରୀ ଦଳର ସଦସ୍ଯଙ୍କ ସଂପୃକ୍ତି ଥିବା ଅଭିଯୋଗ କରିଛି । ଏପରିକି ଚାପରେ ପଡି ବିଡିଏ ଭିସି ହାଇକୋର୍ଟ ପ୍ରସଙ୍ଗ ଉଠାଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । କିନ୍ତୁ ହାଇକୋର୍ଟଙ୍କ ଅର୍ଡରରେ ସେମିତି କିଛି ନାହିଁ କେବଳ ମଲକୁ ଘଣ୍ଟା ଘୋଡାଇବା ପାଇଁ ଏଭଳି ଉଦ୍ଯମ କରାଯାଉଥିବା ଅଭିଯୋଗ କରିଛି ବିଜେପି ।