ଉତ୍ତର କେନ୍ଦ୍ରୀୟ ବଙ୍ଗୋପ ସାଗର ଠାରେ ଆସନ୍ତା ୬ ତାରିଖ ଆଡକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।
Trending Photos
ଭୁବନେଶ୍ୱର: ଘୂର୍ଣ୍ଣୀବଳୟ ଘନୀଭୂତ। ଆସନ୍ତା ୬ ତାରିଖରେ ଆସୁଛି ଲଘୁଚାପ ଆଉ ଆଣିବ ବର୍ଷା। ଶୁକ୍ରବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ଠାରେ ଏକ ଘୂର୍ଣ୍ଣୀବଳୟ ସୃଷ୍ଟି ହୋଇଛି। ଏହା ସହ ଉପକୂଳ ଆନ୍ଧ୍ର ପ୍ରଦେଶ ଏବଂ ଏହାର ଆଖପାଖ ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣୀବଳୟ ସକ୍ରିୟ ରହିଛି। ସେହପରି ରାଜସ୍ଥାନ ବିକାନେର୍ ଠାରୁ ମଣିପୁର ପର୍ଯ୍ୟନ୍ତ ମନସୁନ୍ ଟ୍ରଫ୍ ଲାଇନ ଲମ୍ବିଛି।
ଉତ୍ତର କେନ୍ଦ୍ରୀୟ ବଙ୍ଗୋପ ସାଗର ଠାରେ ଆସନ୍ତା ୬ ତାରିଖ ଆଡକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ବର୍ଷାର ପରିମାଣ ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଏସବୁ ପାଣିପାଗ ନିୟାମକ ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିକ୍ଷିପ୍ତ ଭାବେ ବର୍ଷା ପବନ ହେବାର ସମ୍ଭାବନା ରହିଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଦେଓଗଡ଼, ସୁନ୍ଦରଗଡ଼ ପ୍ରଭୃତି ୨୧ ଜିଲ୍ଲାରେ ଘଡଘଡି ବର୍ଷା ପବନ ସହ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।
Also Read:ଆସନ୍ତାକାଲି ଠାରୁ ବଦଳିବ ପାଗ; ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସତର୍କତା ଜାରି
ସେପଟେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ୨୯ ପ୍ରତିଶତ କମ୍ ମୌସୁମୀ ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ସେହିପରି ୭ ଜିଲାରେ ସ୍ବାଭାବିକ ବର୍ଷା ଏବଂ ୨୩ ଜିଲାରେ ସ୍ବଭାବିକ ଠାରୁ କମ୍ ବର୍ଷା ହୋଇଛି। ଯାହା ଫଳରେ ନିଅଣ୍ଟିଆ ବର୍ଷା ଚିନ୍ତା ବଢାଇଥିବା ବେଳେ ଏହାର ଭରଣା ପାଇଁ କେବଳ ଲଘୁଚାପ ହିଁ ଏକମାତ୍ର ଭରସା।