ଅର୍ଥନୀତି ପରିଚାଳନାରେ ବି ଓଡ଼ିଶା No-1, ମୁଣ୍ଡପିଛା ଋଣ କମିଲା 934 ଟଙ୍କା
Advertisement

ଅର୍ଥନୀତି ପରିଚାଳନାରେ ବି ଓଡ଼ିଶା No-1, ମୁଣ୍ଡପିଛା ଋଣ କମିଲା 934 ଟଙ୍କା

ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ବିଭିନ୍ନ ଉତ୍ସରୁ ଲକ୍ଷେ ଛଅ  ହଜାର କୋଟି ଟଙ୍କା ଋଣ କରିଛନ୍ତି। FRBM Act ଅନୁଯାୟୀ ୨୫ ପ୍ରତିଶତ ଋଣ କରିବାର ଧର୍ଯ୍ୟଠୁ ଆମେ ବହୁତ ତଳେ ରହିଛୁ।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ମୁଣ୍ଡପିଛା ଋଣ ଭାରରୁ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଗତବର୍ଷ ତୁଳନାରେ ଏହା ୯୩୪ ଟଙ୍କା ହ୍ରାସ ପାଇଛି। ସୋମବାର ବିଧାନସଭାର ପ୍ରଶ୍ନକାଳରେ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଉତ୍ତରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ରାଜ୍ୟର ମୁଣ୍ଡ ପିଛା ଋଣ ଭାର ୨୨ ହଜାର ୮୨୭ ଟଙ୍କା ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ଅର୍ଥନୀତି ପରିଚାଳନା କ୍ଷେତ୍ରରେ ଓଡିଶା ଦେଶରେ ଏକ ନମ୍ବର ରାଜ୍ୟ। ଋଣ କରି କେବଳ ବିକାଶମୂଳକ କାର୍ଯ୍ୟରେ ବିନିଯୋଗ କରାଯାଉଛି। ଏହି ଟଙ୍କାରେ କର୍ମଚାରୀଙ୍କୁ ଦରମା ଦିଆଯାଉ ନାହିଁ। ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ବିଭିନ୍ନ ଉତ୍ସରୁ ଲକ୍ଷେ ଛଅ  ହଜାର କୋଟି ଟଙ୍କା ଋଣ କରିଛନ୍ତି। FRBM Act ଅନୁଯାୟୀ ୨୫ ପ୍ରତିଶତ ଋଣ କରିବାର ଧର୍ଯ୍ୟଠୁ ଆମେ ବହୁତ ତଳେ ରହିଛୁ। ସବୁଠୁ କମ ଋଣ ନେବାରେ ଓଡିଶା ଆଗକୁ ନମ୍ବର ଏକ ରାଜ୍ୟ ହେବ। ମାର୍ଚ୍ଚ ୩୧ରେ କର୍ଣ୍ଣାଟକକୁ ପଛରେ ପକାଇ ଓଡିଶା ଏକ ନମ୍ବର ହେବ। 

ଋଣ ଟଙ୍କାରେ ରାଜ୍ୟର ବିକାଶ ଚାଲିଛି। ରାଜ୍ୟରେ ଗୋଟିଏ ପରେ ଗୋଟିଏ ବିକାଶ ମୂଳକ ଯୋଜନା ଘୋଷଣା ହେଉଛି। କିନ୍ତୁ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସରକାରଙ୍କ ନିକଟରେ ଟଙ୍କା ନାହିଁ। ଫଳରେ ନବୀନ ସରକାରଙ୍କୁ ଋଣ କରିବାକୁ ପଡୁଛି। ଆଉ ବର୍ତ୍ତମାନ ଏହି ଋଣର ପରିମାଣ ଏତେ ହେଲାଣି ଯେ, ଆଜି ଯଦି ଓଡ଼ିଶାରେ ଜଣେ ଶିଶୁ ଜନ୍ମ ହୁଏ ତେବେ ତାର ମୁଣ୍ଡରେ ୨୨ ହଜାର ୮୨୭ ଟଙ୍କା ଋଣ ଭାର ରହିବ। ଗତବର୍ଷ ସେପ୍ଟେମ୍ବରରେ ଏହା ୨୩ ହଜାର ୭୬୧ ଟଙ୍କା ଥିଲା।

Also Read: ଋଣରେ ବୁଡ଼ୁଛି ଓଡ଼ିଶା! ନବଜାତକ ମୁଣ୍ଡରେ ବୋଝ ୨୩,୭୬୧ ଟଙ୍କା

ସେତେବେଳେ ବିଧାନସଭା ପ୍ରଶ୍ନକାଳରେ ନିଜ ସରକାରଙ୍କୁ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଘେରିଥିଲେ। ୨୦୨୧-୨୨ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟର ଋଣ ଭାର କେତେ ଟଙ୍କାରେ ପହଞ୍ଚିବ ଓ ଗତ ୧୦ ବର୍ଷ ମଧ୍ୟରେ ମୁଣ୍ଡପିଛା ଋଣ ଭାର କେତେ ଟଙ୍କା ବୃଦ୍ଧି ପାଇଛି ବୋଲି ସେ ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଯେଉଁ ତଥ୍ୟ ରଖିଛନ୍ତି, ତାହା ସମସ୍ତ ଓଡିଶାବାସୀଙ୍କୁ ଚକିତ କରି ଦେଇଥିଲା।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ ଋଣ ପରିମାଣ ୧ ଲକ୍ଷ ୨୨ ହଜାର ୯୧୭ କୋଟି ଟଙ୍କା ହେବ। ୨୦୧୧ -୧୨ରେ ମୁଣ୍ଡପିଛା ଋଣର ପରିମାଣ ୯୧୪୪.୪୦ ଟଙ୍କା ଥିଲା। ତାହା ୨୦୨୧-୨୨ରେ ୨୩,୭୬୧.୧୨ ଟଙ୍କା ରହିଛି। ଅର୍ଥାତ ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ମୁଣ୍ଡପିଛା ଋଣର ପରିମାଣ ୧୪,୬୧୬.୭୨ ଟଙ୍କା ବୃଦ୍ଧି ପାଇଛି। ଏଜିଙ୍କ ତଥ୍ୟ ଅନୁଯାୟୀ ୨୦୨୧ ଜୁଲାଇ ଶେଷ ସୁଦ୍ଧା ଋଣ ଭାର ୧୦୪୩୧୨.୧୨ କୋଟି ଟଙ୍କା ଥିଲା। ଯାହା ରାଜ୍ୟ ସକଳ ଘରୋଇ ଉତ୍ପାଦର ୧୭.୮୦ ପ୍ରତିଶତ। 

ଗତ ବଜେଟ ଅଧିବେଶନରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ତଥ୍ୟାନୁସାରେ ସରକାର ଜାନୁଆରୀ ଶେଷ ସୁଦ୍ଧା ବିଶ୍ୱ ବ୍ୟାଙ୍କ, BRICKS Bank, JICA, AIIB, ADB, NABARD, REC, OMBADC, CAMPA, PF ପରି ଅନ୍ତର୍ଜାତୀୟ ଓ ଜାତୀୟ ତଥା ଆଞ୍ଚଳିକ ବ୍ୟାଙ୍କ ଓ ସଂସ୍ଥାରୁ ୧.୦୬ ଲକ୍ଷ କୋଟି ଟଙ୍କା ଋଣ ନେଇଛନ୍ତି। ବିଦେଶୀ ସଂସ୍ଥାରୁ ୬ ହଜାର ୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଓ ଦେଶର ବିଭିନ୍ନ ଅନୁଷ୍ଠାନରୁ ୫୩ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଋଣ କରିଛନ୍ତି। 

Also Read: ଆଜିଠୁ ଦୁଇ ଦିନିଆ 'ଭାରତ ବନ୍ଦ'; ଜାଣନ୍ତୁ, ପ୍ରଭାବିତ ହେବ କେଉଁ କେଉଁ ସେବା?

୨୦୦୯-୧୦ ରେ ଓଡିଶାବାସୀଙ୍କ ମୁଣ୍ଡପିଛା ଋଣ ୯,୧୮୦ ଟଙ୍କା ଥିବା ବେଳେ ୨୦୨୦-୨୧ ଆର୍ଥିକ ବର୍ଷ ଶେଷ ବେଳକୁ ତାହା ୨୩,୫୨୪ ଟଙ୍କା ହୋଇଥିଲା। ଆଉ ୨୦୨୧ ସେପ୍ଟେମ୍ବର ବେଳକୁ ଓଡିଶାବାସୀଙ୍କ ମୁଣ୍ଡପିଛା ଋଣ ଭାର ୨୩,୭୬୧.୧୨ ଟଙ୍କାକୁ ବୃଦ୍ଧି ଥିଲା। କିନ୍ତୁ ବର୍ତ୍ତମାନ ସେଥିରେ ପ୍ରାୟ ୧୬ ହଜାର କୋଟି ଟଙ୍କା ହ୍ରାସ ପାଇଛି। ଚାଷ ଜମିକୁ ଜଳ ସେଚନଠୁ ଆରମ୍ଭ କରି ପୌରାଞ୍ଚଳର ବିକାଶ, ସୁବିଥିରେ ସରକାର ଋଣ ଉପରେ ନିର୍ଭର କରିଛନ୍ତି।

ସରକାରୀ ତଥ୍ୟ ଅନୁସାରେ, ବର୍ଷ ୨୦୦୯-୧୦ରେ ରାଜ୍ୟର ଋଣ ଭାର ୩୭,୭୩୦.୦୪ କୋଟି ଟଙ୍କା ଥିଲା। ୨୦୧୪-୧୪ରେ ତାହା ୪୩,୨୭୪.୪୦ କୋଟି ଟଙ୍କାକୁ ବୃଦ୍ଧି ପାଇଲା। ପାଞ୍ଚ ବର୍ଷ ପରେ ୨୦୧୯-୨୦ରେ ଋଣ ଭାର ଦୁଇ ଗୁଣରୁ ଊର୍ଦ୍ଧ୍ୱ ବଢି ୯୨,୭୭୫.୧୯ କୋଟି ଟଙ୍କା ହେଲା। ୨୦୨୧ ଜାନୁଆରୀ ସୁଦ୍ଧା ରାଜ୍ୟ ସରକାରଙ୍କ ଋଣର ପରିମାଣ ୧,୦୩,୪୧୦.୩୯ କୋଟି ଟଙ୍କା ହୋଇଥିବା ବେଳେ ବର୍ଷ ଶେଷ ସୁଦ୍ଧା ତାହା ୧,୨୨, ୯୧୭ କୋଟି ଟଙ୍କାରେ ପହଞ୍ଚିବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଥିଲେ। ଆଉ ଏବେ ରାଜ୍ୟରେ ଋଣ ଭାର ଲକ୍ଷେ ଛଅ ହଜାର କୋଟି ଟଙ୍କା ରହିଛି।