ପ୍ରଦୂଷିତ ରାଜ୍ୟ ତାଲିକାରେ ସର୍ବାଗ୍ରେ ଓଡିଶା, ଖସୁଛି ଦିଲ୍ଲୀ
Advertisement

ପ୍ରଦୂଷିତ ରାଜ୍ୟ ତାଲିକାରେ ସର୍ବାଗ୍ରେ ଓଡିଶା, ଖସୁଛି ଦିଲ୍ଲୀ

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟ ଅନୁଯାୟୀ ଓଡିଶା ଦେଶର ଅନ୍ୟ ରାଜ୍ୟ ତୁଳନାରେ ଅଧିକ ପ୍ରଦୂଷିତ ହୋଇପଡିଛି।

ପ୍ରଦୂଷିତ ରାଜ୍ୟ ତାଲିକାରେ ସର୍ବାଗ୍ରେ ଓଡିଶା, ଖସୁଛି ଦିଲ୍ଲୀ

ଭୁବନେଶ୍ବର: ବିପଦରେ ରାଜ୍ୟର ଜୈବ ବିବିଧତା। ପ୍ରଦୂଷିତ ହେଉଛି ରାଜ୍ୟର ପରିବେଶ। କେବଳ ସ୍ଥଳ ଭାଗ ନୁହଁ ଜଳ ଭାଗ ମଧ୍ୟ ପ୍ରଦୂଷିତ ହେବାକୁ ଲାଗିଲାଣି। ପରିସ୍ଥିତି ଏଭଳି ଯେ ଦୂଷିତ ସାଇଟ ତାଲିକାରେ ଓଡିଶା ଦେଶରେ ପ୍ରଥମ ସ୍ଥାନ ଅକ୍ତିଆର କରିସାରିଛି। ଏ ରିପୋର୍ଟ ପ୍ରକାଶ କରିଛି କେନ୍ଦ୍ରୀୟ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ। 

ତଥ୍ୟ ମୁତାବକ ଓଡିଶାରେ ଦେଶର ସବୁଠାରୁ ଅଧିକ ୨୩ଟି ସାଇଟ ଏଭଳି ରହିଛି ଯେଉଁଠି ପ୍ରଦୂଷଣର ମାତ୍ର ଦେଶର ଅନ୍ୟ ସାଇଟ ଅପେକ୍ଷା ଯଥେଷ୍ଟ ଅଧିକ ରହିଛି। ବିଶେଷ କରି ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣରେ ଥିବା ଜୟଶ୍ରୀ କେମିକାଲ ଯେତିକି ପ୍ରଦୂଷଣ କରୁଛି ଦେଶର ଅନ୍ୟ କୌଣସି ସାଇଟରେ ସେତିକି ପ୍ରଦୂଷଣ ହେଉନାହିଁ। ପ୍ରଦୂଷଣର ମାତ୍ରା ଏତେ ଅଧିକ ରହିଛି ଏହି ଫ୍ୟାକ୍ଟ୍ରିରୁ ବାହାରୁଥିବା ରସାୟନ ଋଷିକୂଲ୍ୟା ଦେଇ ସମୁଦ୍ର ମଧ୍ୟରେ ପ୍ରବେଶ କରୁଛି। ଯାହା ଫଳରେ ଅଲିଭ ରିଡଲେ (Olive Ridley), ଡଲଫିନ (Dolphin), ସାର୍କ (Shark) ଭଳି ସାମୁଦ୍ରିକ ପ୍ରାଣୀ (Sea Creature) ଏବେ ବିପଦରେ ପଡିଛନ୍ତି।   

Also Read: ଓଡିଶାକୁ ମୁହଁମୋଡି ଦେଲେ ଅଲିଭ ରିଡଲେ, ଅଣ୍ଡାଦେବାକୁ ଚାଲିଯାଉଛନ୍ତି ଶ୍ରୀଲଙ୍କା-ମିଆଁମାର

ଦେଶରେ ସବୁଠାରୁ ଦୂଷିତ ସ୍ଥାନ ତାଲିକାରେ ପ୍ରଥମ ସ୍ଥାନରେ ରହିଛି ଓଡିଶା। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (Central Pollution Control Board) ତଥ୍ୟ ଅନୁଯାୟୀ ଓଡିଶା ଦେଶର ଅନ୍ୟ ରାଜ୍ୟ ତୁଳନାରେ ଅଧିକ ପ୍ରଦୂଷିତ ହୋଇପଡିଛି। ଏଠାରେ ସବୁଠାରୁ ଅଧିକ ୨୩ଟି ସ୍ଥାନ ଏଭଳି ରହିଛି ଯେଉଁଠି ପାଣି (Water), ମାଟି (Soil), ବାୟୁ (Air) ଦେଶର ଅନ୍ୟ ସ୍ଥାନ ଠାରୁ ଅଧିକ ପ୍ରଦୂଷିତ ହୋଇଛି। ଓଡିଶା ପରେ ଉତ୍ତର ପ୍ରଦେଶର ୨୧ ଏବଂ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ୧୧ଟି ସ୍ଥାନ ସବୁଠାରୁ ଅଧିକ ଦୂଷିତ ହୋଇଛି। ଓଡିଶାର ଗଞ୍ଜାମ ଜିଲ୍ଲାରେ ଥିବା ଜୟଶ୍ରୀ କେମିକାଲ ଦେଶର ସବୁଠାରୁ ଦୂଷିତ କାରଖାନା ହୋଇଥିବା ବେଳେ ଏହା ଯୋଗୁଁ ସମୁଦ୍ରର ଜୈବି ବିବିଧତା ବିପଦରେ ଥିବା ଜଣାପଡିଛି।  

Also Read: ବାୟୁ ପ୍ରଦୂଷଣ ପରେ ଚିନ୍ତା ବଢ଼ାଇଛି ଜଳ ପ୍ରଦୂଷଣ ; ରାଜ୍ୟରେ ୧୯ଟି ନଦୀ ପ୍ରଦୂଷିତ

 

ଭାରତରେ ୧୧୨ଟି ସ୍ଥାନ ବିଭିନ୍ନ ବିପଜ୍ଜନକ ବିଷାକ୍ତ ପଦାର୍ଥ ଦ୍ୱାରା ଦୂଷିତ ହୋଇଛି। ଏହା ବ୍ୟତୀତ ସେଠାରେ ଅନ୍ୟ ୧୬୮ଟି ସାଇଟ୍ ଅଛି ଯାହା ଦୂଷିତ ହୋଇପାରେ। ବିଭିନ୍ନ କଳକାରଖାନା ଦ୍ବାରା ଦୂଷିତ ହେଉଥିବା ବାହାରୁଥିବା ରସାୟନିକ ପଦାର୍ଥ ପରବର୍ତ୍ତୀ ସମୟରେ ମାଟି ଭେଦି ଜଳସ୍ତରକୁ ଯାଇଥାଏ। ଯାହା ଫଳରେ ଏହାକୁ ଯେଉଁ ଜୀବଜନ୍ତୁ ଗ୍ରହଣ କରୁଛନ୍ତି ତାଙ୍କ ଜରିଆରେ ମନୁଷ୍ୟ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି।

Also Read: କଇଁଛଙ୍କ ଗଣ ଅଣ୍ଡାଦାନ ପୂର୍ବରୁ ତତ୍ପର ପ୍ରଶାସନ, Geo Tagging ପକ୍ରିୟା ଆରମ୍ଭ

 

ଜାତୀୟ ପ୍ରଦୁଷଣ କଣ୍ଟ୍ରୋଲ ବୋର୍ଡ ରିପୋର୍ଟ ଆସିବା ପରେ ଚେତିଉଠିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ( Odisha State Pollution Control Board)। ଦୂଷିତ ରାସାୟନିକ ପଦାର୍ଥ ଦ୍ବାରା ହେଉଥିବା ପ୍ରଦୂଷଣ ରୋକିବା ପାଇଁ ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି। ଜଳବାୟୁ ଦୂଷିତ କରିୁଥିବା ଫ୍ୟାକ୍ଟ୍ରି, ସଂସ୍ଥା, କଳକାରଖାନା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଅଣ୍ଟା ଭିଡିଛି ପ୍ରଶାସନ। ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶରେ ଓଡିଶା ସମେତ ୭ଟି ରାଜ୍ୟର ୧୪ଟି ଦୂଷିତ ସ୍ଥାନକୁ ସଫା କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। 

Also Read: ଜାଣନ୍ତୁ, ପ୍ରାକୃତିକ ବିପର୍ଯ୍ୟୟ କ'ଣ ପାଇଁ ବଢ଼ି ଚାଲିଛି

 

ଏପରି ଦୂଷିତ ସ୍ଥାନରେ ଥିବା ପ୍ରଦୂଷିତ ମୃତ୍ତିକା, ଭୂତଳ ଜଳ, ଭୂପୃଷ୍ଠ ଜଳ, ଭୂମିକୁ ସଫା କରାଯାଉଛି।  ପ୍ରତ୍ୟେକ ଚିହ୍ନିତ ଉପାଦାନ ପାଇଁ ପୂର୍ବ ନିର୍ଦ୍ଧାରିତ ପ୍ରତିକାର ଲକ୍ଷ୍ୟ ସ୍ତର କରି ବିଭିନ୍ନ ଇନ୍-ସିଟ୍ କିମ୍ବା ଏକ୍ସ-ସିଟ୍ କ୍ଲିନ ଅପ୍ ଟେକ୍ନୋଲୋଜି ଗ୍ରହଣ କରାଯାଉଛି। ଏହା ପ୍ରଥମ ଥର ପାଇଁ ନୁହେଁ। ଏହା ପୂର୍ବରୁ ବାରମ୍ବାର ଓଡିଶା ଏଭଳି ବିଷୟରେ ଆଲୋଚନାର ବିଷୟ ହୋଇଛି। ଏଭଳି ପରିସ୍ଥିତିରେ ସମୟ ପୂର୍ବରୁ ନସୁଧରିଲେ ଆଗାମୀ ସମୟରେ ପରିସ୍ଥିତି ଅଣାୟତ ହେବ।