ଆସନ୍ତାକାଲିଠୁ ରାଜ୍ୟରେ ଲାଗୁ ହେବ ସଂଶୋଧିତ କୋରୋନା ଗାଇଡଲାଇନ; ଜାଣନ୍ତୁ କ'ଣ କରିବେ, କ'ଣ ନାହିଁ
Advertisement
Article Detail0/zeeodisha/odisha887270

ଆସନ୍ତାକାଲିଠୁ ରାଜ୍ୟରେ ଲାଗୁ ହେବ ସଂଶୋଧିତ କୋରୋନା ଗାଇଡଲାଇନ; ଜାଣନ୍ତୁ କ'ଣ କରିବେ, କ'ଣ ନାହିଁ

କୋରୋନା (Coronavirus)ର ଅତିରିକ୍ତ ଗାଇଡଲାଇନ (Covid guidelines) ଜାରି କରାଯାଇଥିବା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଗତକାଲି ସୂଚନା ଦେଇଛନ୍ତି।

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ରାଜ୍ୟରେ ଲଗାତାର କୋରୋନା ଗ୍ରାଫ୍ ଉପର ମୁହାଁ ହେଉଛି। ଅମାନିଆ ମଧ୍ୟ ସରକାରଙ୍କ ଟେନସନ୍ ବଢାଇଛନ୍ତି। ଫଳରେ ମହାମାରୀ ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟର ସମସ୍ତ ସହରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସପ୍ତାହନ୍ତ ସଟଡାଉନ୍ ଲଗାଯାଇଛି। ଏପରି କି କୋରୋନା ଗାଇଡଲାଇନରେ ମଧ୍ୟ କିଛି ପରିବର୍ତ୍ତନ ଆଣାଯାଇଛି। 

କୋରୋନା (Coronavirus)ର ଅତିରିକ୍ତ ଗାଇଡଲାଇନ (Covid guidelines) ଜାରି କରାଯାଇଥିବା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଗତକାଲି ସୂଚନା ଦେଇଛନ୍ତି। ଏହି ଗାଇଡଲାଇନ୍ ଏପ୍ରିଲ ୨୧ ତାରିଖରୁ ଲାଗୁ ହେବ। ତେବେ ନୂଆ ନିୟମ ଅନୁସାରେ ଆପଣ କଣ କରିବେ ଓ କଣ କରି ପାରିବେ ନାହିଁ, ଜାଣନ୍ତୁ...

Also Read: ମସଜିଦ୍ ପାଲଟିଲା କୋଭିଡ୍ ହସ୍ପିଟାଲ୍

  • ଏପ୍ରିଲ ୨୪ ତାରିଖରୁ ରାଜ୍ୟର ସମସ୍ତ ପୌରାଞ୍ଚଳରେ ଅନିଦ୍ଧିଷ୍ଟ କାଳ ପାଇଁ ସାପ୍ତାହିକ ସଟଡାଉନ୍ (Weekend Shutdown)।
  • ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧିନ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ହଷ୍ଟେଲରେ ଛାତ୍ରଛାତ୍ରୀ ରହିପାରିବେ ନାହିଁ।
  • ଏପ୍ରିଲ ୨୬ରୁ ଆରମ୍ଭ ହେବାକୁ ଥିବା ଅଫଲାଇନ୍ ଡିପ୍ଲୋମା ପରୀକ୍ଷାରେ କୋଭିଡ୍ ନିୟମକୁ କଡାକଡି ଭାବେ ପାଳନ କରାଯିବ।
  • ଜରୁରୀ ପରିସ୍ଥିତିରେ ଘୋଷଣାନାମା ଦେଇ ରିସର୍ଚ୍ଚ ସ୍କୋଲାର ବା ବିଦ୍ୟାର୍ଥୀ ହଷ୍ଟେଲରେ ରହିପାରିବେ।
  • ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ। ରନ୍ଧା ଖାଦ୍ୟ ବଦଳରେ ପିଲାଙ୍କୁ ରାସନ ଦିଆଯିବ, ନଚେତ ବିକଳ୍ପ ବ୍ୟବସ୍ଥା କରାଯିବ।
  • ସର୍ବାଧିକ ୫୦ ଜଣଙ୍କୁ ନେଇ ବିବାହ ଅନୁଷ୍ଠିତ ହୋଇ ପାରିବ।
  • ବିବାହ କାର୍ଯ୍ୟକ୍ରମର ୨୪ ଘଣ୍ଟା ପୂର୍ବରୁ ସ୍ଥାନୀୟ ଅଧିକାରୀଙ୍କ ନିକଟରେ ଅଂଶଗ୍ରହଣକାରୀଙ୍କ ତାଲିକା ଦିଆଯିବ। 
  • ଶୋଭାଯାତ୍ର କଲେ ଆଇନ ଅନୁସାରେ ଉଭୟ ଆୟୋଜକ ଏବଂ ମାଲିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
  • ଅନ୍ତିମ ସଂସ୍କାରରେ ସର୍ବାଧିକ ୨୦ ଜଣଙ୍କୁ ମିଳିବ ଅନୁମତି।
  • ସର୍ତ୍ତମୂଳକ ଭାବେ ସମସ୍ତ ସାମାଜିକ, ଧାର୍ମିକ, ରାଜନୌତିକ ଓ ଶୈକ୍ଷିକ କାର୍ଯ୍ୟକ୍ରମ ହେବ।
  • ଧର୍ମାନୁଷ୍ଠାନରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ବର୍ଜନୀୟ। ଜିଲ୍ଲାପାଳ ସ୍ଥିତି ତଦରଖ ଓ ଆଇନ ଲାଗୁ କରିବେ।
  • ହାଟ ଓ ବଜାରର ବିକେନ୍ଦ୍ରୀକରଣ ହେବ। ଦୋକାନୀମାନେ ୩୦ ଫୁଟ ଦୂରତା ବ୍ୟବଧାନରେ ବସିବେ।
  • ମଲ୍ ଗୁଡିକରେ ଗ୍ରାହକଙ୍କ ସଂଖ୍ୟା ହ୍ରାସ କରାଯିବ।
  • ହୋଟେଲ/ରେସ୍ତୋରାଁରେ ବସି ଖାଇବା ମନା। କେବଳ ପାର୍ସଲକୁ ଅନୁମତି।
  • ଉଠା ଦୋକାନୀ ବା ଷ୍ଟ୍ରିଟ୍ ଫୁଡ୍ ଭେଣ୍ଡର ଖାଦ୍ୟ ପରୋସି ପାରିବେ ନାହିଁ।
  • ଆନ୍ତରାଜ୍ୟ ବସ ଚଳାଚଳ ବନ୍ଦ ରହିବ। ରାଜ୍ୟ ଭିତରେ ସିଟ୍ ସଂଖ୍ୟା ଠାରୁ ଯାତ୍ରୀ ଅଧିକ ହେବେ ନାହିଁ।
  • ଟ୍ୟାକ୍ସି, କ୍ୟାବ ଓ ଅଟୋ କେବଳ ୨ ଜଣ ଯାତ୍ରୀଙ୍କୁ ଅନୁମତି।
  • ୫୦ ପ୍ରତିଶତ ଦର୍ଶକ ସହ ଚାଲିବ ସିନେମା ହଲ ଓ ଥିଏଟର। ବନ୍ଦ ରହିବ ଯାତ୍ରା, ଅପେରା ବା ମୁକ୍ତାକାଶ ରଙ୍ଗମଞ୍ଚ।
  • ମନୋରଞ୍ଜନ ପାର୍କ, ମୀନା ବଜାର ପରି ସ୍ଥାନରେ ଥରକେ ସର୍ବାଧିକ ୫୦ ଜଣଙ୍କୁ ପ୍ରବେଶ ମିଳିବ।
  • କୋଭିଡ୍ କଟକଣା ସହ ଚାଲିବ ଅନ୍ୟ ସମସ୍ତ ପ୍ରତିଷ୍ଠାନ।