ଋଣରେ ବୁଡ଼ୁଛି ଓଡ଼ିଶା! ନବଜାତକ ମୁଣ୍ଡରେ ବୋଝ ୨୩,୭୬୧ ଟଙ୍କା
Advertisement

ଋଣରେ ବୁଡ଼ୁଛି ଓଡ଼ିଶା! ନବଜାତକ ମୁଣ୍ଡରେ ବୋଝ ୨୩,୭୬୧ ଟଙ୍କା

ଆଜି ବିଧାନସଭା ପ୍ରଶ୍ନକାଳରେ ନିଜ ସରକାରଙ୍କୁ ଘେରିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟର ଋଣ ଭାର କେତେ ଟଙ୍କାରେ ପହଞ୍ଚିବ ଓ ଗତ ୧୦ ବର୍ଷ ମଧ୍ୟରେ ମୁଣ୍ଡପିଛା ଋଣ ଭାର କେତେ ଟଙ୍କା ବୃଦ୍ଧି ପାଇଛି ବୋଲି ସେ ପ୍ରଶ୍ନ କରିଥିଲେ।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ଋଣ ଟଙ୍କାରେ ଚାଲିଛି ରାଜ୍ୟର ବିକାଶ! ରାଜ୍ୟରେ ଗୋଟିଏ ପରେ ଗୋଟିଏ ବିକାଶ ମୂଳକ ଯୋଜନା ଘୋଷଣା ହେଉଛି। କିନ୍ତୁ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସରକାରଙ୍କ ନିକଟରେ ଟଙ୍କା ନାହିଁ। ଫଳରେ ନବୀନ ସରକାରଙ୍କୁ ଋଣ କରିବାକୁ ପଡୁଛି। ଆଉ ବର୍ତ୍ତମାନ ଏହି ଋଣର ପରିମାଣ ଏତେ ହେଲାଣି ଯେ, ଆଜି ଯଦି ଓଡ଼ିଶାରେ ଜଣେ ଶିଶୁ ଜନ୍ମ ହୁଏ ତେବେ ତାର ମୁଣ୍ଡରେ ୨୩,୭୬୧ ଟଙ୍କା ଋଣ ଭାର ରହିବ।

ଆଜି ବିଧାନସଭା ପ୍ରଶ୍ନକାଳରେ ନିଜ ସରକାରଙ୍କୁ ଘେରିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟର ଋଣ ଭାର କେତେ ଟଙ୍କାରେ ପହଞ୍ଚିବ ଓ ଗତ ୧୦ ବର୍ଷ ମଧ୍ୟରେ ମୁଣ୍ଡପିଛା ଋଣ ଭାର କେତେ ଟଙ୍କା ବୃଦ୍ଧି ପାଇଛି ବୋଲି ସେ ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଯେଉଁ ତଥ୍ୟ ରଖିଛନ୍ତି, ତାହା ସମସ୍ତ ଓଡିଶାବାସୀଙ୍କୁ ଚକିତ କରି ଦେଇଛି।

Also Read: ସେପ୍ଟେମ୍ବରରେ ପ୍ରଥମ ତିନି ସପ୍ତାହ ଭିଜିବ ଓଡ଼ିଶା; ସାତ ଦିନ ବ୍ୟବଧାନରେ ଦୁଇଟି ଲଘୁଚାପ ସମ୍ଭାବନା

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ ଋଣ ପରିମାଣ ୧ ଲକ୍ଷ ୨୨ ହଜାର ୯୧୭ କୋଟି ଟଙ୍କା ହେବ। ୨୦୧୧ -୧୨ରେ ମୁଣ୍ଡପିଛା ଋଣର ପରିମାଣ ୯୧୪୪.୪୦ ଟଙ୍କା ଥିଲା। ତେହା ୨୦୨୧-୨୨ରେ ୨୩, ୭୬୧.୧୨ ଟଙ୍କା ରହିଛି। ଅର୍ଥାତ ଗତ ୧୦ ମଧ୍ୟରେ ରାଜ୍ୟରେ ମୁଣ୍ଡପିଛା ଋଣର ପରିମାଣ ୧୪,୬୧୬.୭୨ ଟଙ୍କା ବୃଦ୍ଧି ପାଇଛି। ଏଜିଙ୍କ ତଥ୍ୟ ଅନୁଯାୟୀ ଜୁଲାଇ ଶେଷ ସୁଦ୍ଧା ଋଣ ଭାର ୧୦୪୩୧୨.୧୨ କୋଟି ଟଙ୍କା ରହିଛି। ଯାହା ରାଜ୍ୟ ସକଳ ଘରୋଇ ଉତ୍ପାଦର ୧୭.୮୦ ପ୍ରତିଶତ। 

ଗତ ବଜେଟ ଅଧିବେଶନରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ତଥ୍ୟାନୁସାରେ ସରକାର ଜାନୁଆରୀ ଶେଷ ସୁଦ୍ଧା ବିଶ୍ୱ ବ୍ୟାଙ୍କ, BRICKS Bank, JICA, AIIB, ADB, NABARD, REC, OMBADC, CAMPA, PF ପରି ଅନ୍ତର୍ଜାତୀୟ ଓ ଜାତୀୟ ତଥା ଆଞ୍ଚଳିକ ବ୍ୟାଙ୍କ ଓ ସଂସ୍ଥାରୁ ୧.୦୬ ଲକ୍ଷ କୋଟି ଟଙ୍କା ଋଣ ନେଇଛନ୍ତି। ବିଦେଶୀ ସଂସ୍ଥାରୁ ୬ ହଜାର ୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଓ ଦେଶର ବିଭିନ୍ନ ଅନୁଷ୍ଠାନରୁ ୫୩ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଋଣ କରିଛନ୍ତି। 

Also Read: ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ; ଦୁଇ ଦିନ ଅଧା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

୨୦୦୯-୧୦ ରେ ଓଡିଶାବାସୀଙ୍କ ମୁଣ୍ଡପିଛା ଋଣ ୯,୧୮୦ ଟଙ୍କା ଥିବା ବେଳେ ୨୦୨୦-୨୧ ଆର୍ଥିକ ବର୍ଷ ଶେଷ ବେଳକୁ ତାହା ୨୩,୫୨୪ ଟଙ୍କା ହୋଇଥିଲା। ଆଉ ଏବେ ଓଡିଶାବାସୀଙ୍କ ମୁଣ୍ଡପିଛା ଋଣ ଭାର ୨୩, ୭୬୧.୧୨ ଟଙ୍କାକୁ ବୃଦ୍ଧି ପାଇଛି। ଲଗାତାର ରାଜ୍ୟର ରାଜସ୍ୱ ହ୍ରାସ ହେଉଥିବା ବେଳେ ଋଣ ଭାର ବୃଦ୍ଧି ପାଇବାରେ ଲାଗିଛି। ଚାଷ ଜମିକୁ ଜଳ ସେଚନଠୁ ଆରମ୍ଭ କରି ପୌରାଞ୍ଚଳର ବିକାଶ, ସୁବିଥିଲେ ସରକାରଙ୍କୁ ଋଣ ଉପରେ ନିର୍ଭର କରିଛନ୍ତି।

ସରକାରୀ ତଥ୍ୟ ଅନୁସାରେ, ବର୍ଷ ୨୦୦୯-୧୦ରେ ରାଜ୍ୟର ଋଣ ଭାର ୩୭,୭୩୦.୦୪ କୋଟି ଟଙ୍କା ଥିଲା। ୨୦୧୪-୧୪ରେ ତାହା ୪୩,୨୭୪.୪୦ କୋଟି ଟଙ୍କାକୁ ବୃଦ୍ଧି ପାଇଲା। ପାଞ୍ଚ ବର୍ଷ ପରେ ୨୦୧୯-୨୦ରେ ଋଣ ଭାର ଦୁଇ ଗୁଣରୁ ଊର୍ଦ୍ଧ୍ୱ ବଢି ୯୨,୭୭୫.୧୯ କୋଟି ଟଙ୍କା ହେଲା। ଚଳିତବର୍ଷ ଜାନୁଆରୀ ସୁଦ୍ଧା ରାଜ୍ୟ ସରକାରଙ୍କ ଋଣର ପରିମାଣ ୧,୦୩,୪୧୦.୩୯ କୋଟି ଟଙ୍କା ହୋଇଥିବା ବେଳେ ଚଳିତବର୍ଷ ଶେଷ ସୁଦ୍ଧା ତାହା ୧,୨୨, ୯୧୭ କୋଟି ଟଙ୍କାରେ ପହଞ୍ଚିବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।