ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଘୁର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ସୁଦ୍ଧା ଲଘୁଚାପର ରୂପ ନେବ। ଉପକୂଳ ଆନ୍ଧ୍ର ପ୍ରଦେଶ ଆଖପାଖ ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ବିକାନିର୍ ଠାରୁ ମଣିପୁର ପର୍ଯ୍ୟନ୍ତ ମନସୁନ୍ ଟ୍ରଫ୍ (Monsoon Trop) ଲାଇନ ମଧ୍ୟ ଲମ୍ବିଛି।
Trending Photos
ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ପରେ ବର୍ଷା ଅଭାବରୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟ ପଟେ ଲଗାତାର ଗୋଟିଏ ପରେ ଗୋଟିଏ ଲଘୁଚାପ ସୃଷ୍ଟି ହେଉଛି। ତଥାପି ସ୍ୱଭାବିକ ଠାରୁ କମ ବୃଷ୍ଟିପାତ ରେକର୍ଡ କରାଯାଇଛି। ତେବେ ଚଳିତ ସେପ୍ଚେମ୍ବର ମାସରେ ସ୍ୱଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ଅଛି। ଆଜି ବଙ୍ଗୋପସାଗରରେ ଗୋଟିଏ ଘୁର୍ଣ୍ଣିବଳୟ ଘନୀଭୂତ ହୋଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପବନ ସାଙ୍ଗକୁ ଲଗାଣ ବର୍ଷା ହୋଇ ପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଘୁର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ସୁଦ୍ଧା ଲଘୁଚାପର ରୂପ ନେବ। ଉପକୂଳ ଆନ୍ଧ୍ର ପ୍ରଦେଶ ଆଖପାଖ ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ବିକାନିର୍ ଠାରୁ ମଣିପୁର ପର୍ଯ୍ୟନ୍ତ ମନସୁନ୍ ଟ୍ରଫ୍ (Monsoon Trop) ଲାଇନ ମଧ୍ୟ ଲମ୍ବିଛି। ଯାହାର ପ୍ରଭାବରେ ବର୍ଷାର ପରିମାଣ ବଢିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ରପୂର୍ବାନୁମାନ କରିଛି। ଏସବୁ ପାଣିପାଗ ନିୟାମକ ପ୍ରଭାବରେ ଆସନ୍ତା ପାଞ୍ଚଦିନ ପର୍ଯ୍ୟନ୍ତ ରାଜ୍ୟରେ ବିକ୍ଷିପ୍ତ ଭାବେ ବର୍ଷା, ପବନ ଦେଖା ଦେବାର ସମ୍ଭାବନା ରହିଛି।
Also Read: ଘୂର୍ଣ୍ଣୀବଳୟ ଘନୀଭୂତ; ନିଅଣ୍ଟିଆ ବର୍ଷା ଭରଣା କରିବ କି ଲଘୁଚାପ?
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୨୧ ଜିଲ୍ଲା ପୁରୀ (Puri) , ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, ମୟୁରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଦେଓଗଡ଼ ଓ ସୁନ୍ଦରଗଡ଼ରେ ଘଡଘଡି ବର୍ଷା ପବନ ସହ ବଜ୍ରପାତ ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି।
ସେପଟେ ଆସନ୍ତା ୧୧ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର (Bay of Bengal) ରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ମୌସୁମୀ ସକ୍ରୀୟ ଥିବାରୁ ସେପ୍ଟେମ୍ବର ତୃତୀୟ ସପ୍ତାହ ବେଳକୁ ମଧ୍ୟ ରାଜ୍ୟରେ ବର୍ଷା ହେବ। ତେବେ ଲଘୁଚାପ ଏବଂ ମୌସୁମୀ ବର୍ଷା ଯୋଗୁଁ ଚଳିତ ମାସରେ ସ୍ୱଭାବିକ ଠାରୁ ଅଧିକ ବର୍ଷା ହେବ। ଫଳରେ ବିଭିନ୍ନ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ କହିଛି।